ମୃତକଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ

ଦାରିଙ୍ଗବାଡ଼ି, ୨୬।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଉଥିବାବେଳେ ମୃତ ଲୋକଙ୍କ ନାମରେ ହଜାର ହଜାର ଟଙ୍କା ଚଳୁ କରାଯାଇଥିବା ଘଟଣା ପଦାକୁ ଆସିଛି। ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି ମୃତ ଲୋକଙ୍କ ନାମରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଭତ୍ତା ଟଙ୍କା ହଡ଼ପ କରୁଥିବା ଜଣାପଡିଛି। ଏନେଇ ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ଅଭିଯୋଗ କରିବା ପାଇଁ ବାରମ୍ବାର ଯାଉଥିଲେ ସୁଦ୍ଧା କାର୍ଯ୍ୟାଳୟ ବନ୍ଦ ଯୋଗୁ ଫେରି ଆସୁଛନ୍ତି। ସ୍ବାଧୀନତା ଦିବସ ଦିନ ସ୍ବତନ୍ତ୍ର ଗ୍ରାମସଭାରେ ଏସମ୍ପର୍କରେ ଅଭିଯୋଗ ହେବା ସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଲେଖାଏ ଅର୍ଥ ଦିଆଯିବା ବଦଳରେ ୧ହଜାର ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ମଧ୍ୟ ଆଜିସୁଦ୍ଧା ବଳକା ଅର୍ଥ ମୃତକଙ୍କ ପରିବାରକୁ ପ୍ରଦାନ କରାଯାଇନାହିଁ। ସେହିପରି ପ୍ରାୟ ୧୫ଜଣ ମୃତକଙ୍କ ନାମରେ ହଜାର ହଜାର ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ଉକ୍ତ ପଞ୍ଚାୟତ ତେରାବାଡ଼ି ଗ୍ରାମର ଗୋପୀନାଥ ନାୟକଙ୍କର ଗତ ଡିସେମ୍ବର ୨୦୧୮ରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ନାମରେ ଆଜି ପର୍ଯ୍ୟନ୍ତ ୨୧ଶହ ଟଙ୍କା ଉଠାଯାଇଛି। ସେହିପରି ସେହି ଗ୍ରାମର ଆକାଶ ପ୍ରଧାନ ଚଳିତ ଜୁଲାଇ ୯ରୁ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ନାମରେ ୫ଶହ, ସୁଲୁମାହା ଗ୍ରାମର ଡୁଏଲ ପ୍ରଧାନ ୨୦୧୮ ମେ’ରେ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ନାମରେ ଆଜି ସୁଦ୍ଧା ୨୬ ଶହ ଟଙ୍କା ଉଠାଯାଇଛି। ଦଣ୍ଡିମାର ରୋହିଣି ସାହୁଙ୍କର ଚଳିତ ଫେବୃୟାରୀରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାମରେ ୧୫ ଶହ ଓ ସୁଧୀର ବଳିଆରସିଂଙ୍କ ମଧ୍ୟ ଫେବୃୟାରୀରେ ମୃତ୍ୟୁ ହୋଇସାରିଥିଲେ ମଧ୍ୟ ତାଙ୍କ ନାମରେ ୧୫ଶହ ଟଙ୍କା ଉଠାଯାଇଛି ା
ସେହିପରି ଡିପୁମାହା ଗ୍ରାମର ଦୁବନ୍ତି ପ୍ରଧାନ, ଟକରମାଲା ଗ୍ରାମର ପସୁଙ୍ଗା ପ୍ରଧାନ, କସିରା ପ୍ରଧାନଙ୍କ, ପୂଜୁରା ପ୍ରଧାନଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଇଛି। ପାଙ୍ଗେରାହା ଗ୍ରାମର ଲାସିରା ପ୍ରଧାନ, ରୁବେନ ପ୍ରଧାନ, ଶ୍ରାନିକେତା ଗ୍ରାମର ରାଣିବତୀ ପ୍ରଧାନ, ମଙ୍ଗୁଳୁ ନାୟକଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଭତ୍ତା ଟଙ୍କା ଉଡାଇ ହଡପ କରାଯାଇଛି। ସୁଶିଳା ସାହୁଙ୍କ ନାମରେ ଦୁଇଟି ଭତ୍ତା କାର୍ଡ଼ କରାଯାଇ ତାଙ୍କୁ ଗୋଟିଏ କାର୍ଡ଼ରୁ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ଅନ୍ୟ ନକଲି କାର୍ଡ଼ର ଅର୍ଥ ହଡ଼ପ କରାଯାଉଥିବା ସାମାଜିକ ସସୀକ୍ଷା ବେଳେ ଧରାପଡ଼ିଛି ା ଏହି ତଥ୍ୟ ଗ୍ରାମ୍ୟ ରିସୋର୍ସ ପର୍ସନମାନେ ପ୍ରଶାସନକୁ ଦେଇଥିବା ଜଣାପଡ଼ିଛି ା
ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶନ୍ନ କହଁରଙ୍କ ସହ ଯୋଗାଯୋଗ କରିବାରୁ ସେ ଏହାକୁ ସ୍ବୀକାର କରିବାସହ କେତେଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସେ ଜାଣି ନ ଥିବାବେଳେ ତାଙ୍କ ଭତ୍ତା ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ଶୀଘ୍ର ଉକ୍ତ ଟଙ୍କା ସେ ପଞ୍ଚାୟତ ଖାତାରେ ଜମା କରିବେ ବୋଲି କହିଛନ୍ତି। ସୁଶିଳା ସାହୁଙ୍କ ନାମରେ ୨ଟି କାଡ ନେଇ ପଚାରିବାରୁ ସେ ଏହାକୁ ମଧ୍ୟ ସ୍ବୀକାର କରିଥିଲେ ଓ ଭୁଲ୍‌ରେ ଦୁଇଟି କାର୍ଡ଼ ହୋଇଥିବା ସେ କହିଛନ୍ତି ା ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମିଳୁ ନ ଥିବାବେଳେ ମୃତକଙ୍କ ନଁାରେ ଭତ୍ତା ଟଙ୍କା ହଡପ କରାଯାଉଛି। ଜିଲା ଦୁର୍ନୀତି ନିବାରଣ ବିଭାଗ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri