Advertisement

ମେକ୍ସିକୋରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି

ମେକ୍ସିକୋ ସିଟି: ମେକ୍ସିକୋର ସୀମାନ୍ତ ରାଜ୍ୟ ତମାଉଲିପାସ୍‌ରେ ବୁଧବାର ରାତିରେ ସମଲିଙ୍ଗୀ ବିବାହକୁ ବୈଧ କରିବା ସମ୍ପର୍କିତ ଆଇନ ସପକ୍ଷରେ ମତଦାନ ହୋଇଛି। ଏହି ଆଇନକୁ ସ୍ବୀକୃତି ପ୍ରଦାନରେ ଏହା ହେଉଛି ମେକ୍ସିକୋର ୩୨ତମ ବା ଶେଷ ରାଜ୍ୟ।
ଡମାଉଲିପାସ୍‌ରେ ସମଲିଙ୍ଗୀ ବିବାହ ସମ୍ପର୍କିତ ସିଭିଲ୍‌ କୋଡ୍‌ରେ ସଂଶୋଧନ ସପକ୍ଷରେ ୨୩ ଓ ବିରୋଧରେ ୧୨ ଭୋଟ ପଡ଼ିଥିବାବେଳେ ୨ ମତଦାତା ଭୋଟ ଦେବାରୁ ବିରତ ରହିଥିଲେ। ଫଳାଫଳ ଆସିବା ପରେ ଏହି ଧରଣ ବିବାହର ସମର୍ଥକମାନେ ଖୁସିରେ ନାଚି ଉଠିଥିଲେ। କହିଥିଲେ, ‘ହଁ ଆମେ ପାରିବା’। ସୁପ୍ରିମକୋର୍ଟ ପ୍ରେସିଡେଣ୍ଟ ଜଷ୍ଟିସ୍‌ ଅର୍ଟୁରୋ ଜାଲଡିଭର ଏହାକୁ ସ୍ବାଗତ କରି କହିଛନ୍ତି, ସାରା ଦେଶ ଏକ ବିଶାଳ ଇନ୍ଦ୍ରଧନୁ ସହ ଚମକୁଛି। ସମସ୍ତ ନାଗରିକ ସମ୍ମାନ ଓ ଅଧିକାର ସହ ବଞ୍ଚନ୍ତୁ। ପ୍ରେମ ହେଉଛି ଜୀବନ। ଏହା ପୂର୍ବରୁ ଗୁଏରେରୋରେ ମଧ୍ୟ ସମାନ ଧରଣର ଆଇନକୁ ସ୍ବୀକୃତି ଦିଆଯାଇଥିଲା। ୨୦୧୫ରେ ମେକ୍ସିକୋ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ବିରୋଧୀ ଆଇନକୁ ଅସାମ୍ବିଧାନିକ ଘୋଷଣା କରିଥିଲେ। କିନ୍ତୁ କେତେକ ରାଜ୍ୟରେ ଏହି ରାୟର ଅନୁପାଳନ ଲାଗି ଆଇନ ପ୍ରଣୟନ ବିଳମ୍ବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପବ୍‌ଜି ହେଲା ବ୍ୟାନ୍‌, ଜାଣନ୍ତୁ କାରଣ

ଲାହୋର,୩।୭: ପାକିସ୍ତାନରେ ଅସ୍ଥାୟୀ ଭାବେ ଲୋକପ୍ରିୟ ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି ଉପରେ ରୋକ ଲଗାଯାଇଛି। ବିଶେଷକରି ଶିଶୁ ତଥା ନାବାଳକମାନେ ଏହାକୁ ଖେଳିବା ଲାଗି ପାଗଳ...

ପଶ୍ଚିମ ଏସିଆରେ ଅସ୍ଥିରତା ସୃଷ୍ଟି କରିବ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ…

ଓ୍ବାଶିଂଟନ, ୧୦।୨ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଦ୍ୱାରା ପଶ୍ଚିମ ଏସିଆରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଆମେରିକାର ଜେନେରାଲ କହିଛନ୍ତି।...

ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ବ୍ଲାକ ବକ୍ସ

ଜାକର୍ତ୍ତା,୧୦।୧- ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଇଣ୍ଡୋନେସିଆ ବିମାନର ବ୍ଲାକବକ୍ସ ରବିବାର ଠାବ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନରୁ ଦୁଇଟି ବ୍ଲାକ୍‌ ବକ୍ସର ସ୍ଥାନ ମିଳିସାରିଥିବା ଅଧିକାରୀମାନେ କହିଛନ୍ତି।...

ମକ୍କାରେ ଏଲିଜାବେଥ୍‌ଙ୍କ ପାଇଁ ପ୍ରାର୍ଥନା କରି ଗିରଫ

ରିୟାଧ: ବିଶ୍ୱ ପ୍ରସିଦ୍ଧ ସାଉଦି ଆରବର ମକ୍କା ମସ୍‌ଜିଦ୍‌ରେ ପ୍ରାର୍ଥନା କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମୁସଲମାନ ସମ୍ପ୍ରଦାୟର ପବିତ୍ର ସ୍ଥାନ କୁହାଯାଉଥିବା...

୨୦୨୭ ସୁଦ୍ଧା ବିଶ୍ୱର ଶ୍ରେଷ୍ଠ ସୈନ୍ୟବାହିନୀ ଗଠନ ପାଇଁ ଚାଇନାର ଯୋଜନା…

ବେଜିଂ,୩୦।୧୦ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ସୈନ୍ୟବାହିନୀକୁ ଏହାର ସାମରିକ ଶକ୍ତି ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ, ସେ ୨୦୨୭...

ଡବ୍ଲ୍ୟୁଏଚ୍‌ଓକୁ ସହାୟତା ବନ୍ଦ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬ା୪(ପି.ଟି.): କୋଭିଡ୍‌ ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଥିବାବେଳେ ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ଦାୟୀ କରିଛି ଆମେରିକା। ଚାଇନାରେ ଏହି ଭୂତାଣୁ ସଂକ୍ରମଣ ସମ୍ପର୍କରେ...

ପାକିସ୍ତାନର ଉତ୍ତର ୱଜିରିସ୍ତାନରେ ଆତ୍ମଘାତି ବିସ୍ଫୋରଣ, ୩ ସୁରକ୍ଷାକର୍ମୀଙ୍କ ସମେତ ୬ ମୃତ

ଇସଲାମାବାଦ,୧୫ ।୫: ଭାରତ ବିରୋଧରେ ଆତଙ୍କବାଦର ମଞ୍ଜି ବୁଣୁଥିବା ପାକିସ୍ତାନ ଏବେ ନିଜେ ସେହି ନିଆଁରେ ଜଳି ପୋଡି ପାଉଁଶ ହେଉଛି । ଉତ୍ତର ୱଜିରିସ୍ତାନର...

୧୮ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେବ ଏହି ୫ ଶବ୍ଦ ଥିବା ଟୁଇଟ୍‌

ଓ୍ବାଶିଂଟନ,୭।୩: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର ସିଇଓ ଜ୍ୟାକ୍‌ ଡୋର୍ସି ତାଙ୍କ ପ୍ରଥମ ଟୁଇଟ୍‌ ନିଲାମ କରିବେ। ୨୧ ମାର୍ଚ୍ଚ ୨୦୦୬ରେ କରାଯାଇଥିବା ଏହି ଟୁଇଟ୍‌ରେ...

Advertisement
Archives

Model This Week