Posted inଜାତୀୟ

ମୋବାଇଲରେ ଅନ୍‌ଲାଇନ୍‌ ଗେମ୍‌ ଖେଳି ଆତ୍ମହତ୍ୟା କଲେ ନାବାଳକ

କୋଟା,୨୦।୬: ରାଜସ୍ଥାନର କୋଟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଜ୍ଞାନ ନଗରରେ ରହୁଥିବା ଫତେହଚନ୍ଦଙ୍କ ୧୨ବର୍ଷର ପୁଅ କୁଶଳ ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳୁଥିବା ବେଳେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିବା ସମୟରେ ସେ ରୁମ୍‌ରେ ଏକୁଟିଆ ଥିବା ବେଳେ ନିଜ ହାତରେ ଚୁଡ଼ି ଓ ମଙ୍ଗଳସୂତ୍ର ପିନ୍ଧିଥିଲେ। ସୂଚନାଯୋଗ୍ୟ, କୁଶଳଙ୍କ ଏବେ ସ୍କୁଲ ଛୁଟି ଥିବା ବେଳେ କିଛି ଦିନ ହେଲା ସେ ମୋବାଇଲରେ ବ୍ଲୁ ହ୍ବେଲ ଭଳି ଏକ ଗେମ୍‌ ଖେଳୁଥିଲେ। ମଙ୍ଗଳବାର ନିଜ ରୁମରୁ ନ ବାହାରିବାରୁ ପରିବାର ଲୋକ ସନ୍ଦେହରେ ତାଙ୍କ ରୁମ୍‌କୁ ଯାଇଥିଲେ। ହେଲେ ସେ ନିଜକୁ ବାଥ୍‌ରୁମ ଭିତରେ ବନ୍ଦ କରିଦେଇଥିଲେ। କବାଟ ଭାଙ୍ଗିବା ପରେ କୁଶଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁଶଳ ଏଭଳି କେବେ ଚୁଡ଼ି ଓ ମଙ୍ଗଳସୂତ୍ର ପିନ୍ଧି ନ ଥିବା ବେଳେ ସେ ଜୀବନ ହାରିଦେଇଛନ୍ତି ବୋଲି ପରିବାର ଲୋକେ କହିଛନ୍ତି। ତେବେ ସେ କେଉଁ ଗେମ୍‌ ଖେଳୁଥିଲେ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍‌ଲାଇନରେ ଗେମ୍‌ ଖେଳିବା ସମୟରେ କାହାରି ମୃତ୍ୟୁ ହେବା ଘଟଣା କୋଟାରେ ଏହା ପ୍ରଥମ।


Enter your email to get our daily news in your inbox.

All Right Reserved By Dharitri.Com

କେସିଆରଙ୍କୁ ଟାର୍ଗେଟ୍‌ କଲେ ନଡ୍ଡା

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଇତିମଧ୍ୟରେ ଭାଜପା ରାଷ୍ଟ୍ରୀୟ...

ଖୁବ୍‌ଶୀଘ୍ର ଦ୍ୱିଗୁଣିତ ହେବ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୬ା୫: ଭାରତରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ରେକର୍ଡ ଭାଙ୍ଗି ଚାଲିଛି। ଯଦି ଏହି କ୍ରମାଗତ ଜାରି ରୁହେ ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ...

୮ ଚିତା ଆସିବା ରାଜ୍ୟ ପାଇଁ ବଡ ଉପହାର: ଶିବରାଜ ସିଂ

ଭୋପାଳ,୧୭।୯: ନାମିବିୟାରୁ ସ୍ବତନ୍ତ୍ର ବିମାନ ଯୋଗେ ୮ଟି ଚିତା ବାଘ ଶନିବାର ସକାଳେ ମଧ୍ୟପ୍ରଦେଶର ଗ୍ବାଲିୟର୍‌ରେ ପହଞ୍ଚିଛନ୍ତି। ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ...

କ’ଣ ହେଲା ଶସ୍ତା-ମହଙ୍ଗା…

ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ କ୍ଷେତ୍ର ସମ୍ବନ୍ଧରେ ବଜେଟରେ ଅନେକ ଘୋଷଣା କରିଛନ୍ତି। କିନ୍ତୁ ସାଧାରଣ ଲୋକ...

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୮୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୯୬ ମୃତ

ନୂଆଦିଲ୍ଲୀ,୪।୯: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୮୩ ହଜାର ୩୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...

ନେତାଙ୍କ ମନ୍ତବ୍ୟରେ ଲଗାମ, ଭାଜପା ପକ୍ଷରୁ ଜାରି ହେଲା ୮ ସୂତ୍ରୀ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୭।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିବାଦ ଯୋଗୁଁ ଭାଜପା ସତର୍କ ହୋଇପଡିଛି। ଦଳ...

ଆଜିର ଆହ୍ବାନ ଜନସଂଖ୍ୟା ନିୟନ୍ତ୍ରଣ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଗର୍ଭନିରୋଧ ପ୍ରତି ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ପାଳନ କରାଯାଉଛି ଗର୍ଭ ନିରୋଧକ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର...

ବିବାହ ଭୋଜିରେ ମିଳିଲାନି ନିମନ୍ତ୍ରଣ: ଆଦିବାସୀ ପରିବାରଙ୍କୁ ବାସନ୍ଦ କଲେ ଗ୍ରାମବାସୀ

ଜବଲପୁର,୧।୯: ମଧ୍ୟପ୍ରଦେଶ ଚରଗଓ୍ବାଁ ନିକଟରେ ଥିବା ସିଙ୍ଗୋରି ଜମୁନିୟାରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁରେ ବାସ କରୁଥିବା ଏକ ଆଦିବାସୀ ପରିବାର ଗାଁର କିଛି...

Advertisement
Archives

Model This Week