ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଗ୍ୟାସ୍‌ ଟ୍ୟାଙ୍କର-କୋଇଲା ବୋଝେଇ ଟ୍ରକ୍‌: ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର,୧୪।୧୨(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥ ୫୫ନଂ. ଯୁଯୁମୁରା ଥାନା ଛକ ନିକଟରେ ଶନିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର (ଓଡି ୫ ଏଚ୍‌- ୧୦୯୯) ସମ୍ବଲପୁରରୁ କଟକ ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ୍‌ (ସିଜି ୧୩ଏବି-୭୬୯୯) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି। ଗାଡି ଭିତରେ ଥିବା ୨ ଜଣ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୀ ଜିଲାର ଶ୍ୟାମସୁନ୍ଦର ପାଣି ବୋଲି ଜଣାପଡିଥିବାବେଳେ ଅନ୍ୟ ଜଣେ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଯୁଯୁମୁରା, ସମ୍ବଲପୁର, ମାନେଶ୍ୱର ସେକ୍ଟରର ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅପରପକ୍ଷେ ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହେଉଥିବା ନେଇ ଜଣାପଡିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଉଭୟ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଝାରସୁଗୁଡ଼ାରୁ ଏକ ସ୍ବତନ୍ତ୍ର ଟିମ୍‌ ଗ୍ୟାସ୍‌ ଲିକକୁ ନିୟନ୍ତ୍ରଣ କରିବା ପାଇଁ ଆସୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରଲିଫ୍ଟ ହେଲେ ୧୧ ମତ୍ସ୍ୟଜୀବୀ

ବ୍ରହ୍ମପୁର ଅଫିସ,୯। ୫: ଗଞ୍ଜାମ ଜିଲା ସୁନାପୁର ନିକଟ ଗଭୀର ସମୁଦ୍ରରୁ ୧୧ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଷ୍ଟଗାର୍ଡର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ...

ଖଟିବାକୁ ଯାଇଥିଲେ ଦାଦନ, ଫେରିଲା ମୃତଦେହ

କୋକସରା୨୮।୭(ଡି.ଏନ୍‌.ଏ): କାମ ଧନ୍ଧା ନ ପାଇ କର୍ନାଟକକୁ ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି...

ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକୁ ବେଖାତିର

ଯାଜପୁର ଅଫିସ,୧୮ା୧: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଆଦୌ ଭୃକ୍ଷେପ କରୁନାହାନ୍ତି। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ...

ହସ୍ପିଟାଲରୁ ନାଗସାପ ଛୁଆ ଉଦ୍ଧାର

ପୁରୀ ଅଫିସ, ୧୪ା୯: ଚନ୍ଦନପୁର ହସ୍ପିଟାଲରୁ ଶୁକ୍ରବାର ଏକ ନାଗସାପ ଛୁଆ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍‌ପ ଲାଇନ ସଦସ୍ୟ ନିହାର ରଞ୍ଜନ ପଣ୍ଡା ଏହି...

ଆଗୁଆ ଦରମା ଦେଲା ନର୍ଭେରାମ

ଓଡ଼ାପଡ଼ା, ୨୭।୩(ଡି.ଏନ.ଏ):ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୁଣ୍ଡିଚାପଡ଼ାସ୍ଥିତ ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ କମ୍ପାନୀ ପକ୍ଷରୁ କୋଭିଡ୍‌-୧୯କୁ ନଜରରେ ରଖି ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ...

ବ୍ୟାଙ୍କ କଲୋନୀକୁ ଶଟ୍‌ଡାଉନ୍‌ କଲେ ସରପଞ୍ଚ

ଛତ୍ରପୁର,୧ା୭(ଡି.ଏନ୍‌.ଏ.)-ଛତ୍ରପୁର ଏନ୍‌ଏସିରେ ୬ ଦିନିଆ ଶଟ୍‌ଡାଉନ୍‌ ବଳବତ୍ତର ରହିଛି ା ବୁଧବାର ଶଟ୍‌ଡାଉନ୍‌ର ଦ୍ୱିତୀୟ ଦିବସରେ ମଧ୍ୟ ହାତଗଣତି ଔଷଧ ଦୋକାନ ଖୋଲାରହିଥିବା ବେଳେ ଅନ୍ୟ...

ଶିଶୁକନ୍ୟାଙ୍କୁ ଧରି କୂଅକୁ ଡେଇଁଲେ ମା’

ବ୍ରହ୍ମପୁର ଅଫିସ,୨୮ା୧୦: ଗଞ୍ଜାମ ଜିଲା ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଶିଶୁକନ୍ୟାକୁ ଧରି ମା’ କୂଅକୁ...

ମସଜିଦ୍‌ରେ ପଶିଲେ ୧୭ ବିଦେଶୀ ନାଗରିକ: ତଦନ୍ତ କଲା ପୋଲିସ

କୁଜଙ୍ଗ,୧।୧୧(ସ୍ବ.ପ୍ର.): ସାରା ଦେଶରେ ଗୁରୁବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଥିବାବେଳେ କୁଜଙ୍ଗର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନରେ ଏହି ଦିବସ ପାଳନ କରାଯାଇଛି। ତେବେ...

Advertisement
Archives

Model This Week