Posted inଖେଳ

ମ୍ଲାଡେନୋଭିଚ୍‌ଙ୍କୁ ଦ୍ୱିତୀୟ ଫ୍ରେଞ୍ଚ୍‌ ଓପନ ଟାଇଟଲ

ପ୍ୟାରିସ, ୯ା୬- ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିଚ୍‌ ଦ୍ୱିତୀୟ ଥର ଫ୍ରେଞ୍ଚ ଓପନ୍‌ ମହିଳା ଡବଲ୍ସ ଟାଇଟଲ ଜିତିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ଫାଇନାଲରେ ସେ ଏବଂ ହଙ୍ଗେରୀର ତାଙ୍କ ପାର୍ଟନର ଟିମିଆ ବାବୋସ ୬-୨, ୬-୩ ସେଟ୍‌ରେ ଚାଇନିଜ୍‌ ଅଣସିଡ୍‌ ଯୋଡ଼ି ଡୁଆନ୍‌ ୟିଙ୍ଗ୍‌ୟିଙ୍ଗ୍‌ ଏବଂ ଝେଙ୍ଗ ସାଇସାଇଙ୍କୁ ପରାସ୍ତ କରି ସେମାନଙ୍କ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ଏହି ଯୋଡ଼ି ୨୦୧୮ରେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ। ଚଳିତ ବର୍ଷ ଆରମ୍ଭରେ ବାବୋସ ଏବଂ ମ୍ଲାଡେନୋଭିଚ୍‌ ମେଲବୋର୍ନଠାରେ ରନର୍ସଅପ୍‌ ହୋଇଥିଲେ। ମ୍ଲାଡେନୋଭିଚ୍‌ ୨୦୧୬ରେ କାରୋଲିନ୍‌ ଗାର୍ସିଆଙ୍କ ସହିତ ତାଙ୍କ ପ୍ରଥମ ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତିଥିଲେ। ଆସନ୍ତା ଡବଲ୍ସ ର଼୍ୟାଙ୍କିଙ୍ଗରେ ସେ ଶୀର୍ଷ ସ୍ଥାନରେ ରହିବେ। ସୂଚନାଯୋଗ୍ୟ, ମ୍ଲାଡେନୋଭିଚ୍‌ଙ୍କ ବୟ ଫ୍ରେଣ୍ଡ୍‌ ହେଉଛନ୍ତି ଟେନିସ ଖେଳାଳି ଡୋମିନିକ୍‌ ଥିମ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ନ ଥାଏ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ଲଗାଇ ବ୍ୟାଟିଂ କରୁଥିବାର ଦେଖାଯାଏ। ଏହି ଟ୍ରେଣ୍ଡ୍‌ ପ୍ରଥମେ ଆରମ୍ଭ କରିଥିଲେ ମାଷ୍ଟରବ୍ଲାଷ୍ଟର ସଚିନ...

ଦ୍ୱିଶତକ ପୂରଣ କଲେ ବିରାଟ କୋହଲି

ଦୁବାଇ,୨୫।୧୦: ଚଳିତ ଆଇପିଏଲର ୪୪ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ୍‌। ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ...

ସୂର୍ଯ୍ୟକୁମାରଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପଣ୍ଟିଂ

ନୂଆଦିଲ୍ଲୀ,୨୭।୧: ଅଷ୍ଟ୍ରେଲିଆର ମହାନ କ୍ରିକେଟର ରିକି ପଣ୍ଟିଂ ଭାରତୀୟ ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। ବର୍ତ୍ତମାନ ସମୟରେ କୌଶଳ...

ଏସିଆ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ଋତୁପର୍ଣ୍ଣା

ଭୁବନେଶ୍ୱର, ୧।୨(କ୍ରୀଡ଼ା ପ୍ରତିନିଧି)- ଫିଲିପାଇନ୍ସର ମାନିଲାଠାରେ ଏସିଆନ୍‌ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ଫେବୃୟାରୀ ୧୧ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଘୋଷିତ ଭାରତୀୟ ଦଳରେ...

ଆଇଡବ୍ଲ୍ୟୁଏଲ୍‌ ଟ୍ରଫି ଜିତିଲା ସେଥୁ ଏଫ୍‌ସି

ଲୁଧିଆନା, ୨୨।୫(ପି.ଟି.): ହିରୋ ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ସେଥୁ ଏଫ୍‌ସି ଚାମ୍ପିୟନ ହୋଇଛି। ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଫାଇନାଲ...

ସମସ୍ତ ଲିଗ୍‌ ମ୍ୟାଚ୍‌ ଜିତି ସେମିରେ ଶାହରୁଖ ଖାନ୍‌ଙ୍କ ନାଇଟ୍‌ ରାଇଡର୍ସ ଟିମ୍‌

ତ୍ରିନିଦାଦ, ୭।୫: କାରିବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ସମସ୍ତ ଲିଗ୍‌ ମ୍ୟାଚ୍‌ ଜିତି ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ସେମିଫାଇନାଲରେ ପ୍ରବେଶ କରିଛି। ବଲିଉଡ୍‌ ସୁପର୍‌ ଷ୍ଟାର୍‌...

ଭାଇ ଡେବ୍ୟୁ କରିବାକୁ ନେଇ ଖୁସିରେ ଆତ୍ମହରା ହେଲେ ଏହି କ୍ରିକେଟର୍‌

କୋଲକତା,୨୮।୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଭାଇ ମହମ୍ମଦ କୈଫ ବଙ୍ଗଳା ପକ୍ଷରୁ ବିଜୟ ହଜାରେ ଟ୍ରଫିରେ ଡେବ୍ୟୁ କରୁଛନ୍ତି। ସେ ଜମ୍ମୁ-କଶ୍ମୀର ବିରୋଧରେ...

ନୂଆ ରେକର୍ଡ କଲେ କେଏଲ୍‌ ରାହୁଲ

ମୁମ୍ବାଇ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୧୨ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ କଡା ଟକ୍କର ହୋଇଛି। ଲକ୍ଷ୍ନୌ ଅଧିନାୟକ...

Advertisement
Archives

Model This Week