ମୃତ ଜୀବଜନ୍ତୁଙ୍କ ମାଂସ ଖାଆନ୍ତି ମହିଳା, କାରଣ ଜାଣିଲେ…

ରାସ୍ତାରେ ଯାତାୟତବେଳେ ପଶୁପକ୍ଷୀଙ୍କର ଦୁର୍ଘଟଣାର ଶିକାର ହୋଇଥିବା ଆପଣ ଦେଖିଥିବେ। କୌଣସି ଦ୍ରୁତ ଗତିରେ ଯାଉଥିବା ଯାନବାହନ ଦ୍ୱାରା ଧକ୍କା ହୋଇ ସେମାନଙ୍କର ମୃତ୍ୟୁ ଘଟିଥାଏ। ସେହି ଜୀବଜନ୍ତୁଙ୍କ ମୃତ ଶରୀର କେବେ କେବେ ରାସ୍ତାରେ ପଚିସଢି ନଷ୍ଟ ହୋଇଯାଏ ତ କେବେ ଚିଲ ଶାଗୁଣାଙ୍କର ଆହାର ପାଲଟିଯାଏ। କିନ୍ତୁ କେବେ ଶୁଣିଛନ୍ତି ଜୀବଜନ୍ତୁଙ୍କ ମୃତ ଶରୀରକୁ ଜଣେ ମହିଳା କଞ୍ଚା ରୂପେ ଆହାର କରନ୍ତି।

ମହିଳା ଜଣକ ହେଉଛନ୍ତି ମ୍ୟାଣ୍ଡେର୍ସ ବାରନେଟ। ୩୨ବର୍ଷିୟ ମ୍ୟାଣ୍ଡେର୍ସ ଆମେରିକାର ଓରେଗନର ବାସିନ୍ଦା। ସେ ଦିନରେ ୨୪ଘଣ୍ଟା ଯାକ ବାହାରେ ଏଣେତେଣେ ବୁଲନ୍ତି। ବୁଲିବା ଭିତରେ ରାସ୍ତାରେ ପଡିଥିବା ଜୀବଜନ୍ତୁଙ୍କ ମୃତ ଶରୀରକୁ ସେ ଖାଦ୍ୟ ଭାବେ ଗ୍ରହଣ କରନ୍ତି। ଏପରି କରିବାର କାରଣ ପଚାରିବାରୁ ସେ କହିଛନ୍ତି, ଜୀବଜନ୍ତୁଙ୍କ ମରିବା ବ୍ୟର୍ଥ ନ ହୁଏ ସେଥିପାଇଁ ଏହାକୁ ଆହାର ଭାବେ ଗ୍ରହଣ କରୁଛି।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମ୍ୟାଣ୍ଡେର୍ସ ଗତ ଚାରି ବର୍ଷ ଧରି ଯାଯାବର ଜୀବନ ଯାପନ କରୁଛନ୍ତି। ଆଜିଯାଏଁ ସେ ଏକ ତମ୍ବୁରେ ରହି ଆସୁଛନ୍ତି। ମଣିଷ ସମାଜ ଠାରୁ ଦୂରେଇ ରହି ପ୍ରକୃତି ସହିତ ଜଡିତ ରହିବାକୁ ଇଚ୍ଛା ରଖିଛନ୍ତି ବୋଲି ସେ କହିଛନ୍ତି।

୨୦୧୯ ଜୁଲାଇରେ ତାଙ୍କ ଜୀବନ ୟୁଟର୍ନ ହୋଇଥିଲା। ଯେତେବେଳେ ସେ ଜଣେ ଘୋଡା ଚଢାଳିଙ୍କ ସହ ସାକ୍ଷାତ କରିଥିଲେ। ମ୍ୟାଣ୍ଡେର୍ସ ତାଙ୍କ ଜୀବନଶୈଳୀରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ବନ୍ୟଜନ୍ତୁ ଟେକ୍ନିସିଆନ ଚାକିରି ଛାଡି ତାଙ୍କ ସହ ଘୁରି ବୁଲିଥିଲେ। ସେମାନେ ଏକାଠି ଅଢେଇ ବର୍ଷ ବିତାଇଥିଲେ। ପରେ ଦୁହେଁ ଅଲଗା ହୋଇଯିବା ପରେ ମ୍ୟାଣ୍ଡେର୍ସ ଏକାକୀ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri