Posted inଖେଳ

ଆଇପିଏଲ୍ ୨୦୨୪ରେ ଚମକିବେ ଓଡ଼ିଶାର ଏହି ଖେଳାଳି, ନିଲାମ ପାଇଁ ପଞ୍ଜିକରଣ କଲେ ଏତିକି…

ନୂଆଦିଲ୍ଲୀ, ୮।୧୨: ଇଣ୍ଡିଆନ ପ୍ରିମିଅର ଲିଗ ୨୦୨୪ (ଆଇପିଏଲ୍)ରେ ଚମକିବେ ଓଡ଼ିଶା ଖେଳାଳି। ଡିସେମ୍ବର ୧୯ ତାରିଖରେ ଆଇପିଏଲ୍ ନିଲାମୀ ପାଇଁ ଓଡିଶାରୁ ୧୬ ଖେଳାଳି ପଞ୍ଜିକୃତ କରିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ମିଳିଛି। ସମସ୍ତ ଖେଳାଳିଙ୍କର ମୂଳ ଦର ୨୦ ଲକ୍ଷ ଟଙ୍କା ରହିଛି। ତେବେ ନିଲାମ ପୂର୍ବରୁ ଯେଉଁ ଖେଳାଳିଙ୍କର ନାମ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ସେ ହେଉଛନ୍ତି ବୋଲର ଦେବବ୍ରତ ପ୍ରଧାନ।

ଦେବବ୍ରତ ପ୍ରଧାନଙ୍କ କଥା କହିଲେ, ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିରେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ଶୈଳୀରେ ପ୍ରଦର୍ଶନ କରିଛନ୍ତି। ଯଦି ସେ ଏହି ପ୍ରକାରର ଅଲରାଉଣ୍ଡର ପ୍ରଦର୍ଶନ ଜାରି ରଖନ୍ତି, ତେବେ ନିଶ୍ଚିତ ଭାବରେ ଯେକୌଣସି ଦଳ ତାଙ୍କ ଉପରେ ବାଜି ଲଗାଇ ପାରେ। ବୋଲିଂ ବ୍ୟତୀତ ଦେବବ୍ରତ ଦଳ ପାଇଁ ବ୍ୟାଟରେ ମଧ୍ୟ କମାଲ କରି ପାରନ୍ତି।

୨୦୨୩ ବିଜୟ ହଜାରେ ଟ୍ରଫିରେ ସେ ୭ ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ଲଗାତାର ୨ ଟି ମ୍ୟାଚରେ ୮ ୱିକେଟ୍ ନେଇଛନ୍ତି। ୭ ଟି ମ୍ୟାଚରେ ପ୍ରଧାନ ତିନିଥର ଚାରିଟି ୱିକେଟ୍ ସଫଳତା ପାଇଛନ୍ତି। ଏହା ବ୍ୟତୀତ ସେ ସୌରାଷ୍ଟ୍ରଙ୍କ ବିପକ୍ଷରେ ତିନୋଟି ୱିକେଟ୍ ନେଇଥିଲେ। ବିଜୟ ହଜାରେ ଟ୍ରଫିରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ତାଲିକାରେ ପ୍ରଧାନଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି। ଟୁର୍ନାମେଣ୍ଟରେ ୭ ଟି ମ୍ୟାଚରେ ସେ ୧୮ ଟି ୱିକେଟ୍ ନେଇଛନ୍ତି। ମହମ୍ମଦ ଶାମି ବିଶ୍ୱକପରେ ମଧ୍ୟ ସମାନ ଶୈଳୀରେ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ୩ ମ୍ୟାଚ୍‌ରେ ୧୪ ୱିକେଟ୍ ନେଇ ହଇଚଇ ସୃଷ୍ଟି କରିଥିଲେ।

ଦେବବ୍ରତଙ୍କ ବ୍ୟତୀତ ଏଥର ଆଇପିଏଲ୍ ନିଲାମ ପାଇଁ ପଞ୍ଜୀକୃତ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ଗୋବିନ୍ଦ ପୋଦ୍ଦାର, ପ୍ରୟାଶ ସିଂ, ସୁନୀଲ ରାଉଲ, ରାକେଶ ପଟ୍ଟନାୟକ, ହର୍ଷିତ ରାଠୋଦ, ସ୍ଵସ୍ତିକ ସାମଲ, ଅଭିଷେକ ଯାଦବ, ସୌଭାଗ୍ୟ ରାଉତ, ଶାନ୍ତନୁ ମିଶ୍ର, ଶୁଭ୍ରାଂଶୁ ସେନାପତି, ମୁସ୍ତାକ ବେଗ, ଆର୍ଶୀବାଦ ସ୍ୱାଇଁ, ରାଜେଶ ମହାନ୍ତି ଏବଂ ସନ୍ଦୀପ ପଟ୍ଟାନାୟକ।

ଏହି ୧୬ ଖେଳାଳିଙ୍କ ମଧ୍ୟରୁ ଶୁଭ୍ରାଂଶୁ ସେନାପତି ପୂର୍ବ ଦୁଇ ସିଜିନରେ ଚେନାଇ ସୁପର କିଙ୍ଗସର ସଦସ୍ୟ ଥିଲେ। କିନ୍ତୁ ଚଳିତ ବର୍ଷ ସିଏସକେ ତାଙ୍କୁ ଦଳରୁ ବାଦ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri