Posted inଜାତୀୟ

ମୁମ୍ବାଇ କୋଠା ଭୁଷୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଫଡନବିଶ

ମୁମ୍ବାଇ,୧୬।୭: ମୁମ୍ବାଇ ଡୋଙ୍ଗ୍ରିର ତାନ୍ଦେଲ ଷ୍ଟ୍ରିଟରେ ଥିବା ୪ ମହଲା ବିଶିଷ୍ଟ କେଶରବାଇ ବିଲଡିଂ ଭୁଷୁଡି ପଡିବା ଫଳରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପ୍ରାୟ ୪୦ରୁ ୫୦ ଜଣ ଭଙ୍ଗା କୋଠା ତଳେ ଚାପି ହୋଇ ରହିଥିବା କୁହାଯାଉଛି। ତେବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ। ସୂଚନାଯୋଗ୍ୟ,ଏହି ବିଲଡିଂରେ ପାଖାପାଖି ୧୫ଟି ପରିବାର ରହୁଥିଲେ। ଏହା ଶହେ ବର୍ଷ ପୁରୁଣା କୋଠା ବୋଲି କୁହାଯାଉଛି। ଗଣମାଧ୍ୟମକୁ ସୂଚନା ଦେଇ ଫଡନବିଶ କହିଛନ୍ତି ଏବେ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। କୋଠା ଭୁଷୁଡିବାର କାରଣ ସ୍ପଷ୍ଟ ହେବାପରେ ଯାଇ ମୃତାହତଙ୍କ ପାଇଁ ସାହାଯ୍ୟ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଏବେ ସୁଦ୍ଧା ୭ଜଣ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ସ୍କୁଲ-କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ

ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ସରକାରୀ ସ୍କୁଲ ଓ କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷରକୁ ଉଦ୍ଧବ ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନ୍‌ସିପିର ରାଷ୍ଟ୍ରୀୟ...

ଶିବରାତ୍ରୀ ଅବସରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖି ଶୁଭେଚ୍ଛା ଜଣାଇଲେ ମୁସଲିମ୍‌ ମହିଳା

ନୂଆଦିଲ୍ଲୀ,୨୧।୨: ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ବିଭିନ୍ନ ଶୈବପୀଠରେ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରି ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି।...

୩୧ ଯାଏ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ

ନୂଆଦିଲ୍ଲୀ, ୧୩।୩: କରୋନା ଭାଇରସ୍‌ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ସରକାରଙ୍କ ବିଭିନ୍ନ ପ୍ରୟାସ ଓ ସଚେତନତା ସତ୍ତ୍ୱେ ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ...

୨୪ ବୁଡ଼ାଜାହାଜ ନିର୍ମାଣ କରିବ ନୌସେନା: ୬ଟିରେ ରହିବ ଆଣବିକ ଆକ୍ରମଣ କ୍ଷମତା

ନୂଆଦିଲ୍ଲୀ,୩୦।୧୨(ପି.ଟି.): ଭାରତୀୟ ନୌସେନା ସମୁଦ୍ରର ଗଭୀର ଜଳରାଶି ମଧ୍ୟରେ ନିଜ କ୍ଷମତା ବୃଦ୍ଧି ପାଇଁ ୨୪ଟି ବୁଡ଼ାଜାହାଜ ନିର୍ମାଣ କରିବାକୁ ଯାଉଛି। ସେଥିମଧ୍ୟରୁ ୬ଟି ବୁଡ଼ାଜାହାଜର...

ପଶ୍ଚିମବଙ୍ଗ: ୨ ଦିନରେ ୮୦ ମୃତ

କୋଲକାତା,୭ା୫: ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୪କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ଏଠାରେ ସର୍ବାଧିକ ରହିଛି। ଗତ ଦୁଇଦିନରେ ଏହି ରାଜ୍ୟରେ ୮୦ରୁ ଅଧିକ ଲୋକ...

ବିବାହ ବନ୍ଧନରେ ଆବଦ୍ଧ ହେଲେ ଟିଏମ୍‌ସି ଏମ୍‌ପି

ବଶୀରଘାଟ,୨୦।୬: ଅଭିନେତ୍ରୀରୁ ଏମ୍‌ପି ହୋଇଥିବା ପଶ୍ଚିମ ବଙ୍ଗର ନୁସରତ ଜହାଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବଶିରଘାଟର ତୃଣମୃଳ କଂଗ୍ରେସ(ଟିଏମ୍‌ସି)ର ଏମ୍‌ପି ନୁସରତ ଜହାଁ କୋଲକାତାର...

ମସ୍ତିଷ୍କ ଜ୍ୱରରେ ପୀଡିତ ଶିଶୁଙ୍କୁ ଭେଟିବାକୁ ଯାଇ ସମାଲୋଚନାର ଶିକାର ହେଲେ ନେତା

ମୁଜାଫରପୁର,୨୦।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପାଖାପାଖି ୧୧୭ ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି। ତେବେ ମହାମାରୀ ଭଳି ବ୍ୟାପିଥିବା ଏହି ରୋଗ ଏବେ ସମସ୍ତଙ୍କ...

ଅଜିତ ପାଓ୍ବାରଙ୍କ ସହ ଯୋଗାଯୋଗରେ ଭାଜପାର ୭ ବିଧାୟକ: ଇସ୍ତଫା ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୧୧।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ହାଇ ଭୋଲଟେଜ୍‌ ଡ୍ରାମା ଲାଗିରହିଛି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ୭ ବିଧାୟକ...

Coronavirus Update


Archives

Model This Week

Why Dharitri