‘ମୋ ପେଁକାଳି ବଜେଇଦେ’ ନାଟକର ମିତା ଚରିତ୍ରରୁ ମୁକୁଳି ପାରିନି: ସୁକାନ୍ତି ପାଢ଼ୀ

ସୁକାନ୍ତି ପାଢ଼ୀ ନିଜ ନାମରେ ଯେତିକି ପରିଚିତ ନୁହନ୍ତି; ‘ମୋ ପେଁକାଳି ବଜେଇଦେ’ ନାଟକର ଭଉଣୀ ଚରିତ୍ର ସସ୍ମିତା ଜଗଦେବ ଭାବରେ ତା’ଠୁ ବେଶି ପରିଚିତ। ଗୋଟେ ଦିନ ଥିଲା ଭାଇଭଉଣୀର କଥା ଉଠିଲେ ପେଁକାଳି ନାଟକର ଭାଇ ଭଉଣୀ ଚିନ୍ମୟ ଜଗଦେବ ଓ ସସ୍ମିତା ଜଗଦେବ କଥା କୁହାଯାଉଥିଲା। ଘରେଘରେ ପରିଚିତ ହୋଇ ଯାଇଥିଲା ଏହି ନାମ: ମିତା ଓରଫ ସସ୍ମିତା ଜଗଦେବ। ଏ ବାବଦରେ ସୁକାନ୍ତି କହନ୍ତି : ମୋର ଆଜି ବୟସ ହୋଇଯାଇଛି। ମୁଁ ମା’ ଚରିତ୍ରରେ ଅଭିନୟ କରୁଛି। ହେଲେ ‘ମୋ ପେଁକାଳି ବଜେଇଦେ’ର ସେଇ ମିତା ଚରିତ୍ର ଭିତରେ ମୁଁ ବନ୍ଧା ପଡ଼ିଯାଇଛି। ମୋତେ ଏବେ ବି ମୋ ଭାଇର ମିତା ମିତା ଡାକ ଶୁଭି ଯାଉଛି। ମୁଁ ୟା ଭିତରେ ଅନେକ ନାଟକ କଲିଣି। ହେଲେ ପେଁକାଳି ନାଟକର ସଫଳତା ଆଜି ପର୍ଯ୍ୟନ୍ତ କୌଣସି ନାଟକରୁ ପାଇନାହିଁ। କି ବେଳରେ ସେ ନାଟକ ହୋଇଥିଲା ଯେ, ୬ରୁ ୬୦ବର୍ଷ ବୟସର ଲୋକଙ୍କ ମନରେ ଏବେ ବି ସେହି ଭାଇଭଉଣୀ ଚରିତ୍ର ସ୍ମୃତିଟିଏ ହୋଇ ରହିଛି। ଯେଉଁ ନୂଆପିଢ଼ିର ଦର୍ଶକମାନେ ସେତେବେଳେ ନାଟକଟିକୁ ମଞ୍ଚରେ ଦେଖିପାରି ନଥିଲେ ସେମାନେ ଏବେ ୟୁଟ୍ୟୁବ୍‌ରେ ତାକୁ ଖୋଜିଖୋଜି ଦେଖୁଛନ୍ତି। ଗୋଟେ ଭାଇ, ଗୋଟେ ଭଉଣୀ ଆଉ ଜଣେ ଜେଜେ। ବାସ୍‌, ଭାଇଭଉଣୀର ଅନାବିଳ ପ୍ରେମ। ଯାହାକୁ ଭୁଲି ପାରିନି କିମ୍ବା ଶେଷ ପର୍ଯ୍ୟନ୍ତ ସୁଦ୍ଧା ଭୁଲି ପାରିବିନି। ପ୍ରତ୍ୟେକ ଯାତ୍ରାଋତୁ ଆସିଲେ ମୁଁ ସେହି ମିତା ଚରିତ୍ରକୁ ମିସ୍‌କରେ। ତେବେ ବୟସର ବାହାନା ଦେଖେଇ ମନକୁ ବୁଝେଇଦିଏ।

ସୁକାନ୍ତି କହନ୍ତି : ମୋର ସତସତିକା ଜୀବନରେ କେହି ଭାଇନାହାନ୍ତି। ସେଇଟା ମୋର ସବୁଠୁ ବଡ଼ ଦୁଃଖ। ମଞ୍ଚରେ ଯେତେବେଳେ ଏଭଳି ଗୋଟେ ସେହ୍ନୀ ଭାଇକୁ ଦେଖେ ମୋ ଛାତି ଭିତରଟା ହାହାକାର କରିଉଠେ। ଭାଇ ନଥିବାର ଦୁଃଖ ମୋ ଆଖି ବାଟେ ଲୁହ ହେଇ ବୋହି ଆସେ। ମୋ ଭିତରର ଭଉଣୀଟା କାନ୍ଦେ। ଆଉ ଭାବେ, ମୋର ଏମିତିକା ଭାଇଟେ ଥାଆନ୍ତା କି?

– ସତକହୁଛି, ବାସ୍ତବ ଜୀବନରେ ଭାଇ ନଥିବାର ଦୁଃଖ ଆଉ ଅବସୋସ ମିତା ଓରଫ ସସ୍ମିତା ଜଗଦେବ ଚରିତ୍ର ସହିତ ପୂରାପୂରି ମିଶିଯାଏ। ସଂଳାପ ସବୁ ପାଟିରୁ ନୁହେଁ; ଛାତି ଭିତରୁ ବାହାରି ଆସେ। ନାଟକ ଭିତରେ ଯେତେବେଳେ ପ୍ରେମିକ ମୋତେ ପଚାରେ- କୁହ, ତୁମ ପାଖରେ କିଏ ବଡ଼? ଭାଇ ନା ପ୍ରେମିକ। ଭାଇ ନା ସ୍ବାମୀ। ସେତେବେଳେ ମୋତେ ଲାଗେ ଯେମିତି ସତରେ କିଏ ମୋତେ ମୋ ଭାଇଠାରୁ ଅଲଗା କରିନଉଛି। ମୁଁ କହେ ଯେ, ମୋ ଭାଇ ମୋ ପାଇଁ ବଡ଼। ଗୋଟେ ଝିଅ ତା’ ପ୍ରେମକୁ ଭୁଲିଯାଇପାରେ, ତା’ ପ୍ରେମିକକୁ ଭୁଲି ଯାଇପାରେ ହେଲେ ତା’ ଭାଇକୁ କେବେ ଭୁଲି ଯାଇପାରିବନି। ମୋ ଭାଇ ମୋ ପାଇଁ ସ୍ବର୍ଗ ଠାରୁ ବି ଆହୁରି ବଡ଼।
ଅବଶ୍ୟ ଏ ସଂଳାପ ନାଟ୍ୟକାର ଲେଖିଛନ୍ତି। କିନ୍ତୁ ମୁଁ ଯେତେବେଳେ କହେ ମୋତେ ଲାଗେ ଏ ସଂଳାପ ସବୁ ମୋ ମନକଥା। ମୁଁ ଯେମିତି ମଞ୍ଚରେ ଠିଆ ହୋଇ ଡାଏଲଗ୍‌ କହୁନି। ସତସତିକା କଥା କହୁଛି। ସମ୍ଭବତଃ ଏହିସବୁ କାରଣ ପାଇଁ ମୁଁ ଯେମିତି ମିତା ଚରିତ୍ରରୁ ମୁକୁଳି ପାରିନି ଠିକ୍‌ ସେମିତି ଦର୍ଶକମାନେ ମଧ୍ୟ ଆଜି ବି ସେ ଚରିତ୍ରକୁ ମନେରଖିଛନ୍ତି। ସେହି ନାଟକରେ ଅଭିନୟ କରିବା ପରେ ପ୍ରତି ଘରେ ମଁୁ ଗୋଟେ ଭଉଣୀ ପାଲଟି ଯାଇଥିଲି।
ସମ୍ପ୍ରତି ଯାତ୍ରା ବିଶ୍ୱ ଦରବାରରେ ଅଭିନୟ ଜାରି ରଖିଥିବା ଏହି ବର୍ଷିଆନ୍‌ ଅଭିନେତ୍ରୀ ଶେଷରେ ହସିହସି କହନ୍ତି : ଆପଣ ଜାଣନ୍ତି, ସେହି ନାଟକ ପରେ ଅଭିନେତା କୈଳାଶ ବେହେରା ମୋ ଭାଇ ହୋଇ ଯାଇଛନ୍ତି। ସେ ମୋତେ ପ୍ରତି ବର୍ଷ ସାବିତ୍ରୀରେ ଶାଢ଼ି ଦିଅନ୍ତି। ଆଉ ମୁଁ ସବୁ ରାକ୍ଷୀ ପୁନେଇରେ ତାଙ୍କ ହାତରେ ରାକ୍ଷୀ ବାନ୍ଧେ। ଅବଶ୍ୟ ଏବର୍ଷ ସେ ଶାଢ଼ୀ କିଣି ଦେଇପାରି ନାହାନ୍ତି। ହେଲେ ମୋତେ ଟଙ୍କା ଦେଇ କହିଛନ୍ତି ସାବିତ୍ରୀରେ ଶାଢ଼ି କିଣି ପିନ୍ଧିନବୁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାର ହେବ ସିବିଆଇ ତଦନ୍ତ: ଅଣ୍ଟା ଭିଡ଼ିଲେ ରାଜନେତା

ମୁମ୍ବାଇ, ୨୩।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ଆରମ୍ଭ କରିଛି। ଦେଶର ବିଭିନ୍ନ ସ୍ଥାନରେ...

ପିତାଙ୍କୁ ଅମିତାଭ ପିଟୁଥିବା ଦେଖି ଶୁଟିଂ ସେଟ୍‌ରେ କାନ୍ଦିଥିଲେ ଏହି କୁନି ଝିଅ, ଏବେ ଲୋକପ୍ରିୟ ଅଭିନେତ୍ରୀ

ବିଗ୍‌ ବି ଅମିତାଭ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏହି କଳାଧଳା ଫଟୋରେ ତାଙ୍କ ସହିତ ଜଣେ ଛୋଟ ଝିଅ ଅଛନ୍ତି।...

ବଲିଉଡ୍‌ ଏଣ୍ଟ୍ରି ପାଇଁ ନିଜ ନାଁ ବଦଳାଇ ଦେଇଥିଲେ ମିନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦାମିନୀ ମିନାକ୍ଷୀ ଶେଷାଦ୍ରୀ ଆଜିବି ଦର୍ଶକଙ୍କ ମନରେ ବସାବାନ୍ଧି ରହିଛନ୍ତି। ଏହି ଅଭିନେତ୍ରୀ ୯୦ ଦଶକରେ ବଲିଉଡ୍‌ ଦୁନିଆରେ ଜଣେ ଆଗଧାଡିର ନାୟିକା...

ଗାର୍ଲଫ୍ରେଣ୍ଡ୍‌ଙ୍କୁ ଏମିତି ଭାଲେଣ୍ଟାଇନ୍‌ ଓ୍ବିଶ୍‌ କଲେ ରାଜକୁମାର

ଭାଲେଣ୍ଟାଇନ୍‌ ଡେ’ ହେଉଛି ପ୍ରେମ ପରିପ୍ରକାଶର ଦିନ। ପ୍ରେମୀଯୁଗଳ ଏହିଦିନଟିକୁ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ବଲିଉଡ୍‌ ଷ୍ଟାରମାନେ ମଧ୍ୟ ଏହିଦିନକୁ ସ୍ବତନ୍ତ୍ର ଭାବରେ...

ବ୍ୟାୟାମ କରିବାକୁ ବାହାରି ଟ୍ରୋଲ୍‌ ହେଲେ ମଲ୍ଲିକା

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ବଲିଉଡ୍‌ ଷ୍ଟାରମାନେ ସାଧାରଣ ଲୋକଙ୍କ ପରି ଘରେ ସମୟ ବିତାଉଥିଲେ। ଯଦିଓ ଦେଶରୁ କରୋନା ହଟିନାହିଁ ତଥାପି ସରକାର ଲକ୍‌ଡାଉନ୍‌...

ବଲିଉଡ୍‌ରେ ୨୮ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ ଡନ୍‌

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା, କିଙ୍ଗ ଖାନ୍‌ ଅଫ୍‌ ବଲିଉଡ୍‌ ତଥା ଡନ୍‌ କଳାକାର ଶାହାରୁଖ ଖାଁଙ୍କର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ୨୮ ବର୍ଷ ପୂରଣ ହୋଇଛି। ଏହାକୁ...

ଥିଏଟର କଳାକାରଙ୍କ ପାଇଁ ଆଗେଇ ଆସିଲେ ଭାଇଜାନ

ମୁମ୍ବାଇ: କରୋନା ମହାମାରୀକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏହି ସମୟରେ ଅନେକ ଲୋକ ସେମାନଙ୍କର ରୋଜଗାର ହରାଇଥିବା ବେଳେ...

କ୍ୟାନସରକୁ ଜିତି ପୁଣି ଫେରିଛନ୍ତି ଅଭିନୟ ଦୁନିଆକୁ

ମୁମ୍ବାଇ: ବଲିଉଡ ନାୟିକା ମନିଷା କୋଇରାଲା ୫୦ ବର୍ଷରେ ପାଦ ରଖିଛନ୍ତି। ୧୬ ଅଗଷ୍ଟ ୧୯୭୦ରେ ଜନ୍ମ ନେଇଥିବା ଏହି ନାୟିକା ଏକ ରାଜନୈତିକ ପରିବାରରୁ...

Coronavirus Update


Archives

Model This Week

Why Dharitri