Posted inଖେଳ

ମୋଟରସ୍ପୋଟର୍‌ସ କିମ୍ବଦନ୍ତୀ ମୋସ୍‌ଙ୍କ ପରଲୋକ

ଲଣ୍ଡନ,୧୨।୪ (ଏଏଫ୍‌ପି)-ମୋଟରସ୍ପୋଟର୍‌ସର କିମ୍ବଦନ୍ତୀ ଷ୍ଟର୍ଲିଂ ମୋସ୍‌ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଦୀର୍ଘ ଦିନର ଅସୁସ୍ଥତା ପରେ ଏହି ବ୍ରିଟିଶ ଡ୍ରାଇଭରଙ୍କ ଦେହାନ୍ତ ହୋଇଛି ବୋଲି ତାଙ୍କ ସ୍ତ୍ରୀ ରବିବାର ଘୋଷଣା କରିଛନ୍ତି। ମୋସ କେବେବି ଫର୍ମୁଲା-୧ ଟାଇଟଲ ହାସଲ କରି ନ ଥିଲେ। ତେବେ ସେ ୪ଥର ରନର୍ସଅପ୍‌ ହୋଇଥିଲେ ଓ ଏହା ସତ୍ତ୍ୱେ ସେ ମହାନ ଡ୍ରାଇଭର ବିବେଚିତ ହେଉଥିଲେ। ଦୀର୍ଘ ୧୪ ବର୍ଷର କ୍ୟାରିୟରରେ ସେ ଦୃଷ୍ଟାନ୍ତମୂଳକ ସଫଳତା ପାଇଛନ୍ତି। ୧୯୪୮ ମସିହାରେ ସେ କ୍ୟାରିୟର ଆରମ୍ଭ କରିଥିଲେ। ୫୨୯ଟି ରେସ୍‌ରେ ସେ ଅଂଶଗ୍ରହଣ କରି ୨୧୨ଟିରେ ବିଜୟ ହାସଲ କରିଥିଲେ। ସେତେବେଳେ ଡ୍ରାଇଭରମାନେ ଭିନ୍ନ ଭିନ୍ନ ବର୍ଗରେ ଅଂଶଗ୍ରହଣ କରୁଥିଲେ। ୧୯୫୦ରୁ ୧୯୬୦ ମଧ୍ୟରେ ସେ ବେଶ୍‌ ସକ୍ରିୟ ଥିଲେ। ସେ ୧୯୫୧ରୁ ଫର୍ମୁଲା-୧ ରେସିଂରେ ଅଂଶଗ୍ରହଣ କରିଆସୁଥିଲେ। ୧୯୬୨ ଏପ୍ରିଲ୍‌ରେ ଗୁଡଉଡ୍‌ରେ ଏକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ସେ ଗୋଟିଏ ମାସ କୋମା ଅବସ୍ଥାକୁ ଚାଲିଯାଇଥିଲେ। ଏହାପରେ ୬ମାସ ଆଂଶିକ ପକ୍ଷାଘାତର ଶିକାର ହୋଇଥିଲେ। ଶେଷରେ ସେ ଅବସର ଘୋଷଣା କରିଥିଲେ।
ଫର୍ମୁଲା-୧ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ସେ ୬୭ଟି ଷ୍ଟାର୍ଟ କରିଥିଲେ। ୧୬ଟି ରେସ୍‌ରେ ସେ ବାଜି ମାରିଥିବା ବେଳେ ୧୬ଟି ପୋଲ ପୋଜିଶନ ଓ ୨୪ ଥର ପୋଡିୟମ ଫିନିଶ୍‌ କରିଥିଲେ। ସେ ୧୯୨୯ ସେପ୍ଟେମ୍ବର ୧୭ରେ ଲଣ୍ଡନର ଓ୍ବେଷ୍ଟ କେନ୍ସିଂଟନରେ ଜନ୍ମ ଗ୍ରହଣ କରିଥିଲେ। ସେ ମର୍ସିଡିଜ୍‌ ବେଞ୍ଚ୍‌, ମାସେରାଟି, ଭାନ୍‌ଓ୍ବାଲ, ରବ୍‌ ଓ୍ବାକରଙ୍କ ପ୍ରାଇଭେଟ କୁପର ଟିମ୍‌ ଓ ଲୋଟସ ତରଫରୁ ରେସ୍‌ରେ ପ୍ରତିନିଧିତ୍ୱ କରିଥିଲେ। ୧୯୯୦ ଅନ୍ତର୍ଜାତୀୟ ମୋଟରସ୍ପୋଟର୍‌ସ ହଲ୍‌ ଅଫ୍‌ ଫେମ୍‌ରେ ତାଙ୍କୁ ସାମିଲ କରାଯାଇଥିଲା। ୨୦୦୦ ତାଙ୍କୁ ପ୍ରିନ୍ସ ଚାଲର୍‌ସ ନାଇଟ୍‌ହୁଡ୍‌ ସମ୍ମାନ ପ୍ରଦାନ କରିଥିଲେ। ମୋଟର ସ୍ପୋଟର୍‌ସରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏଫ୍‌ଆଇଏ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଣ୍ଡିଚେରୀ ଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୧୦ା୨-  ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ୨୩ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫିର ଏକ ଲିଗ ମ୍ୟାଚ୍‌ରେ ଓଡ଼ିଶା ୬୭ରନରେ ପଣ୍ଡିଚେରୀଠାରୁ ହାରିଛି। ଦ୍ୱିତୀୟ ଇନିଂସରେ...

କ୍ରିକେଟରେ ଗୋଟିଏ ଦଳ ପାଇଁ ଖେଳୁଛନ୍ତି ସ୍ତ୍ରୀ-ସ୍ବାମୀ

କ୍ରିକେଟରେ ଭାଇ-ଭାଇ ଏକାଠି ଖେୁଥିବାର ତ ଆପଣ ଦେଖିଥିବେ। କିନ୍ତୁ ସ୍ବାମୀ-ସ୍ତ୍ରୀ ଗୋଟିଏ ଦଳ ପାଇଁ ଏକତ୍ର ଖେଳିବା କଥାଟା ଶୁଣିଲେ କିମ୍ବା ଦେଖିଲେ ଆଶ୍ଚର୍ଯ୍ୟ...

ରଣଜୀ ଟ୍ରଫି: ସୁଜିତଙ୍କ ଅର୍ଦ୍ଧଶତକ: ଓଡ଼ିଶାର ଇନିଂସ ଅଗ୍ରଣୀ

କଟକ ଅଫିସ,୧୧।୧୨- ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଛତିଶଗଡ଼ ବିପକ୍ଷରେ ଚାଲିଥିବା ରଣ୍‌ଜୀ ଟ୍ରଫି ଏଲିଟ୍‌ ଗ୍ରୁପ-ସି’ର ଏକ ମ୍ୟାଚ୍‌ରେ...

କରୋନା ସହାୟତା: ରିଜିଜୁ ଦେଲେ ଗୋଟିଏ ମାସର ଦରମା

ନୂଆଦିଲ୍ଲୀ,୨୮।୩(ପି.ଟି.): କୋଭିଡ-୧୯ ମୁକାବିଲା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ତାଙ୍କର ଗୋଟିଏ ମାସର ଦରାମା ଦାନ କରିଛନ୍ତି। ଦେଶର ସ୍ବାସ୍ଥ୍ୟବସ୍ଥାର ଉନ୍ନତି ପାଇଁ...

ଏକମାତ୍ର ଟେଷ୍ଟ: ଦୃଢ଼ ସ୍ଥିତିରେ ଆଫଗାନିସ୍ତାନ

ଚିଟ୍ଟାଗଙ୍ଗ,୮।୯- ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଆଫଗାନିସ୍ତାନ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର...

୪୭ ଟଙ୍କାରେ ଦେଖିପାରିବେ ଇଣ୍ଟରନ୍ୟାଶ୍‌ନାଲ କ୍ରିକେଟ ମ୍ୟାଚ୍‌

ଇସଲାମାବାଦ,୨୯।୧୧: ଦିନକୁ ଦିନ ପାକିସ୍ତାନର ଆର୍ଥିିକ ଅବସ୍ଥା ବିଗିଡିବାରେ ଲାଗିଛି। ଋଣ ବୋଝ ଯୋଗୁ ପାକିସ୍ତାନ ସରକାର ଏବେ ଚିନ୍ତାରେ ଅଛନ୍ତି। କେବଳ ପାକିସ୍ତାନ ସରକାର...

ଆଜି ଭାଇ ଦୁଜ୍‌: ଜାଣନ୍ତୁ କ୍ରିକେଟରଙ୍କ ଭଉଣୀମାନେ କେମିତି ପାଳନ୍ତି ଏହି ପର୍ବ

ଭାଇ-ଭଉଣୀ ପବିତ୍ର ବନ୍ଧନ ଦୁନିଆର ସବୁଠୁ ନିଆରା। ଏହି ବନ୍ଧନର କୌଣସି ତୁଳନା ନାହିଁ। କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକୁ ଭାଇ ଦୂଜ ବା...

ରଣ୍‌ଜୀ ଟ୍ରଫି: ମିଲିନ୍ଦ କୁମାରଙ୍କ ଶତକ

ଭୁବନେଶ୍ୱର, ୬।୧(କ୍ରୀଡ଼ା ପ୍ରତିନିଧି)- ବର୍ଷା ଯୋଗୁ କ୍ରମାଗତ ୨ ଦିନ ଖେଳ ବାତିଲ ପରେ ରବିବାର ଅଗରତାଲାର ବୀର ବିକ୍ରମ କଲେଜ ଷ୍ଟାଡିୟମରେ ଓଡ଼ିଶା-ତ୍ରିପୁରା ରଣ୍‌ଜୀ...

Advertisement
Archives

Model This Week