ମୃତଦେହକୁ ଜୀବିତ ଭାବି ଜୁଇରୁ ଫେରାଇ ଆଣିଲେ ଆତ୍ମୀୟସ୍ବଜନ: ମୃତ ଘୋଷଣା କଲେ ଡାକ୍ତର

ହାତୀଓଟ,୧୭।୧୧(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ପୁଣି ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଛି ଗୁଜବ। ମୃତଦେହ ଶ୍ମଶାନରେ ଚେଇଁ ଉଠିଛି। ଶ୍ମଶାନକୁ ନେଇଥିବା ବନ୍ଧୁ ପରିଜନ ଜୀବିତ ଭାବି ମୃତ ମହିଳାଙ୍କୁ ଡାକ୍ତରଖାନା ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେଠାରୁ ଫେରାଇ ନେଇ ସତ୍କାର ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ପୋଲସରା ବ୍ଲକ ଢୁଙ୍କାପଡ଼ା ପଞ୍ଚାୟତର କଣିଆପଲି ଗାଁରେ। ଏହି ଗାଁର ଦୁଃଖୀ ବେହେରା (୫୦)ଙ୍କ ରବିବାର ସକାଳେ ହଠାତ ମୃତ୍ୟୁ ଘଟିଥିଲା। ତେବେ ମୃତଦେହକୁ କୋକେଇରେ ଶ୍ମଶାନ ନେଇଥିଲେ ଆତ୍ମୀୟସ୍ବଜନ। ସେଠାରେ ଜୁଇ ସଜଡ଼ା ସରିଥିଲା। ଜୁଇକୁ ନେବାବେଳେ ତାଙ୍କ ନାଡ଼ି କୁଆଡ଼େ ଚାଲିଥିବା ପରି ଜଣାପଡ଼ିଥିଲା। ସଙ୍ଗେ ସଙ୍ଗେ ସେଠାରୁ ତାଙ୍କୁ ଫେରାଇ ଆଣି ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥିଲେ ପରିବାର ଲୋକେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଗୁଜବ କେହି ସୃଷ୍ଟି ନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ପରେ ପୁଅ ଅମଳରେ ଖୋଲିଲା ରତ୍ନଭଣ୍ଡାର

ପୁରୀ,୧୪ା୭: ବହୁ ପ୍ରତୀକ୍ଷିତ ଦୀର୍ଘ ୪୬ ବର୍ଷ ପରେ ରବିବାର ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲାଯାଇଛି ରତ୍ନଭଣ୍ଡାର। ପ୍ରଥମେ ବାହାର...

ଖୋଲିଲା ଭିତର ରତ୍ନଭଣ୍ଡାର

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଅପରାହ୍ନ ୧ଟା...

ହସ୍ପିଟାଲରେ ନିଆଁ ଲାଗିବା ଘଟଣା: ଆଖିବୁଜିଲା ୧୧ ଦିନର ଶିଶୁ

କଟକ,୧୪ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକର ଘରୋଇ ନର୍ସିଂହୋମ୍‌ ତ୍ରିଶାରେ ଶନିବାର ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ନର୍ସିଂହୋମ୍‌ର ୩ ମହଲାରେ ଥିବା ଆଇସିୟୁରେ ଘଟିଥିଲା। ଫଳରେ ରୋଗୀମାନଙ୍କୁ...

ରତ୍ନଭଣ୍ଡାର ଖୋଲିବା ପରେ ଶହ ଶହ ସଂଖ୍ୟାରେ ଉଡ଼ିଆସିଲେ ଚେମେଣିଆ

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟି ରବିବାର ଖୋଲିଛି ରତ୍ନଭଣ୍ଡାର। ୧୧ ଜଣିଆ ଟିମ୍‌ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରି ପ୍ରଥମେ ବାହାର ରତ୍ନଭଣ୍ଡାର ଦ୍ୱାର...

କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର

ଦିଗପହଣ୍ଡି,୧୪ା୭: ଗଞ୍ଜାମ ଜିଲା ଦିଗପହଣ୍ଡିର ଫାଶିଗୁଡ଼ାରେ ଏକ ଅଘଟଣ ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର ହୋଇଛନ୍ତି। ମନ୍ଦିର ପ୍ରତିଷ୍ଠା ପାଇଁ ରାମାୟଣ...

ରତ୍ନଭଣ୍ଡାର ଖୋଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ…

ପୁରୀ ଅଫିସ,୧୪।୭: ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର। ରବିବାର ୧୧ ଜଣିଆ ଟିମ୍‌ ଶ୍ରୀମନ୍ଦିର ଯାଇ ନିର୍ଦ୍ଧାରିତ ସମୟ ୧ଟା ୨୮ ମିନିଟ୍‌ରେ...

ଖୋଲିଲା ରତ୍ନଭଣ୍ଡାର

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର।...

ମା’ ବିମଳାଙ୍କଠାରୁ ଗୁଆ ନେଲେ ଟିମ୍‌, ବନ୍ଦ ହେଲା ୩ ଦ୍ୱାର; ଆଉ କିଛି ମିନିଟ୍‌ରେ…

ପୁରୀ ଅଫିସ,୧୪।୭: ଖୋଲାଯିବ ରତ୍ନଭଣ୍ଡାର। ଏହାକୁ ନେଇ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଥମେ ଶ୍ରୀମନ୍ଦିର ଭିତରେ ଥିବା ଭକ୍ତଙ୍କୁ ବାହାର କରାଯିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri