Posted inଖେଳ

ମୋହନବାଗାନ ଆଇ-ଲିଗ୍‌ ଚାମ୍ପିୟନ ଘୋଷିତ: ବାକି ମ୍ୟାଚ୍‌ ବାତିଲ ନେଇ ଲିଗ୍‌ କମିଟିର ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ,୨୧।୪ (ପି.ଟି.): ଦେଶର ଅନ୍ୟତମ ପ୍ରମୁଖ ପୁଟବଲ ପ୍ରତିଯୋଗିତା ଆଇ- ଲିଗ୍‌ର ଚାମ୍ପିୟନ ଦଳ ସଂକ୍ରାନ୍ତରେ ଘୋଷଣା କରାଯାଇଛି। ମୋହନ ବାଗାନକୁ ଏଥର ଆଇ- ଲିଗ୍‌ ଚାମ୍ପିୟନ ଭାବେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଘୋଷଣା କରିଛି। ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରୀ ପ୍ୟାନେଲ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଲିଗ୍‌ କମିଟିର ସୁପାରିସ୍‌କୁ ଏହି ପ୍ୟାନେଲ ଗ୍ରହଣ କରିଛି। କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇ- ଲିଗ୍‌ରେ ବାକିଥବା ୨୮ଟି ମ୍ୟାଚ୍‌କୁ ବାତିଲ କରିବାକୁ କମିଟି ସୁପାରିସ୍‌ କରିଥିଲା। ଶେଷରେ ଏହାକୁ ଗ୍ରହଣ କରିନିଆଯାଇଛି। ଫଳରେ ପଏଣ୍ଟ ତାଲିକା ଶୀର୍ଷରେ ଥିବା ମୋହନ ବାଗାନ କ୍ଲବ ଚାମ୍ପିୟନ ବୋଲି ଘୋଷଣା କରାଯାଇଛି। ଖେଳାଳି, ଅଫିସିଆଲ ଓ ପ୍ରଶଂସକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏଆଇଏଫଏଫ୍‌ ଏଭଳି ନିଷ୍ପତ୍ତି ନେଇଛି।

କରୋନା ଭାଇରସ ସଂକ୍ରମଣ ପାଇଁ ଏବେ ସାରା ଦେଶରେ ଫୁଟବଲ ସମେତ ଅନ୍ୟାନ୍ୟ କ୍ରୀଡ଼ା କେବେ ଆରମ୍ଭ ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଫଳରେ ଲିଗ୍‌ କମିଟି ବାକି ସବୁ ମ୍ୟାଚ୍‌ ବାତିଲ କରିବାକୁ ପ୍ରସ୍ତାବ ଦେଇଥିଲା। ଫଳରେ ଆଇ- ଲିଗ୍‌ର ୨୦୧୯-୨୦ ସେସନକୁ ଶେଷ ହେଲା ଓ ମୋହନବାଗାନକୁ ଚାମ୍ପିୟନ ବୋଲି ଘୋଷଣା କରାଯାଇଛି। ଚାମ୍ପିୟନ ଦଳର ପୁରସ୍କାର ରାଶିକୁ ବାଦ୍‌ ଦେଲେ ବାକି ପୁରସ୍କାର ରାଶିକୁ ଅଂଶଗ୍ରହଣ କରିଥିବା ବାକି ୧୦ ଦଳ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯିବ ବୋଲି କୁହାଯାଇଛି। ତେବେ କୌଣସି ଖେଳାଳିଙ୍କୁ ବାଦ୍‌ ଦିଆଯିବ ନାହିଁ ଓ କାହାକୁ ବ୍ୟକ୍ତିଗତ ଭାବେ ପୁରସ୍କୃତ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ବର୍ତ୍ତମାନ ଚଳିତ ସେସନ୍‌ର ସବୁ ଯୁବ ଲିଗ୍‌ ଯଥା, ସବୁ ଜୁନିୟର ଲିଗ୍‌, ଜୁନିୟର ଲିଗ୍‌, ଏଲାଇଟ ଲିଗ୍‌, ୧୭ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ବାଳିକା ଲିଗ୍‌କୁ ଶେଷ କରାଯାଇଛି ଓ ଏହା ୨୦୨୦-୨୧ ସେସନ୍‌ରେ ନୂଆ କରି ଆରମ୍ଭ ହେବ ବୋଲି କୁହାଯାଇଛି। ୨୦୨୦-୨୧ ସେସନ କ୍ୱାଲିଫିକେଶ ପାଇଁ ସେକେଣ୍ଡ ଡିଭିଜନ କ୍ଲବଗୁଡିକୁ ନେଇ ଏକ ଅପେକ୍ଷାକୃତ ଛୋଟିଆ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଏଆଇଏଫ୍‌ଏଫ୍‌ ମନସ୍ଥ କରିଛି। ତେବେ ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ସହିତ ଆଲୋଚନା କରାଯିବ ବୋଲି ଏଆଇଏଫ୍‌ଏଫ୍‌ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୀରେନ୍ଦ୍ର ସେହ୍ବାଗଙ୍କ ଟୁଇଟ ଦେଖି ହସି ହସି ଗଡିଲେ ୟୁଜର୍ସ

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ସେ ଏମିତି ମଜାଳିଆ ଟୁଇଟ୍‌ କରନ୍ତି ଯାହା ଭାଇରାଲ...

ପରାଜୟକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଜବ ବୟାନ: କହିଲେ ‘୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଛୋଟ ଦେଶ ଭାରତକୁ ହରାଇ ଦେଲା’

ନୂଆଦିଲ୍ଲୀ,୩।୭: ଗତ ମାସରେ ଭାରତର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଟାଇଟଲ ଜିତିବାର ସ୍ବପ୍ନ ଧ୍ୱଂସ ହୋଇଯାଇଥିଲା। ଭାରତ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ...

ଓ୍ବାର୍ନରଙ୍କ ପରେ ଦ୍ୱିତୀୟ ବିଦେଶୀ ଖେଳାଳି ଭାବେ ଏହି କ୍ଲବରେ ସାମିଲ ହେବେ ଗେଲ୍‌

ଦୁବାଇ, ୨୦।୯: ଆଇପିଏଲ୍‌ର ୧୩ତମ ସଂସ୍କରଣର ୨ୟ ମୁକାବିଲାରେ ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ରେ ପଞ୍ଜାବର...

କ୍ରିକେଟ୍‌ ଇତିହାସରେ ଏମିତି ରେକର୍ଡ, ଯାହା ଆଜି ବି ଅତୁଟ

କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଚାଲର୍‌ସ ଲାରା କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ରେକର୍ଡ କରିବା ସହିତ ସେ ଅନେକ ମହାନ କ୍ରିକେଟରଙ୍କ ରେକର୍ଡ...

ଜାଡେଜାଙ୍କୁ ପ୍ରଶଂସା କଲେ ଧୋନୀ

ମୁମ୍ବାଇ,୧୩।୫: ଆଇପିଏଲ ୨୦୨୨ର ପ୍ଲେ ଅଫ୍‌ରୁ ଚେନ୍ନାଇ ସୁପର କିଙ୍ଗ୍ସ ବାଦ୍‌ ପଡିଛି। ଦଳ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫ ଉଇକେଟରେ ପରାସ୍ତ ହୋଇଛି। ମୁମ୍ବାଇ ବିପକ୍ଷ...

ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ

ନାପିଅର,୨୨।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ ଆଜି ନାପିଅରରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ...

ଭାରତର ପରାଜୟ ପରେ ଉପଅଧିନାୟକଙ୍କ ଅଜବ ମନ୍ତବ୍ୟ

ସିଡନୀ,୩୦।୧୧: ଅଷ୍ଟ୍ରେଲିଆଠାରୁ କ୍ରମାଗତ ଦୁଇଟି ମ୍ୟାଚ ପରାସ୍ତ ହୋଇ ଭାରତୀୟ ଦଳ ସିରିଜ୍‌ ୨-୦ରେ ହାରିଛି । ଏବେ ଡିସେମ୍ବର ୨ରେ ସେ ସମ୍ମାନ ବଞ୍ଚାଇବା...

ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତିଲା ଭାରତ

ଆଡିଲେଡ୍‌,୧୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ପ୍ରଥମ ଟେଷ୍ଟ ଆଡିଲେଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ...

Advertisement
Archives

Model This Week