ମେଡିକାଲ କଲେଜ ଦାବି ତେଜିଲା: ଦସ୍ତଖତ ଅଭିଯାନ, ପଥପ୍ରାନ୍ତ ସଭା

ଭଦ୍ରକ ଅଫିସ, ୧୬ା୯- ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଛି। ରବିବାର ସ୍ଥାନୀୟ ଗୋଶାଳାଛକ ଠାରେ ଭଦ୍ରକ ଜିଲା ଯାଦବ ଓ ଯୁବଯାଦବ ମହାସଭା ତରଫରୁ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ପଥପ୍ରାନ୍ତ ସଭା ଓ ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇଥିଲା। ଦଳମତ ନିର୍ବିଶେଷରେ ଜିଲାର ବିଭିନ୍ନ ରାଜନୈତିକ, ଅଣରାଜନୈତିକ ଓ ସାମାଜିକ ସଙ୍ଗଠନର ନେତୃବର୍ଗ ଏଥିରେ ସାମିଲ ହୋଇଥିଲେ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ଏହି ଜିଲାରେ ଶୀଘ୍ର ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ସରକାର ଓ ପ୍ରଶାସନ ଉପରେ ଚାପ ପକାଯିବାକୁ ନିଷ୍ପତ୍ତି ନିଆଯାଇଛି।
ପଥପ୍ରାନ୍ତ ସଭା ଅବସରରେ ଭଦ୍ରକ ଜିଲା ଯୁବଯାଦବ ସଂଗଠନର କାର୍ଯ୍ୟକାରୀ ସଭାପତି ପ୍ରକାଶଜ୍ୟୋତି ମହାକୁଡ଼ଙ୍କ ନେତୃତ୍ୱରେ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଭଦ୍ରକର ବରିଷ୍ଠ ଡା. ହରି ନାୟକ, ବରିଷ୍ଠ ଆଇନ୍‌ଜୀବୀ ଜ୍ୟୋତିକାନ୍ତ ନାୟକ, ବରିଷ୍ଠ ବୁଦ୍ଧିଜୀବୀ ସୁଧାକର ରାଉତ, ବିଜୁଜନତା ଦଳର ନେତା ପ୍ରଫୁଲ୍ଲ ନାୟକ, ସୁରଜିତ୍‌ ପାଲ, ପ୍ରବୀର ଜେନା, ଇଗ୍‌ବାଲ ଖାଁ, ଭାଜପା ନେତା ତୁଷାର ଜେନା, ଅମ୍ବିକା ଦାସ, ସୁରେଶ ସାମଲ, କଂଗ୍ରେସର ନେତା ନଳିନୀକାନ୍ତ ମହାନ୍ତି, ଆଶିଷ୍‌ ରାଉତ, ତପନ ନାୟକ ସଭାରେ ମତାମତ ଦେବା ସହ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ। ରାଜ୍ୟ ଯୁବଯାଦବ ସଂଗଠନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବାରିକ, ମୁଖ୍ୟ ଉପଦେଷ୍ଟା ଅମର କୁମାର ବାରିକ, ଉପସଭାପତି ମନୋଜ ପାଣ୍ଡବ, ଲିପିକା ବାରିକ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ, ଶରତ ମହାକୁଡ଼, କାହ୍ନୁଚରଣ ବାରିକ, ସୁଦର୍ଶନ ବାରିକ, ବାପୁଜୀ ପରିଡ଼ା ଓ ଯୁବଯାଦବ ନେତା ପ୍ରଫୁଲ୍ଲ ପୃଷ୍ଟି, ରଶ୍ମିରଞ୍ଜନ ମହାକୁଲ ଓ ବାସୁଦେବପୁର ବ୍ଲକ ଯୁବଯାଦବ ସଂଗଠନ ସଭାପତି କୃଷ୍ଣଚନ୍ଦ୍ର ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏଥିପୂର୍ବରୁ ବନ୍ତଛକଠାରେ ଅନୁରୂପ ସଭା କରାଯାଇ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଜିଲାବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ମଧ୍ୟ ଦାବି କରାଯାଇଛି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri