Posted inଖେଳ

ମେସି ଆଣିଲେ ଦୁର୍ନୀତି ଅଭିଯୋଗ

କୋପା ଆମେରିକାର ପ୍ଲେ ଅଫ୍‌ ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ୫ ଥର ବାଲୋନ ଡି’ ଅର ପୁରସ୍କାରପ୍ରାପ୍ତ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ଚିଲି ଅଧିନାୟକ ଗାରି ମେଡେଲ ଫିଲ୍ଡରେ ଯୁକ୍ତିତର୍କ କରିଥିଲେ। ଏଥିରେ ମେଡେଲ ଛାତିରେ ମେସିଙ୍କୁ ଧକ୍କା ମାରିଥିଲେ। ଏହା ଅନ୍ତର୍ଜାତୀୟ ଫୁଟ୍‌ବଲ ମ୍ୟାଚ୍‌ରେ ଏକ ସାମାନ୍ୟ ଘଟଣା। କିନ୍ତୁ ଉଭୟ ଖେଳାଳିଙ୍କୁ ରେଫରି ମାରିଓ ଡିଆଜ ଡେ ଭିଭାର ରେଡ୍‌ କାର୍ଡ ଦେଇଥିଲେ। ନିଷ୍ପତ୍ତି ବଦଳାଇବା ଲାଗି ଦୁଇ ଦଳର ଖେଳାଳି ଭିଏଆର ନେବାକୁ ଅନୁରୋଧ କରିଥିଲେ। ହେଲେ ରେଫରି ଭିଭାର ମନା କରିଦେଇଥିଲେ। ଏଥିଯୋଗୁ ମେସି ମ୍ୟାଚ୍‌ ପରେ ଅନୁଷ୍ଠିତ ପଦକ ବିତରଣ ଉତ୍ସବରେ ଯୋଗଦେବାକୁ ମନା କରିି ଦେଇଥିଲେ। ଏଥିସହ ଆୟୋଜକ କମିଟି ବ୍ରାଜିଲକୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ଅଭିଯୋଗ କରିଥିଲି, ଯାହାକି ମୋତେ ମିଳିଥିବା ରେଡ୍‌ କାର୍ଡର କାରଣ। ସେ ଆହୁରି କହିଥିଲେ, ଦୁର୍ନୀତି ଓ ରେଫରିମାନେ ଦର୍ଶକଙ୍କୁ ଫୁଟ୍‌ବଲ ଉପଭୋଗ କରିବାରୁ ରୋକୁଛନ୍ତି। ବ୍ରାଜିଲ ଚାମ୍ପିୟନ ହେବ, ଏଥିରେ ସନ୍ଦେହ ନାହିଁ। ଏହାର ଜବାବ ଦେଇଛି ଦକ୍ଷିଣ ଆମେରିକୀୟ ଫୁଟ୍‌ବଲ ପରିଚାଳନା କମିଟି (ସିଓଏନ୍‌ଏମ୍‌ଇବିଓଏଲ)। ମେସି ପ୍ରତିଯୋଗିତା, ପ୍ରତିଯୋଗୀ ଦେଶ ଓ ଆୟୋଜକ କମିଟିର ଶହ ଶହ ଅଫିସିଆଲଙ୍କୁ ସମ୍ମାନ ଦେଉନାହାନ୍ତି। ଯାହା ତାଙ୍କ ଅଭିଯୋଗରୁ ଜଣାପଡ଼ୁଛି। ମ୍ୟାଚ୍‌ର ଫଳାଫଳକୁ ଗ୍ରହଣ ଓ ସମ୍ମାନ ଦେବା ଜଣେ ଖେଳାଳିଙ୍କ ଖେଳୁଆଡ଼ ମନୋଭାବକୁ ଦର୍ଶାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଏସ୍‌କେ-କେକେଆର୍‌ ମ୍ୟାଚ୍‌ରୁ ଆରମ୍ଭ ହେବ ଆଇପିଏଲ୍‌

ମୁମ୍ବାଇ,୨୭।୨: ଆଗାମୀ ଆଇପିଏଲ ସଂସ୍କରଣ ଆସନ୍ତା ୨୬ ତାରିଖରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରୁ ଆରମ୍ଭ ହେବ। ଗତ ଥରର ଦୁଇ ଫାଇନାଲିଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସ...

ରିଭେରା ଇଷ୍ଟବେଙ୍ଗଲର ନୂଆ ମୁଖ୍ୟ କୋଚ୍‌

କୋଲକାତା, ୨୩ା୧ (ପି.ଟି.): ଇଷ୍ଟବେଙ୍ଗଲ ଗୁରୁବାର ମାରିଓ ରିଭେରାଙ୍କୁ ଏହାର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଆଲେଜାଣ୍ଡ୍ରୋ ମେଣ୍ଡେଜ୍‌ଙ୍କ ଆକସ୍ମିକ ଇସ୍ତଫା ପରେ ଏହି...

ପାଟନା ପାଇରେଟ୍ସକୁ ହରାଇଲା ୟୁ ମୁମ୍ବା

ଅହମ୍ମଦାବାଦ,୧୭ା୮ (ପି.ଟି.)-ଚଳିତ ପ୍ରୋ-କବାଡ଼ି ଲିଗ୍‌ରେ ଶୁକ୍ରବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୟୁ ମୁମ୍ବା ୩୪-୩୦ରେ ୩ଥର ଚାମ୍ପିୟନ ପାଟନା ପାଇରେଟ୍ସକୁ ପରାସ୍ତ କରିଛି। ଏହି...

ଅଲ୍‌ଭାରେଜଙ୍କୁ ସୁପର-ମିଡିଲଓ୍ବେଟ୍‌ ଟାଇଟଲ

ସାନ୍‌ ଆଣ୍ଟୋନିଓ, ୨୧ା୧୨ (ଏପି): ଅଲାମୋଡମଠାରେ ପୂର୍ବରୁ ଅପରାଜିତ ରହିଥିବା କାଲମ ସ୍ମିଥ୍‌ଙ୍କୁ ପରାସ୍ତ କରି ମେକ୍ସିକୋ ବକ୍ସର କାନେଲୋ ଅଲ୍‌ଭାରେଜ ଡବ୍ଲ୍ୟୁବିଏ ଓ ରିଙ୍ଗ୍‌...

୧୦୦ବି ଛୁଇଁପାରିଲାନି ସିଏସ୍‌କେ

ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସାଙ୍ଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।...

ଗାବା ଟେଷ୍ଟରେ କାମ ଦେଉନି ନୋ-ବଲ ଟେକ୍‌ନୋଲୋଜି

ବ୍ରିସବେନ,୯।୧୨: ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ୧୩ତମ ଓଭରରେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ଆଉଟ୍‌ କରିଥିଲେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ।...

ଆଡଭାନୀଙ୍କୁ ଏସିଆନ ସ୍ନୁକର ଟୁର୍‌ ଟାଇଟଲ

ବେଙ୍ଗାଲୁରୁ, ୨୬ା୪ (ପି.ଟି.)-ଇରାନର ଏହେସାନ ହେଦାରି ନେଜହାଦ୍‌ଭଙ୍କୁ ୬-୪ରେ ପରାସ୍ତ କରି ଭାରତର ଅଗ୍ରଣୀ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଏଠାରେ ଉଦ୍‌ଘାଟନୀ ଏସିଆନ ସ୍ନୁକର  ଟୁର୍‌...

ଅବସରରୁ ଫେରିବାକୁ ଯାଉଛନ୍ତି ଯୁବରାଜ

ନୂଆଦିଲ୍ଲୀ,୨।୧୧: ବିଶ୍ୱକପ୍‌ ଚାମ୍ପିୟନ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଆସନ୍ତା ବର୍ଷ ଫେବୃୟାରୀରେ ଅବସରରୁ ଫେରି ପାରନ୍ତି। ଏ ନେଇ ସୋମବାର ମଧ୍ୟରାତିରେ ଇନଷ୍ଟାଗ୍ରାମରେ...

Advertisement
Archives

Model This Week