ମୋ’ ବସରେ କ୍ୟୁଆର୍‌ କୋଡ୍‌ ସେବା ଆରମ୍ଭ

ଭୁବନେଶ୍ୱର, ୧୦ା୬ (ବ୍ୟୁରୋ)-କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ତରଫରୁ ମୋ’ ବସ୍‌ରେ କ୍ୟାସଲେସ୍‌ ଟିକେଟ୍‌ ସେବାର ଆରମ୍ଭ ହୋଇଛି। ଏହା କୋରୋନା ସମୟର ଏକ ମୁଖ୍ୟ ଭୟ (ନୋଟ୍‌ ଏବଂ ଖୁଚୁରା)ର ଆଦାନପ୍ରଦାନ ଜନିତ ସମ୍ପ୍ରସାରଣକୁ କମ୍‌ କରିବା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ। ଯାତ୍ରୀ ଏବଂ ଗାଇଡ୍‌ମାନେ ଏଥିଯୋଗୁଁ ନିଜକୁ ସୁରକ୍ଷିତ ରଖିପାରିବେ। କ୍ରୁଟ୍‌ ପ୍ରବନ୍ଧକ ଦିପ୍ତି ମହାପାତ୍ର କହିଛନ୍ତି, ବର୍ତ୍ତମାନ ମୋ’ ବସର ‘ରୁଟ୍‌ ନଂ ୧୬ ଏବଂ ୨୦ରେ ଏହି ସୁବିଧା ଉପଲବ୍ଧ କରାଯାଇଛି। କ୍ରମଶଃ ସମସ୍ତ ରୁଟ୍‌ରେ ଯାତ୍ରୀମାନେ କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ନିଜର ଟିକେଟ୍‌ କରିପାରିବେ। ପୂର୍ବରୁ ମୋ’ ବସରେ ମୋବାଇଲ୍‌ ଆପ୍‌ ଏବଂ ଅନଲାଇନ ଟିକେଟ୍‌ ସେବା ଉପଲବ୍ଧ ଥିବାବେଳେ ଏବେ କ୍ୟାସ୍‌ଲେସ୍‌ ସେବା ତଥା କ୍ୟୁଆର କୋହ୍‌ ସେବା ଉପଲବ୍ଧ କରାଯାଇଛି ବୋଲି ମହାପାତ୍ର କହିଛନ୍ତି।
ଯାତ୍ରୀମାନେ ଡିଜିଟାଲ ୱାଲେଟକୁ ବ୍ୟବହାର କରି ଟିକେଟ୍‌ କରିପାରିବେ। ବସରେ ଚଢ଼ିବା ମାତ୍ରେ ଯାତ୍ରୀମାନେ ଗାଇଡମାନଙ୍କ ପାଖରେ ଥିବା କ୍ୟୁଆର୍‌ କୋଡ୍‌କୁ ସ୍କାନ କରିପାରିବେ। ସ୍କାନ କରିବା ମାତ୍ରେ ଟିକେଟ୍‌ର ମୂଲ୍ୟ ସିଧାସଳଖ କ୍ରୁଟ୍‌ର ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଉଭୟ ଯାତ୍ରୀ ଏବଂ ଗାଇଡ୍‌ ଏହି ଦେୟ ସମ୍ବଦ୍ଧୀୟ ମେସେଜ୍‌ ନିଜ ମୋବାଇଲରେ ପାଇବେ। ସଫଳ ଦେୟକୁ ତନଖି କରିବା ପରେ ଗାଇଡ୍‌ ଟିକେଟ୍‌ ପ୍ରିଣ୍ଟ କରି ଯାତ୍ରୀଙ୍କୁ ଦେବେ। ଆଗାମୀ ଦିନରେ ଡିଜିଟାଲ୍‌ ଟିକେଟ୍‌ ବୁକିଙ୍ଗ ସେବାକୁ ଅଧିକାରୁ ଅଧିକା ସମୃଦ୍ଧ କରାଯିବ। ନୋଟ୍‌ର ପ୍ରଚଳନକୁ କମ କରିବା ପାଇଁ କ୍ରୁଟ୍‌ ତରଫରୁ ଚେଷ୍ଟା ଚାଲିଛି। ଖୁବ୍‌ଶୀଘ୍ର ଟ୍ୟାପ୍‌ ଏବଂ ପେ କାର୍ଡ ସେବା ଆରମ୍ଭ ହେବାକୁ ଯାଉଛି। କୋରୋନା ସମୟରେ ଏଭଳି ବ୍ୟବସ୍ଥା ଯାତ୍ରୀ ଏବଂ ମୋ’ ବସ କର୍ମଚାରୀମାନଙ୍କୁ ସୁରକ୍ଷିତ ରଖିବ ବୋଲି ମହାପାତ୍ର ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ଜୋନ୍‌ରେ ବିଜେଡି ଆଗରେ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ପ୍ରଥମ ପର୍ଯ୍ୟୟ ଭୋଟ ଗଣତି ଆରମ୍ଭ । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ...

ପ୍ରେମିକ ଅନ୍ୟତ୍ର ବିବାହ କରୁଥିବାରୁ ଥାନାରେ ଏମିତି କଲେ ପ୍ରେମିକା

ଭୁବନେଶ୍ୱର,୨୮।୨: କମିଶନରେଟ ପୋଲିସ ଅଧୀନ ବାଲିପାଟଣା ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ଜଣକ ଅନ୍ୟତ୍ର ବିବାହ କରୁଥିବା ଖବର ପାଇ ପ୍ରେମିକା...

ଗାଇସିଲେଟ ଥାନା ଆଇଆଇସିଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ,୨୨ା୫: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳୁ ଭିଜିଲାନ୍ସ ପକ୍ଷରୁ ବରଗଡ଼ ଜିଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତଙ୍କ ବାସଭବନରେ...

କଟକଣା କୋହଳ ନେଇ ସର୍ତ୍ତ ରଖିଲେ ରାଜ୍ୟ ସରକାର: ସହରାଞ୍ଚଳରେ ଖୋଲିବନି ମଲ୍‌, ଦୋକାନରେ ରହିବେ ୫୦% କର୍ମଚାରୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ କରୋନା ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଲଗାଯାଇଥିଲା। ହେଲେ ଶନିବାର ଏହାକୁ କିଛି ମାତ୍ରାରେ କୋହଳ କରାଯାଇଛି।...

‘ମୋ ସରକାର’ରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି। ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ...

ପୁରୁଷ ହକି ଦଳର ମନୋବଳ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୮(ବ୍ୟୁରୋ):ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ୨-୫ ଗୋଲରେ ପରାସ୍ତ ହୋଇଛି। ହାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି...

ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗରେ

ଝାରସୁଗୁଡ଼ା ଅଫିସ/ସରଣ୍ଡା,୩ା୬(ଡି.ଏନ୍‌.ଏ.): ବ୍ରଜରାଜନଗର ଉପନିର୍ବାଚନର ଦ୍ୱିତୀୟ ରାଉଣ୍ଡର ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦,୨୪୮ ଭୋଟ୍‌ ପାଇଥିବା ବେଳେ ଭାଜପା...

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା: କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ, ଆହୁରି ସାବଧାନ ହେବାକୁ ପଡ଼ିବ

ଭୁବନେଶ୍ୱର,୧୯ା୪(ବ୍ୟୁରୋ) : ରାଜ୍ୟବାସୀଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଗତ ୯ ତାରିଖରୁ ୧୯ ତାରିଖ...

Advertisement
Archives

Model This Week