Posted inରାଜ୍ୟ

ମୃତ କର୍ମଚାରୀ ପରିବାରକୁ ମିଳିବ ଚତୁର୍ଥଶ୍ରେଣୀ ପଦବୀ

ଭୁବନେଶ୍ୱର, ୮ା୨ (ବ୍ୟୁରୋ): ସରକାରୀ ଚାକିରିରେ ଥାଇ ମୃତ୍ୟୁ ଘଟୁଥିବା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରେ କେବଳ ଚତୁର୍ଥ ଶ୍ରେଣୀ ପଦବୀ ମିଳିବ। ଏନେଇ ରାଜ୍ୟରେ ପ୍ରଚଳିତ ଥିବା ଓଡ଼ିଶା ବେସାମରିକ ସେବା ନିୟମାବଳୀ-୧୯୯୦କୁ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। ପୂର୍ବରୁ ମୃତ ବ୍ୟକ୍ତିଙ୍କ ପରିବାରର ଦୁରବସ୍ଥାକୁ ଦୃଷ୍ଟିରେ ରଖି ସେହି ପରିବାରର ଜଣଙ୍କୁ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ମିଳୁଥିଲା। ପ୍ରଚଳିତ ନିୟମାବଳୀ-୧୯୯୦ ବଦଳରେ ଏଣିକି ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ-୨୦୨୦ କାର୍ଯ୍ୟକାରୀ ହେବ। ରାଜ୍ୟ କ୍ୟାବିନେଟ୍‌ରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ପ୍ରଚଳିତ ନିୟମ ଅନୁଯାୟୀ ତୃତୀୟ ଓ ଚତୁର୍ଥ ଶ୍ରେଣୀର ମୂଳ ପଦବୀରେ ଖାଲିଥିବା ମାତ୍ର ୧୦ ପ୍ରତିଶତ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାର ବ୍ୟବସ୍ଥା ଥିଲା। ଏଥିଯୋଗୁ ବହୁ ଆବେଦନକାରୀ ନିଯୁକ୍ତି ପାଇବାରୁ ବଞ୍ଚତ୍ତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ଅନୁକମ୍ପା ମୂଳକ ନିଯୁକ୍ତିକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଯାଏ କାହାର ମୃତ୍ୟୁ ହେଲେ କେବଳ ଚତୁର୍ଥଶ୍ରେଣୀ ପଦବୀରେ ନିଯୁକ୍ତି ମିଳିବ।
ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କେନ୍ଦ୍ର ସରକାରଙ୍କ ସଫ୍ଟଓ୍ବେର ଟେକ୍ନୋଲୋଜି ପାର୍କସ୍‌ ଅଫ ଇଣ୍ଡିଆ(ଏସ୍‌ଟିପିଆଇ) ସେଣ୍ଟର ପାଇଁ ରାଜ୍ୟ ସରକାର ରାଜ୍ୟର ଯେକୌଣସି ସ୍ଥାନରେ ୩ ଏକର ଜମି ମାଗଣାରେ ଯୋଗାଇ ଦେବେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ଲାଗିଛ। ତେବେ ଲିଜ୍‌ ପ୍ରଦାନ କରାଯିବାକୁ ଥିବା ଏହି ସରକାରୀ ଜମି ନିମନ୍ତେ ଏସ୍‌ଟିପିଆଇ କର୍ତ୍ତପକ୍ଷଙ୍କୁ ବଜାର ଦରର ୧% ହିସାବରେ ବାର୍ଷିକ ଖଜଣା ଓ ବାର୍ଷିକ ଖଜଣାର ସେସ୍‌ ଦେବାକୁ ପଡ଼ିବ। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।
ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ଦୀର୍ଘମିଆଦୀ ଖଣିଜ ଯୋଗାଣ ନୀତିକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି। ୨୦୧୪ ସେପ୍ଟେମ୍ବର ୧୭ରେ ରାଜ୍ୟର ଘରୋଇ ଇସ୍ପାତ କାରଖାନାଗୁଡିକୁ ଏହି ଦୀର୍ଘ ମିଆଦୀ ଖଣିଜ ଯୋଗାଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ନୀତିକୁ ଅଧିକ କ୍ରିୟାଶୀଳ ତଥା ତ୍ୱରାନ୍ବିତ କରିବା ପାଇଁ ଓଏମ୍‌ସି ଓ କ୍ରେତା (ଯେଉଁମାନେ ଯାନ୍ତ୍ରିକ ଖଣିଜ ଉତ୍ତୋଳନ ବ୍ୟବସ୍ଥାରେ ପୁଞ୍ଜି ବିନିଯୋଗ କରିବାକୁ ଇଚ୍ଛୁକ) ମାନଙ୍କ ମଧ୍ୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ମିଆଦ ଖଣିଜ ଯୋଗାଣ ଚୁକ୍ତି କରାଯିବ। ଏହାଦ୍ୱାରା ଓଏମ୍‌ସି ଅଧିକ ଖଣିଜ ଉତ୍ତୋଳନ କରିପାରିବ। ଯେଉଁ ଖଣି ଲିଜଧାରୀଙ୍କର କ୍ରୋମ ଖଣି ପଟ୍ଟା ଅଛି, ସେମାନଙ୍କୁ ଜାତୀୟ ଇ-ଖଣି ନିଲାମରେ ଭାଗ ନେବାକୁ ଅନୁମତି ଦିଆଯିବନାହିଁ। ଏହାଦ୍ୱାରା କ୍ରୋମ ଭଳି ଖଣିଜ ପଦାର୍ଥର ଉପଯୁକ୍ତ ବଜାର ଦର ନିର୍ଦ୍ଧାରଣ ହେବ।
ରାଜ୍ୟ କ୍ୟାବିନେଟରେ ପଞ୍ଚମ ରାଜ୍ୟ ଅର୍ଥ କମିଶନ ରିପୋର୍ଟ ଏବଂ ଆକ୍ସନ ଟେକେନ ରିପୋର୍ଟକୁ ମଞ୍ଜୁରି ମିଳିଛି। ଏହାକୁ ଆସନ୍ତା ବିଧାନସଭା ଅଧିବେଶନରେ ଗୃହରେ ଉପସ୍ଥାପନ କରାଯିବ। ରାଜ୍ୟ ସରକାର ଓଡ଼ିଶା ବେସାମରିକ ସେବା (ନିୟମିତ ଏବଂ ପଦୋନ୍ନତି ଚୟନର ମାନଦଣ୍ଡ) ନିୟମାବଳୀ-୨୦୦୩ର ସଂଶୋଧନ କରିଛନ୍ତି। ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି।
ଏହି ନିୟମାବଳୀ ଆଧାରରେ ସରକାରୀ କର୍ମଚାରୀ ଚୟନ, ନିଯୁକ୍ତି ସହ ପଦୋନ୍ନତିର ମାନଦଣ୍ଡ ନିୟନ୍ତ୍ରିତ ହେଉଛି। ଓଡ଼ିଶା ବେସାମରିକ ସେବା ନିୟମାବଳୀ-୨୦୦୩ର ନିୟମ-୪ ଏବଂ ଉପ ନିୟମ-୨ ଅନୁଯାୟୀ ଖାଲିପଡ଼ିଥିବା ପଦୋନ୍ନତି ପଦବୀର ୧.୨୫ଗୁଣା ବ୍ୟକ୍ତିଙ୍କୁ ଏହି ନିୟମାବଳୀର ନିୟମ-୪ ଏବଂ ଉପନିୟମ-୧ ଅନୁଯାୟୀ ପ୍ରସ୍ତୁତି ହେଉଥିବା ତାଲିକାରେ ଅନ୍ତର୍ଭୁକ୍ତ କରାଯାଉଛି। ପଦୋନ୍ନତି ଚୟନ କମିଟି (ଡିପିସି) ନ କରି ପଦବୀ ଆଧାରିତ(ପୋଷ୍ଟ ବେସଡ୍‌) ସଂରକ୍ଷଣ ବ୍ୟବସ୍ଥାରେ ପଦୋନ୍ନତି ଦିଆଯାଉଥିଲା। ଉକ୍ତ ନିୟମକୁ ସଂଶୋଧନ କରିବା ପରେ ଖାଲି ପଦବୀ ଆଧାରିତ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି। ଖାଲି ପଦବୀରେ ସଂରକ୍ଷଣ ଆଧାରରେ ନିଯୁକ୍ତି ଦେବା ଦ୍ୱାରା ପରବର୍ତ୍ତୀ ବର୍ଷରେ ପଦୋନ୍ନତି ପାଇଁ ଦାବି କରି କୋର୍ଟ କଚେରିକୁ ଚାଲି ଯାଉଛନ୍ତି। ଏହାଦ୍ୱାରା ସରକାରଙ୍କୁ କୋର୍ଟ କଚେରି ମାମଲାରେ ଅଯଥାରେ ଘାଣ୍ଟିହେବାକୁ ପଡୁଛି। ସରକାର ପ୍ରଚଳିତ ନିୟମକୁ ଉଚ୍ଛେଦ କରି ଓଡ଼ିଶା ବେସାମରିକ ସେବା (ନିଯୁକ୍ତି ଏବଂ ପଦୋନ୍ନତି ଚୟନ ମାନଦଣ୍ଡ) ସଂଶୋଧନ ନିୟମାବଳୀ-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି। ଅନ୍ୟପକ୍ଷରେ ଷୋଡଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ନୂଆବର୍ଷରେ ମାଙ୍କଡ଼ କିଣିବା ପାଇଁ ମାଡ଼ପିଟ୍‌, ଗୋଟିକର ଦାମ୍‌…

ବେଜିଂ,୨ା୧: ନୂଆବର୍ଷ ପାଇଁ ଚାଇନାରେ ମାଙ୍କଡ଼ର ପ୍ରବଳ ଚାହିଦା ବଢ଼ିଛି। ପୂର୍ବରୁ କିଛି ହଜାର ଟଙ୍କାରେ ବିକ୍ରି ହେଉଥିବା ମାଙ୍କଡ଼ଗୁଡ଼ିକ ଏବେ ବେଜିଂରେ ୨୫ ଲକ୍ଷ...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri