Posted inଜାତୀୟ

ମୋଦିଙ୍କ ଚିନ୍ତାଧାରା ଦେଶର ଅର୍ଥନୀତିକୁ ବିଗାଡି ଦେଇଛି: ରାହୁଲ

ନୂଆଦିଲ୍ଲୀ,୬।୩: ଦେଶରେ ୟେସ୍‌ ବ୍ୟାଙ୍କରେ ଦେଖାଦେଇଥିବା ସଙ୍କଟକୁ ନେଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ଏହି ପ୍ରସଙ୍ଗରେ ରାହୁଲ ଟୁଇଟ୍‌ କରି କହିଛନ୍ତି ମୋଦିଙ୍କ ଚିନ୍ତାଧାରା ଯୋଗୁ ଆଜି ଦେଶର ଅର୍ଥନୀତି ବିଗିଡି ଯାଇଛି। ସୂଚନାଯୋଗ୍ୟ, ଗୁରୁବାର ୟେସ୍‌ ବ୍ୟାଙ୍କର ଏଟିଏମ୍‌ କାମ ନ କରିବା, ଅନ୍‌ ଲାଇନ୍‌ ଟ୍ରାଞ୍ଜାକଶନ୍‌ ନ ହେବା ଗ୍ରାହକଙ୍କୁ ଚିନ୍ତାରେ ପକାଇଥିଲା। ଏପଟେ ଶୁକ୍ରବାର ସକାଳୁ ପ୍ରତି ଗ୍ରାହକ ମାତ୍ର ୫୦ ହଜାର ଟଙ୍କା ଉଠାଇ ପାରିବାକୁ କୁହାଯାଇଥିବା ବେଳେ ଲୋକଙ୍କର ଲମ୍ବା ଲାଇନ୍‌ ବ୍ୟାଙ୍କ ସାମ୍ନାରେ ଦେଖିବାକୁ ମିଳିଥିଲା। ଫଳରେ ଜନ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିବା ଦେଖାଯାଇଛି। ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିବା ଯୋଗୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛନ୍ତି। ତେବେ ମୋଦିଙ୍କ ଚିନ୍ତାଧାରା ଯୋଗୁ ଦେଶର ଏଭଳି ପରିସ୍ଥିତି ଉପୁଜିଥିବା ରାହୁଲ କହିଥିବା ବେଳେ ସାଧାରଣ ଜନତା ମଧ୍ୟ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଥିବା ଲକ୍ଷ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏସ୍‌କୁ ସଫଳତା ପୁଣି ଜଣେ ଆତଙ୍କବାଦୀ ଗିରଫ…

ଲକ୍ଷ୍ନୌ, ୧୪।୮ : ଉତ୍ତରପ୍ରଦେଶ ଏଟିଏସକୁ ଏକ ବଡ ସଫଳତା ମିଳିଛି। ସାହାରନପୁରରୁ ଗିରଫ ହୋଇଥିବା ନଦିମଙ୍କ ଆତଙ୍କବାଦୀ ଯୋଗାଯୋଗରେ ଥିବା ଜୈଶ-ଇ-ମହମ୍ମଦ ସହ ଜଡିତ...

ପ୍ରସିଦ୍ଧ ଗାୟକ ବାଲାସୁବ୍ରମଣ୍ୟମ କରୋନାରେ ପୀଡ଼ିତ

ମୁମ୍ବାଇ,୫।୮: ସମଗ୍ର ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହେଉ କି ଗରୀବ...

ବ୍ଲାକମେଲ ସହି ନ ପାରି ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ,୨୭।୧୨: ଫେକ୍‌ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅଧିକାରୀଙ୍କ ବ୍ଲାକମେଲ ସହି ନ ପାରି ଆତ୍ମହତ୍ୟା କରିଛନ୍ତି ଜଣେ ଅଭିନେତ୍ରୀ। ଏହି ଘଟଣାରେ ଦୁଇ ଜଣ...

ଲଞ୍ଚ ହେଲା ‘ମୌସମ’ ଆପ୍‌

ନୂଆଦିଲ୍ଲୀ,୨୮।୭(ପି.ଟି.): ପାଣିପାଗ ସମ୍ପର୍କିତ ସବିଶେଷ ତଥ୍ୟ ଲୋକଙ୍କ ପାଖରେ ଉପଲବ୍ଧ ହେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ମୌସମ’ ଆପ୍‌ ଲଞ୍ଚ୍‌ ହୋଇଛି। ଭୂବିଜ୍ଞାନ ମନ୍ତ୍ରୀ...

ଟିଆରପି ଠକେଇ ମାମଲା: ଅର୍ଣ୍ଣବଙ୍କ ବିରୋଧରେ ପୋଲିସ ନିକଟରେ ରହିଛି ପ୍ରମାଣ

ମୁମ୍ବାଇ,୬।୧- ଟେଲିଭିଜନ ରେଟିଂ ପଏଣ୍ଟସ (ଟିଆରପି) ଠକେଇ ମାମଲା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ରିପବ୍ଲିକ ଟିଭି ଓ ଏହାର ଏଡିଟର ଇନ୍‌...

ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଧାୟକ

ପାଟନା,୨୭।୧୧: ବିହାରରେ ଜଣେ ବିଧାୟକ ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଛନ୍ତି। ଏହାକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବୁଧବାର ଆର୍‌ଜେଡି...

୩ ମାସ ପରେ ରାଷ୍ଟ୍ରପତି ନିର୍ବାଚନ…

ନୂଆଦିଲ୍ଲୀ, ୨୬।୪ : ଜୁଲାଇ ୨୫ ରେ ଦେଶକୁ ନୂଆ ରାଷ୍ଟ୍ରପତି ମିଳିବେ। ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ ରେ...

‘ବେକାରୀ ଜରୁରୀକାଳୀନ ପରିସ୍ଥିତି’ ଘୋଷଣା କରିବାକୁ ଦାବି କଲା କଂଗ୍ରେସ

ହାଇଦ୍ରାବାଦ,୧୮।୩: ତେଲେଙ୍ଗାନାର ବରିଷ୍ଠ କଂଗ୍ରେସ ନେତା ଦାସୋଜୁ ଶ୍ରାବଣ କୁମାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ତୁରନ୍ତ ଏକ‘ବେକାରୀ ଜରୁରୀକାଳୀନ ପରିସ୍ଥିତି’ ଘୋଷଣା କରିବାକୁ ଦାବି...

Advertisement
Archives

Model This Week