ମୋବାଇଲ ଦେଖିବାକୁ ମନା କରିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ପଦ୍ମପୁର, ୨୩।୧୨ (ଡି.ଏନ.ଏ.)- ମୋବାଇଲ ଦେଖିବାକୁ ମନା କରିବାରୁ ନବମ ଶ୍ରେଣୀ ଛାତ୍ରଙ୍କ ଅଭାବନୀୟ କାଣ୍ଡ। ସୋମବାର ମଧ୍ୟାହ୍ନରେ ଛାତ୍ର ଜଣଙ୍କ ସିଡ଼ି ଘରକୁ ଯାଇ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି। ମୃତ ନାବାଳକ ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଦେବଙ୍କର ନାୟକ(୧୪)। ସେ ସ୍ଥାନୀୟ ଭେଡ଼ା ସହଯୋଗ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଦେବଙ୍କର ବହୁ ସମୟ ଧରି ମୋବାଇଲ ବ୍ୟବହାର କରୁଥିବାରୁ ସକାଳେ ତାଙ୍କ ମା’ ଆକଟ କରିଥିଲେ। ଏହାପରଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେମାନେ ତାଙ୍କୁ ଘରେ ନ ପାଇବାରୁ ବହୁ ଖୋଜାଖୋଜି କରିଥିଲେ। ସିଡ଼ି ଘରେ ଦଉଡ଼ିରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବଙ୍କର ମା’ବାପାଙ୍କର ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ମୃତ୍ୟୁରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ରିପୋର୍ଟ ଲେଖା ହେବା ବେଳକୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲେ ମଧ୍ୟ ନାୟକାଣିଡିହୀ ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦେଶନାମା: ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଶଟ୍‌ଡାଉନ

ଛତ୍ରପୁର, ୪।୪(ଡି.ଏନ.ଏ .)- ରାଜ୍ୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ତାଲା ବନ୍ଦ ପରିପ୍ରେକ୍ଷିରେ ଅଧିକ କଠୋର କଟକଣା ଜାରି କରିଛନ୍ତି...

ବର୍ଷକୁ ୨୪୦ କାର୍ଯ୍ୟଦିବସ

କଟକ ଅଫିସ,୧୮।୮:  ରାଜ୍ୟର ସମସ୍ତ କ୍ୟାଡର୍‌ର ବିଚାରପତିଙ୍କ ପାଇଁ ପରିବର୍ତ୍ତିତ କାର୍ଯ୍ୟ ମାପଦଣ୍ଡ (ୟାର୍ଡଷ୍ଟିକ୍‌) ସ୍ଥିର ହୋଇଛି। ସୋମବାର ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...

ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କ ରାସ୍ତାରୋକୋ

କୋକସରା,୧।୧(ଡି.ଏନ୍‌.ଏ.):କଳାହଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ମଣ୍ଡିରେ ଧାନକିଣା ପ୍ରକ୍ରିୟାରେ ଅଚଳାବସ୍ତା ଯୋଗୁ ଚାଷୀମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏପରିସ୍ଥିତିରେ...

ସୁନ୍ଦରଗଡ଼ର କୁମ୍‌ଝରିଆ ୟୁଜି ହାଇସ୍କୁଲକୁ ମିଳିଲା ଉତ୍କର୍ଷ ଶିକ୍ଷାକେନ୍ଦ୍ରର ମାନ୍ୟତା

କୁଆଁରମୁଣ୍ଡା,୨୯।୨(ଡି.ଏନ.ଏ)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ହାଇସ୍କୁଲ ଓ ୟୁଜି ହାଇସ୍କୁଲଗୁଡିକ ମଧ୍ୟରୁ ୧୦୧ ସ୍କୁଲକୁ ଉତ୍କର୍ଷ ଶିକ୍ଷାକେନ୍ଦ୍ର ଭାବେ...

ବନ୍ଧା ହେଲେ ଦୁଇ ବାଇକ୍‌ ଚୋର

ପାଟଣା,୨୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ଗୁରୁବାର ଦୁଇ ବାଇକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ...

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଆର୍‌ଡି ସହକାରୀ ଯନ୍ତ୍ରୀ

ଢେଙ୍କାନାଳ ଅଫିସ, ୧୮।୧୧: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଳଚେର କଣିହା ଗ୍ରାମ୍ୟ ନିର୍ମାଣ ବିଭାଗ (ଆର୍‌ଡି) ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଢେଙ୍କାନାଳସ୍ଥିତ...

କର୍ଲାପାଟ ହାତୀ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ପ୍ରାଣୀଧନ ନିରୀକ୍ଷକ

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାପାଟ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରାଣୀ ସମ୍ପଦ ବିଭାଗ। କାର୍ଯ୍ୟରେ ଅବହେଳା ନେଇ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ...

ଇନ୍ଦ୍ରାବତୀ ଜଳଭଣ୍ଡାରର ୨ ଗେଟ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଇନ୍ଦ୍ରାବତୀ ସ୍ଥିତ ଦେଓପାଲି ବନ୍ଧର ଗୁରୁବାର ୨ଟି ଗେଟ ଖୋଲାଯାଇଛି। ଦେଓପାଲି ବନ୍ଧର ୨ ନଂ...

Play 250+ Trending Games
Archives

Model This Week

Why Dharitri