Posted inଖେଳ

ମେନି ପାକ୍ୱିୟୋଙ୍କୁ ଡବ୍ଲ୍ୟୁବିଏ ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ

ଲସ ଭେଗାସ,୨୧।୭(ଏଏଫପି)-ଫିଲିପାଇନ୍ସ ବକ୍ସିଂ କିମ୍ବଦନ୍ତୀ ମେନି ପାକ୍ୱିୟୋ ଡବ୍ଲ୍ୟୁବିଏ (ବିଶ୍ୱ ବକ୍ସିଂ ଆସୋସିଏଶନ) ସୁପର ଓ୍ବେଲଟରଓ୍ବେଟ୍‌ ଟାଇଟଲ ହାସଲ କରିଛନ୍ତି। ଶନିବାର ଏଠାରେ ଖେଳାଯାଇଥିବା ମୁକାବିଲାରେ ସେ ସ୍ପିଲ୍ଟ ଡିସିଶନ୍‌ ମାଧ୍ୟମରେ ଡବ୍ଲ୍ୟୁବିଏ ସୁପର ଚାମ୍ପିୟନ ତଥା ଆମେରିକାର ପେସାଦାର ବକ୍ସର କେଇଥ୍‌ ଥୁରମାନଙ୍କୁ ହରାଇ ଏହି ସଫଳତା ପାଇଛନ୍ତି। ଏଥିସହିତ ୪୦ ବର୍ଷୀୟ ପାକ୍ୱିୟୋ ବୟୋଜ୍ୟେଷ୍ଠ ବକ୍ସର ଭାବେ ଏହି ଟାଇଟଲ ହାସଲ କରି ବିରଳ ସଫଳତା ହାସଲ କରିଛନ୍ତି। ପୂର୍ବରୁ ଅପରାଜେୟ ଥିବା ଥୁରମାନ ପାକ୍ୱିୟୋଙ୍କୁ ହରାଇ ତାଙ୍କୁ ଅବସର ନେବାକୁ ବାଧ୍ୟ କରିବେ ବୋଲି ଘୋଷଣା କରିଥିଲେ। ତେବେ ଫଳ ଓଲଟା ହୋଇଥିଲା ଓ ସେ ପ୍ରଥମ ରାଉଣ୍ଡରେ ହିଁ ଝଟ୍‌କା ଖାଇଥିଲେ। ବିଜୟୀ ହୋଇଥିଲେ ଥୁରାମାନ କ୍ରମାଗତ ୩୦ତମ ବିଜୟ ହାସଲ କରିଥାନ୍ତେ।
ଦୁଇ ଜଣ ଜଜ୍‌ ପାକ୍ୱିୟୋଙ୍କୁ ୧୧୫- ୧୧୨ ସ୍କୋର ପ୍ରଦାନ କରିଥିଲେ। ତେବେ ତୃତୀୟ ଜଜ୍‌ ଜଣକ ଥୁରମାନଙ୍କୁ ୧୧୪- ୧୧୩ ସ୍କୋର ପ୍ରଦାନ କରିଥିଲେ। ଫଳରେ ସ୍ପିଲ୍ଟ ଡିସିସନରେ ପାକ୍ୱିୟୋ ବିଜୟୀ ଘୋଷିତ ହୋଇଥିଲେ। ପାକ୍ୱିୟୋ ପୂର୍ବରୁ ୭ଟି ଓଜନ ବର୍ଗରେ ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଛନ୍ତି। ସେ ୭୧ତମ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ପାକ୍ୱିୟୋ କ୍ୟାରିୟରରେ ମାତ୍ର ୭ଟି ମୁକାବିଲାରେ ପରାସ୍ତ ହୋଇଛନ୍ତି। ତେବେ ଏଥିମଧ୍ୟରୁ ୪ଟି ପରାଜୟ ଥୁରାମାନଙ୍କୁ ଭେଟିବା ପୂର୍ବରୁ ଗତ ୧୧ଟି ମୁକାବିଲାରେ ସେ ବରଣ କରିଥିଲେ। ବିଜୟରେ ସେ ଖୁସି ଜାହିର କରିଛନ୍ତି। ଆସନ୍ତାବର୍ଷ ମଧ୍ୟ ଖେଳ ଜାରି ରଖିବି ବୋଲି ପାକ୍ୱିୟୋ କହିଛନ୍ତି। ଉଚ୍ଚତା, ଓଜନ ଓ ବୟସ ଥୁରାମାନଙ୍କୁ ସୁହାଉ ଥିଲେ ମଧ୍ୟ ଶେଷରେ ଏମ୍‌ଜିଏମ୍‌ ଗ୍ରାଣ୍ଡ ଗାର୍ଡେନ ଏରିନାରେ ୧୪, ୩୫୬ ଦର୍ଶକଙ୍କ ସମ୍ମୁଖରେ ପାକ୍ୱିୟୋ ବାଜି ମାରିଥିଲେ। ଏବେ ପାକ୍ୱିୟୋ ବ୍ରିଟେନ ତାରକା ବକ୍ସର ଅମୀର ଖାଁଙ୍କୁ ଭେଟିବାର ସମ୍ଭାବନା ରହିଛି। ଏହି ବିଜୟ ସହ ପାକ୍ୱିୟୋ ୨୦ ମିଲିୟନ ଆମେରିକୀୟ ଡଲାର ଆର୍ଥିକ ପୁରସ୍କାର ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri