ମୌଳିକ ସୁବିଧା ଅପହଞ୍ଚ

ଛେଣ୍ଡିପଦା,୨୧।୧(ସ୍ବ.ପ୍ର.) ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବା ଛେଣ୍ଡିପଦା ବ୍ଲକର ବଡ଼ମୂଳ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଏଯାଏ ମିଳିନାହିଁ। ବିଶେଷକରି ଗଁ। କୁ ସଂଯୋଗ କରୁଥିବା ମାଟିରାସ୍ତାକୁ ସବୁଦିନିଆ ରାସ୍ତାରେ ପରିଣତ କରିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ବି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, କତଡା ପଞ୍ଚାୟତରୁ ବଡମୂଳ ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ୮କି.ମି.ର ମାଟିରାସ୍ତା ଦୀର୍ଘଦିନ ହେବ ଶୋଚନୀୟ ହୋଇପଡିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ବଡମୂଳ, ଡାହିମାଳ, ପିତାଚରୀ ଡାହିମାଳ, ବକଳା, କତଡା ଆଦି ଗ୍ରାମସହ ଅନ୍ୟ ପାର୍ଶ୍ୱବର୍ତ୍ତୀ ଗ୍ରାମର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାଟି କାଦୁଅରେ ଭର୍ତ୍ତି ହୋଇଯାଉଛି। ଗ୍ରାମକୁ ଗାଡିରେ ଯିବା ଆସିବା କରିବା ତ ଦୂରକଥା ଚାଲିକି ଯିବା ମଧ୍ୟ ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଆୱାର୍ଡ କମିଟି ଅଧ୍ୟକ୍ଷ ରବିନାରାୟଣ ବହିଦାର ଓ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲଙ୍କ ଗସ୍ତବେଳେ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ବଡମୂଳ ଗାଁ ସଭାପତି ଶରତଚନ୍ଦ୍ର ସାହୁ, ସମ୍ପାଦକ ପ୍ରଦୀପ କୁମାର ଦେହୁରୀ, ଦେବରାଜ ସାହୁ, ନିଶାମଣି ସାହୁ, ଦୁଷ୍ମନ୍ତ ସାହୁ ପ୍ରମୁଖ ଦାବି କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଛେଣ୍ଡିପଦା ବିଡିଓ କହିଛନ୍ତି, ଉକ୍ତ ରାସ୍ତା ଜରପଡା ବନାଞ୍ଚଳ ସଂରକ୍ଷିତ ଜଙ୍ଗଲ ଅଧୀନରେ ଯାଉଛି। ତେଣୁ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଅନୁମତି ନିମନ୍ତେ ସରକାରୀ ନିୟମାନୁଯାୟୀ ପଦକ୍ଷେପ ନିଆଯାଇଛି। ଛେଣ୍ଡିପଦା ପଞ୍ଚାୟତ ସମିତି ଅଧୀନରେ ଥିବା ରାସ୍ତା ନିର୍ମାଣ ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଏସ୍‌କେୱାଇ ଜାଲିଆତି ଉପରେ କଡ଼ା ନଜର ରଖ’

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ର କାର୍ଯ୍ୟନ୍ବୟନ ନାମରେ କୌଣସି ପ୍ରକାର ଜାଲିଆତି ବା ଠକାମିର ସମ୍ଭାବନା ଉପରେ କଡ଼ା ନଜର ରଖିବା ପାଇଁ...

୨ ଓଡ଼ିଆ କମାଣ୍ଡୋଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଓଡ଼ିଶାର ଶହୀଦ ୨ ଏସ୍‌ଓଜି କମାଣ୍ଡୋଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନୀତ କରାଯିବ। ପୋଲିସ ଡିଜି ଅଭୟ ଶନିବାର ଏହି ସୂଚନା ଦେଇଛନ୍ତି।...

୭ଦିନର ଶିଶୁପୁତ୍ର ବିକ୍ରି ଚର୍ଚ୍ଚା

ଅନୁଗୋଳ ଅଫିସ, ୬।୫ – ଅନୁଗୋଳ ହୁଲୁରିସିଂହା ଅଞ୍ଚଳରେ ମଙ୍ଗଳବାର ଏକ ନବଜାତ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ଚର୍ଚ୍ଚା ହେଉଛି। ତେବେ ସମ୍ପୃକ୍ତ ଶିଶୁପୁତ୍ରକୁ...

ମଧ୍ୟପ୍ରଦେଶରୁ ୱେବ୍‌ ଏକ୍ସପର୍ଟ ଗିରଫ

ଭୁବନେଶ୍ୱର,୧୬।୧(ବ୍ୟୁରୋ):ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଜାଲ ବିଛାଇ ପ୍ରାୟ ୫୦ ହଜାର ଚାକିରି ଆଶାୟୀଙ୍କଠାରୁ ବହୁ କୋଟି ଟଙ୍କା...

ରିୟାଙ୍କ ଭୁବନେଶ୍ୱର ଡ୍ରଗ୍ସ ଲିଙ୍କ୍‌ ନେଇ ସ୍ପଷ୍ଟ ହୋଇନି: ଡିଜିପି

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଛି। ଏହି ମାମଲାରେ ସିବିଆଇ ସୁଶାନ୍ତଙ୍କ ବାନ୍ଧବି...

ଶିକ୍ଷାରୁ ବଞ୍ଚିତ କଲେ ସରକାର

ଅନୁଗୋଳ ଅଫିସ, ୮ା୨: ଘଞ୍ଚ ଜଙ୍ଗଲ ଭିତରେ ଥିବା ଆଦିବାସୀ ବହୁଳ ସିଟିକୋଇଲି ଗଁାର ପ୍ରାଥମିକ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଲେ। ୩ କିଲୋମିଟର ଦୂରରେ...

ଝାଡ଼ଖଣ୍ଡୀ ହାତୀଙ୍କ ସହ ସେଲ୍‌ଫି ନେବାକୁ ଯାଇ ହଇରାଣ କରୁଛନ୍ତି ଯୁବକ, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି

ବାରିପଦା ଅଫିସ,୪ା୧୨-ଝାଡଖଣ୍ଡୀ ହାତୀପଲକୁ ଦେଖିବା ବାହାନାରେ ଜଣେ ଯୁବକ ସେଲଫି ନେବାକୁ ଯାଇ ହାତୀ ଗୋଡାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି...

CORONAVIRUS UPDATE: ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ବରଗଡ଼ ଜିଲାର ଜଣେ ୭୬ ବର୍ଷୀୟ ବୃଦ୍ଧ ଥିବା ବେଳେ ଜଣେ ଗଞ୍ଜାମ...

Advertisement
Archives

Model This Week