ମୋବାଇଲ ଅଛି, ନେଟଓ୍ବର୍କ ନାହିଁ: ଅପହଞ୍ଚ ଇଲାକାରେ ମୋବାଇଲ ଫୋନ ସେବା ବିଚ୍ଛିନ୍ନ

ଲେଫ୍ରିପଡା,୧୦।୧(ଡି.ଏନ.ଏ) -ସୁନ୍ଦରଗଡ ଜିଲା ଲେଫ୍ରିପଡା ବ୍ଲକ୍‌ ଅନ୍ତର୍ଗତ ରାଜବାହାଲ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ। ଏହା ଦୁର୍ଗମ ପାହାଡି ଅଞ୍ଚଳରେ ରହିଥିବା ବେଳେ ଅଞ୍ଚଳବାସୀ ମୋବାଇଲ ଫୋନ ସେବା ପାଇବାରୁ ବଞ୍ଚିତ ରହିଛନ୍ତି। ରାଜବାହାଲ ପଞ୍ଚାୟତରେ କୁଆଘରା, ବାନିକଛାର, ଠିଠେଇଟାଙ୍ଗର, କହଚୁଆଁ, ବଲଦବନ୍ଧା, ହଲଦୀଖୋଲ, ବିଲେଇବାହାଲ, ଜୁନିଆନି, ବନଡେଗା, ତାରାଗଡ, ରାଜବାହାଲ, ତେଲେନପାଲି, ବୁଟ୍ରାକଛାର, ଆମଟପାନି, ଲଛମନପାଁ ରାଜସ୍ବଗ୍ରାମ ଭାବେ ରହିଛି। ଐତିହାସିକ ସ୍ଥଳୀ ଉଷାକୋଠୀ ମଧ୍ୟ ରହିଛି। ବର୍ତ୍ତମାନ ଦେଶରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ମେକ୍‌ ଇନ୍‌ ଇଣ୍ଡିଆ ଏବଂ ମେକ୍‌ ଇନ୍‌ ଓଡିଶା ଗଠନ ସକାଶେ ପ୍ରଯୁଚ୍ଛିବିଦ୍ୟା ପ୍ରୟୋଗ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରିଚାଲିଛନ୍ତି। ଯାହା ଦ୍ୱାରା ଜନସାଧାରଣ ମୋବାଇଲ ଦ୍ୱାରା ବ୍ୟବହାର କରି ବିଭିନ୍ନ ସେବା ପାଇପାରୁଥିବା ବେଳେ ରାଜବାହାଲ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ହୋଇଛି। ବର୍ତ୍ତମାନ ଦେଶରେ ହ୍ବାଟ୍‌ସଅପ୍‌ ଏବଂ ସୋସିଆଲ ମିଡିଆର ବ୍ୟବହାର ଦ୍ରୁତଗତିରେ ବଢି ଚାଲିଥିବା ବେଳେ ଏଠାରେ ଆଦିବାସୀ ଅଧ୍ୟୁଷିତ ଜନସାଧାରଣଙ୍କ ପାଇଁ ସାତସପନ ହୋଇ ରହିଛି ସୋସିଆଲ ମିଡିଆ ଏବଂ ମୋବାଇଲର ବ୍ୟବହାର। ପ୍ରାୟ ଦୁଇ ବର୍ଷ ପୂର୍ବରୁ ଅଞ୍ଚଳବାସୀଙ୍କ ପାଇଁ ମୋବାଇଲ ସେବା ପ୍ରଦାନ କରିବା କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ବଳଦବନ୍ଧା ଗୀର୍ଜା ପଡାଠାରେ ବିଏସ୍‌ଏନ୍‌ଏଲ୍‌ର ଏକ ଟାଓ୍ବାର ନିର୍ମାଣ କରାଯାଇ ଅଧାପନ୍ତରିଆ ହୋଇ ପଡିରହିଛି। ଟାଓ୍ବାର ନିର୍ମାଣ ସମୟରେ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ମୋବାଇଲ ସେବା ପାଇବା ଲାଗି ପ୍ରବଳ ଆଶା ଓ ଉତ୍କଣ୍ଠା ପ୍ରକାଶ ପାଇଥିଲା। ପ୍ରତ୍ୟେକ ପରିବାରରେ ମୋବାଇଲ ଫୋନ୍‌ କିଣି ରଖି ଥିଲେ। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ କମ୍ପାନୀ ପକ୍ଷରୁ କୌଣସି ସେବା ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇ ନାହିଁ। ଅଞ୍ଚଳର ଜନସାଧାରଣ ବର୍ତ୍ତମାନ କୌଣସି ସ୍ଥାନକୁ ଯୋଗାଯୋଗ କରିବା ପାଇଁ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନକୁ ଯାଇ ପାହାଡ ଉପରେ ପଥରରେ ବସି କିମ୍ବା ଗଛ ଉପରେ ରହି ମୋବାଇଲ ବ୍ୟବହାର କରିଥାନ୍ତି। ମୋବାଇଲ ସେବା ପାଇବା ପାଇଁ ବହୁତ ଥର ବିଏସ୍‌ଏନ୍‌ଏଲ୍‌ କମ୍ପାନୀର ଅଧିକାରୀଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁବିଧା ହୋଇ ପାରୁନାହିଁ ବୋଲି ଅଞ୍ଚଳର ଜନସାଧାରଣ ପ୍ରକାଶ କରିଛନ୍ତି। ଏ ଦିଗରେ ବିଏସ୍‌ଏନ୍‌ଏଲ୍‌ କମ୍ପାନୀର ବିଭିନ୍ନ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଅନ୍ୟପକ୍ଷରେ ରାଜବାହଲ ପଞ୍ଚାୟତର ଜନସାଧାରଣଙ୍କ ସକାଶେ ମୋବାଇଲ ସେବା ପ୍ରଦାନ ଦିଗରେ ସ୍ଥାନୀୟ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋମାଂସ ଚାଲାଣ, ୨ ଗିରଫ

ଆର.ଉଦୟଗିରି,୨୩ା୪(ଡି.ଏନ.ଏ.)-ଆର.ଉଦୟଗିରି ଥାନା ରଣାଲଇ ଗ୍ରାମରୁ ବୁଧବାର ଗୋମାଂସ ଚାଲାଣ କରୁଥିବା ଅଭିଯୋଗରେ ବାଇକ୍‌ ସହ ୨ ଜଣକୁ ପୋଲିସ ଗିରଫ କରିଛି। ସେମାନେ ହେଲେ ରଣାଲଇ...

ଏଟିଏମ୍‌ କାର୍ଡ ଚୋରି କରି ୪.୧୫ ଲକ୍ଷ ଉଠାଣ: ବ୍ୟାଙ୍କ କର୍ମଚାରୀ ଗିରଫ

ବନ୍ତ,୧୯।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଜଣେ ଗ୍ରାହକଙ୍କ ଜମାଖାତାରୁ ୬୬ ହଜାର ୮୧୩ ଟଙ୍କା ଗାଏବ ନେଇ ଅଭିଯୋଗ...

ଅବ୍ୟବସ୍ଥାରେ ବଅଁରପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ର:ନିରୀକ୍ଷକ, ସହାୟକ ପଦବୀ ଖାଲି

ବଅଁରପାଳ, ୧୫ା୬ (ଡି.ଏନ୍‌.ଏ)ପ୍ରାଣୀ ସମ୍ପଦର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ଅନେକ ସମୟରେ ଗୃହ ଓ ଯନ୍ତ୍ରପାତି...

୬ ଶିଶୁ ଶ୍ରମିକ ଉଦ୍ଧାର

ବାଲିଆପାଳ, ୮।୮(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ବାଲିଆପାଳ ବଜାର ଏବଂ କାଳିପଦା ଅଞ୍ଚଳରେ ଚାଇଲ୍ଡଲାଇନ ଏବଂ ଶ୍ରମ ବିଭାଗ ପକ୍ଷରୁ ଗୁରୁବାର ମିଳିତ ଭାବେ ବିଭିନ୍ନ ଦୋକାନ ଉପରେ...

ଡ୍ରେନେଜ୍‌ ଡିଭିଜନ ଦୁର୍ନୀତିର ତଦନ୍ତ ଦାବି : ଭିଜିଲାନ୍ସ ଅଫିସ ଘେରାଉ କରିବ ଭାଜପା

ବ୍ରହ୍ମପୁର ଅଫିସ,୨୯ା୧୦-ରେଶମ ନଗରୀ ପରିମଳ ବ୍ୟବସ୍ଥାରେ ବ୍ରହ୍ମପୁରର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଥିବା ବାହାନା ଓ ସାପୁଆ ନାଳ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇ...

ଅଧ୍ୟାପିକାଙ୍କୁ ଚକୋଲେଟ୍‌ ଦେଇଛି ଭିନ୍ନ ଏକ ପରିଚୟ

ନବରଙ୍ଗପୁର,୧୦।୭ (ବି.ପ୍ର.): ପିଲାରୁ ବୟସ୍କ ଯାଏଁ ସମସ୍ତଙ୍କର ଚକୋଲେଟ୍‌ ପାଇଁ ଥାଏ ଦୁର୍ବଳତା। ବଜାରରେ ମଧ୍ୟ ଚକୋଲେଟ୍‌ର ଚାହିଦା ବେଶ୍‌ ରହିଛି। ସେଥିପାଇଁ ଏହାକୁ ରୋଜଗାର...

ନିୟମ ମାନୁନାହାନ୍ତି ବ୍ୟବସାୟୀ, ସ୍କୁଲ ପାଖରେ ପୋଡ଼ା ହେଉଛି ଇଟାଭାଟି

ନାଉଗାଁ,୬।୧ (ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ପୋଡ଼ାହେଉଛି। ସରକାରୀ ନିୟମକୁ ବେଖାତିର କରି ବ୍ୟବସାୟୀମାନେ ସ୍କୁଲ ଓ ଜନଗହଳି...

ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ

ଖଇରା, ୮।୬(ଡି.ଏନ.ଏ.)-ଖଇରା ପୋଲିସ ମଙ୍ଗଳବାର ସୋର-କୁପାରୀ ରାସ୍ତାର ବିଭିନ୍ନ ସ୍ଥାନରେ ଚଢାଉ କରି ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ କରିଛି। ବାଇକ, ବୋଲେରୋ ଓ ଟ୍ରକଗୁଡିକଠାରୁ...

Play 250+ Trending Games
Archives

Model This Week

Why Dharitri