Posted inରାଜ୍ୟ

ମୃତ କର୍ମଚାରୀ ପରିବାରକୁ ମିଳିବ ଚତୁର୍ଥଶ୍ରେଣୀ ପଦବୀ

ଭୁବନେଶ୍ୱର, ୮ା୨ (ବ୍ୟୁରୋ): ସରକାରୀ ଚାକିରିରେ ଥାଇ ମୃତ୍ୟୁ ଘଟୁଥିବା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରେ କେବଳ ଚତୁର୍ଥ ଶ୍ରେଣୀ ପଦବୀ ମିଳିବ। ଏନେଇ ରାଜ୍ୟରେ ପ୍ରଚଳିତ ଥିବା ଓଡ଼ିଶା ବେସାମରିକ ସେବା ନିୟମାବଳୀ-୧୯୯୦କୁ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। ପୂର୍ବରୁ ମୃତ ବ୍ୟକ୍ତିଙ୍କ ପରିବାରର ଦୁରବସ୍ଥାକୁ ଦୃଷ୍ଟିରେ ରଖି ସେହି ପରିବାରର ଜଣଙ୍କୁ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ମିଳୁଥିଲା। ପ୍ରଚଳିତ ନିୟମାବଳୀ-୧୯୯୦ ବଦଳରେ ଏଣିକି ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ-୨୦୨୦ କାର୍ଯ୍ୟକାରୀ ହେବ। ରାଜ୍ୟ କ୍ୟାବିନେଟ୍‌ରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ପ୍ରଚଳିତ ନିୟମ ଅନୁଯାୟୀ ତୃତୀୟ ଓ ଚତୁର୍ଥ ଶ୍ରେଣୀର ମୂଳ ପଦବୀରେ ଖାଲିଥିବା ମାତ୍ର ୧୦ ପ୍ରତିଶତ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାର ବ୍ୟବସ୍ଥା ଥିଲା। ଏଥିଯୋଗୁ ବହୁ ଆବେଦନକାରୀ ନିଯୁକ୍ତି ପାଇବାରୁ ବଞ୍ଚତ୍ତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ଅନୁକମ୍ପା ମୂଳକ ନିଯୁକ୍ତିକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଯାଏ କାହାର ମୃତ୍ୟୁ ହେଲେ କେବଳ ଚତୁର୍ଥଶ୍ରେଣୀ ପଦବୀରେ ନିଯୁକ୍ତି ମିଳିବ।
ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କେନ୍ଦ୍ର ସରକାରଙ୍କ ସଫ୍ଟଓ୍ବେର ଟେକ୍ନୋଲୋଜି ପାର୍କସ୍‌ ଅଫ ଇଣ୍ଡିଆ(ଏସ୍‌ଟିପିଆଇ) ସେଣ୍ଟର ପାଇଁ ରାଜ୍ୟ ସରକାର ରାଜ୍ୟର ଯେକୌଣସି ସ୍ଥାନରେ ୩ ଏକର ଜମି ମାଗଣାରେ ଯୋଗାଇ ଦେବେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ଲାଗିଛ। ତେବେ ଲିଜ୍‌ ପ୍ରଦାନ କରାଯିବାକୁ ଥିବା ଏହି ସରକାରୀ ଜମି ନିମନ୍ତେ ଏସ୍‌ଟିପିଆଇ କର୍ତ୍ତପକ୍ଷଙ୍କୁ ବଜାର ଦରର ୧% ହିସାବରେ ବାର୍ଷିକ ଖଜଣା ଓ ବାର୍ଷିକ ଖଜଣାର ସେସ୍‌ ଦେବାକୁ ପଡ଼ିବ। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।
ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ଦୀର୍ଘମିଆଦୀ ଖଣିଜ ଯୋଗାଣ ନୀତିକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି। ୨୦୧୪ ସେପ୍ଟେମ୍ବର ୧୭ରେ ରାଜ୍ୟର ଘରୋଇ ଇସ୍ପାତ କାରଖାନାଗୁଡିକୁ ଏହି ଦୀର୍ଘ ମିଆଦୀ ଖଣିଜ ଯୋଗାଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ନୀତିକୁ ଅଧିକ କ୍ରିୟାଶୀଳ ତଥା ତ୍ୱରାନ୍ବିତ କରିବା ପାଇଁ ଓଏମ୍‌ସି ଓ କ୍ରେତା (ଯେଉଁମାନେ ଯାନ୍ତ୍ରିକ ଖଣିଜ ଉତ୍ତୋଳନ ବ୍ୟବସ୍ଥାରେ ପୁଞ୍ଜି ବିନିଯୋଗ କରିବାକୁ ଇଚ୍ଛୁକ) ମାନଙ୍କ ମଧ୍ୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ମିଆଦ ଖଣିଜ ଯୋଗାଣ ଚୁକ୍ତି କରାଯିବ। ଏହାଦ୍ୱାରା ଓଏମ୍‌ସି ଅଧିକ ଖଣିଜ ଉତ୍ତୋଳନ କରିପାରିବ। ଯେଉଁ ଖଣି ଲିଜଧାରୀଙ୍କର କ୍ରୋମ ଖଣି ପଟ୍ଟା ଅଛି, ସେମାନଙ୍କୁ ଜାତୀୟ ଇ-ଖଣି ନିଲାମରେ ଭାଗ ନେବାକୁ ଅନୁମତି ଦିଆଯିବନାହିଁ। ଏହାଦ୍ୱାରା କ୍ରୋମ ଭଳି ଖଣିଜ ପଦାର୍ଥର ଉପଯୁକ୍ତ ବଜାର ଦର ନିର୍ଦ୍ଧାରଣ ହେବ।
ରାଜ୍ୟ କ୍ୟାବିନେଟରେ ପଞ୍ଚମ ରାଜ୍ୟ ଅର୍ଥ କମିଶନ ରିପୋର୍ଟ ଏବଂ ଆକ୍ସନ ଟେକେନ ରିପୋର୍ଟକୁ ମଞ୍ଜୁରି ମିଳିଛି। ଏହାକୁ ଆସନ୍ତା ବିଧାନସଭା ଅଧିବେଶନରେ ଗୃହରେ ଉପସ୍ଥାପନ କରାଯିବ। ରାଜ୍ୟ ସରକାର ଓଡ଼ିଶା ବେସାମରିକ ସେବା (ନିୟମିତ ଏବଂ ପଦୋନ୍ନତି ଚୟନର ମାନଦଣ୍ଡ) ନିୟମାବଳୀ-୨୦୦୩ର ସଂଶୋଧନ କରିଛନ୍ତି। ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି।
ଏହି ନିୟମାବଳୀ ଆଧାରରେ ସରକାରୀ କର୍ମଚାରୀ ଚୟନ, ନିଯୁକ୍ତି ସହ ପଦୋନ୍ନତିର ମାନଦଣ୍ଡ ନିୟନ୍ତ୍ରିତ ହେଉଛି। ଓଡ଼ିଶା ବେସାମରିକ ସେବା ନିୟମାବଳୀ-୨୦୦୩ର ନିୟମ-୪ ଏବଂ ଉପ ନିୟମ-୨ ଅନୁଯାୟୀ ଖାଲିପଡ଼ିଥିବା ପଦୋନ୍ନତି ପଦବୀର ୧.୨୫ଗୁଣା ବ୍ୟକ୍ତିଙ୍କୁ ଏହି ନିୟମାବଳୀର ନିୟମ-୪ ଏବଂ ଉପନିୟମ-୧ ଅନୁଯାୟୀ ପ୍ରସ୍ତୁତି ହେଉଥିବା ତାଲିକାରେ ଅନ୍ତର୍ଭୁକ୍ତ କରାଯାଉଛି। ପଦୋନ୍ନତି ଚୟନ କମିଟି (ଡିପିସି) ନ କରି ପଦବୀ ଆଧାରିତ(ପୋଷ୍ଟ ବେସଡ୍‌) ସଂରକ୍ଷଣ ବ୍ୟବସ୍ଥାରେ ପଦୋନ୍ନତି ଦିଆଯାଉଥିଲା। ଉକ୍ତ ନିୟମକୁ ସଂଶୋଧନ କରିବା ପରେ ଖାଲି ପଦବୀ ଆଧାରିତ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି। ଖାଲି ପଦବୀରେ ସଂରକ୍ଷଣ ଆଧାରରେ ନିଯୁକ୍ତି ଦେବା ଦ୍ୱାରା ପରବର୍ତ୍ତୀ ବର୍ଷରେ ପଦୋନ୍ନତି ପାଇଁ ଦାବି କରି କୋର୍ଟ କଚେରିକୁ ଚାଲି ଯାଉଛନ୍ତି। ଏହାଦ୍ୱାରା ସରକାରଙ୍କୁ କୋର୍ଟ କଚେରି ମାମଲାରେ ଅଯଥାରେ ଘାଣ୍ଟିହେବାକୁ ପଡୁଛି। ସରକାର ପ୍ରଚଳିତ ନିୟମକୁ ଉଚ୍ଛେଦ କରି ଓଡ଼ିଶା ବେସାମରିକ ସେବା (ନିଯୁକ୍ତି ଏବଂ ପଦୋନ୍ନତି ଚୟନ ମାନଦଣ୍ଡ) ସଂଶୋଧନ ନିୟମାବଳୀ-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି। ଅନ୍ୟପକ୍ଷରେ ଷୋଡଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri