Posted inଖେଳ

ମେସି, ରାପିନୋଙ୍କୁ ମିଳିପାରେ ବାଲୋନ ଡି’ ଅର

ପ୍ୟାରିସ,୦୧।୧୨(ଏଏଫ୍‌ପି)- ଚଳିତବର୍ଷର ସମ୍ମାନଜନକ ବାଲୋନ ଡି’ଅର ପୁରସ୍କାର ପୁରୁଷ ବର୍ଗରେ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ମହିଳା ବର୍ଗରେ ବିଶ୍ୱକପ୍‌ ଚାମ୍ପିୟନ ଆମେରିକା ଦଳର ଷ୍ଟାର ମେଗାନ ରାପିନୋଙ୍କୁ ମିଳିପାରେ ବୋଲି ଆଶା କରାଯାଉଛି। ଏହି ପୁରସ୍କାର ସୋମବାର ସ୍ଥାନୀୟ ଚାଟଲେଟ ଥିଏଟରଠାରେ ଅନୁଷ୍ଠିତ ହେବାକୁ ଥିବା ଜାକଜମକ୍ୟ ଉତ୍ସବରେ ପ୍ରଦାନ କରାଯିବ। ଏଥିରେ ବିଶ୍ୱ ଫୁଟବଲ ବହୁ ଜଣାଶୁଣା ନାମ ଯୋଗଦେବେ। ମହିଳା ବିଭାଗର ପୁରସ୍କାର ରାପିନୋଙ୍କୁ ମିଳିବାର ବିଶେଷ ସମ୍ଭାବନା ରହିଛି। କାରଣ ଚଳିତବର୍ଷ ତାଙ୍କ ପ୍ରତିନିଧିତ୍ୱରେ ଆମେରିକା ତା’ର ମହିଳା ଫିଫା ବିଶ୍ୱକପ୍‌ ଟାଇଟଲ ବଜାୟ ରଖିଥିଲା। ଅନ୍ୟପକ୍ଷରେ ୨୦୧୮ରେ କ୍ରୋଏସିଆର ଲୁକା ମୋଡ୍ରିଚ୍‌ ପୁରୁଷ ବିଭାଗର ସମ୍ମାନ ଜିତିବା ପରେ ୧୨ ମାସ ହେଲା ଅନିଶ୍ଚିତତା ଜାରି ରହିଛି। ଦୀର୍ଘ ୧୦ ବର୍ଷର ବ୍ୟବଧାନ ପରେ ମେସି ଓ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବାଲୋନ ଡି’ଅର ପୁରସ୍କାର ହାତେଇଥିଲେ। ଏଥର ପୁରସ୍କାର ମେସି ହାତେଇ ପାରନ୍ତି। ୩୨ ବର୍ଷୀୟ ମେସି ଗତ ଲା’ ଲିଗା ଲିଗ୍‌ରେ ସର୍ବାଧିକ ୩୬ ଗୋଲ କରିଥିଲେ, ଯାହାଫଳରେ ବାର୍ସିଲୋନା ଟାଇଟଲ ବଜାୟ ରଖିଥିଲା। କିନ୍ତୁ କୋପା ଆମେରିକା ଟୁର୍ନାମେଣ୍ଟରେ ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ତାଙ୍କ ବ୍ୟତୀତ ପୁରସ୍କାର ପାଇଁ ୩୦ ନୋମିନଙ୍କ ତାଲିକାରେ ଲିଭରପୁଲ ଡିଫେଣ୍ଡର ବିର୍ଗିଲ ଭାନ ଡିଜକଙ୍କ ନାମ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲିଙ୍କ ପରିବାରରେ ନୂଆ ସଦସ୍ୟଙ୍କ ହେବ ଏଣ୍ଟ୍ରି, ପୂର୍ବରୁ କିଏ କିଏ ଅଛନ୍ତି ଜାଣନ୍ତୁ

କ୍ରିକେଟର୍‌ ବିରାଟ କୋହଲି ୨୦୨୧ରେ ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ସହ ଫଟୋ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ନୂଆ ଅତିଥି...

ପୂର୍ବତନ ଅଧିନାୟକଙ୍କ ରେକର୍ଡ ଭାଙ୍ଗିଲେ ରୁଟ୍‌

ବ୍ରିସବେନ,୧୦।୧୨: ଗୋଟିଏ ବର୍ଷରେ ଇଂଲିଶ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍‌ କରିବାରେ ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ରେକର୍ଡ ଭାଙ୍ଗିଛନ୍ତି ଇଂଲଣ୍ଡ ଅଧିନାୟକ...

ବିଶ୍ୱର ପ୍ରଥମ ଅଧିନାୟକ ଭାବେ କୋହଲିଙ୍କ ରେକର୍ଡ

ମୁମ୍ବାଇ,୬।୧୨: ବିଶ୍ୱ କ୍ରିକେଟ ଇତିହାସର ପ୍ରଥମ କ୍ୟାପଟେନ ଭାବେ ପ୍ରତ୍ୟେକ ଫର୍ମାଟରେ ୫୦ ମ୍ୟାଚ୍‌ ଜିତିଛନ୍ତି ବିରାଟ କୋହଲି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ...

କୋଚ୍‌ ଶାକୋଙ୍କୁ ଛାଡ଼ିବେ ବଜରଙ୍ଗ

ନୂଆଦିଲ୍ଲୀ, ୨୩ା୧୧ (ପି.ଟି.)- ଭାରତର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଏଣିକି ତାଙ୍କ ଜର୍ଜିଆନ କୋଚ୍‌ ଶାକୋ ବେନ୍‌ଟିନ୍‌ଡିସ୍‌ଙ୍କଠାରୁ ଆଉ ତାଲିମ ନେବେ ନାହିଁ। ବଜରଙ୍ଗ...

ସିନ୍ଧୁଙ୍କ ହୃଦୟ ନାହିଁ

ଭାରତୀୟ ତାରକା ମହିଳା ଶଟଲର ପି. ଭି. ସିନ୍ଧୁଙ୍କ ହୃଦୟ ନାହିଁ। ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ଚାମ୍ପିୟନ ଖେଳାଳିଙ୍କ ପୂର୍ବତନ କୋଚ୍‌ କିମ୍‌...

ଧାଓ୍ବନଙ୍କ ସହ କିଏ କରିବ ଓପନିଂ

କଲମ୍ବୋ,୧୭।୭: ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଅଧିନାୟକ ଶିଖର ଧାଓ୍ବନଙ୍କ ସହ କିଏ...

ଆତ୍ମହତ୍ୟା କଲେ କ୍ରିକେଟର୍‌

ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଛନ୍ତି। ନଭେମ୍ବର ୧୪ରେ ସେ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ବର୍ଷର ସାଜିବ...

ଯେବେଠୁ ବିବାହ କଲେଣି, ସେବେଠୁ ଲିଫ୍ଟରେ ଯିବାକୁ ଭୟ ଲାଗୁଛି, କାହିଁକି ଏମିତି କହିଥିଲେ ବୀରେନ୍ଦ୍ର ସେହ୍ବାଗ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିକେଟର୍‌ୁ ଅବସର ନେବା ପରେ ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ସେ ସୋସିଆଲ ମିଡିଆରେ ...

Advertisement
Archives

Model This Week