ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଦଲାଲ ଜନୈକା ବୃଦ୍ଧାଙ୍କଠାରୁ ୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜରପଡ଼ା ଥାନା କତଡ଼ା ଗ୍ରାମର ଖଗେଶ୍ୱର ପ୍ରଧାନଙ୍କୁ ତାଙ୍କ ସ୍ତ୍ରୀ ସୁଲୋଚନା ପ୍ରଧାନ ପୁରୁଷ ଓ୍ବାର୍ଡରେ ଭର୍ତ୍ତି କରିଛନ୍ତି। ସୋମବାର ଖଗେଶ୍ୱରଙ୍କ ଛାତି ଏକ୍ସ-ରେ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମଙ୍ଗଳବାର ଦମ୍ପତି କାଜୁଆଲଟି ପାଖରେ ଥିବା ଏକ୍ସ-ରେ ଘରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ କାଜୁଆଲଟି ସମ୍ମୁଖରେ ଛିଡ଼ା ହୋଇଥିବା ଦଲାଲ ଜଣଙ୍କ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଓ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା କାର୍ଡ ଦ୍ୱାରା ୩୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିବ ବୋଲି କହିଥିଲେ। ଏପରିକି ବୃଦ୍ଧାଙ୍କୁ ନେଇ ଡାକ୍ତରଖାନାର ବୀମା ଅଫିସକୁ ଯାଇଥିଲେ। ୫ ଶହ ଟଙ୍କା କାଗଜପତ୍ର ବାବଦକୁ ବୃଦ୍ଧାଙ୍କ ଠାରୁ ନେବା ପରେ ପୁଣି ସାଢ଼େ ୩ହଜାର ଟଙ୍କା ନେଇ ଆଉ ଫେରି ନ ଥିଲେ। ବୃଦ୍ଧା ଜଣଙ୍କ ଅପେକ୍ଷା କରି ଶେଷରେ ସନ୍ଧ୍ୟାରେ ମେଡିକାଲକୁ ଫେରି ସ୍ବାମୀଙ୍କ ଆଗରେ ଠକେଇ ସମ୍ପର୍କରେ କହିଥିଲେ। ଘଟଣା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।

କମର ଭାଙ୍ଗିଦେଲା କଟକଣା
ଅନୁଗୋଳ ଅଫିସ, ୫।୧୧: କରୋନା କାରଣରୁ ଚଳିତବର୍ଷ ପୂଜା ଉତ୍ସବ ନିରାଡମ୍ବରରେ ପାଳନ କରାଯାଇଛି। ଫଳରେ ପ୍ରତିବର୍ଷ ଏହି ସମୟରେ ହେଉଥିବା କୋଟି କୋଟି ଟଙ୍କାର ବ୍ୟବସାୟ...

ଉତ୍ତେଜନା ବଢ଼ାଇଲା ପିଏମ୍-ଆବାସ
ଛେଣ୍ଡିପଦା, ୧୮।୧(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକାଶିତ ତାଲିକାକୁ ନେଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ବହୁ ଯୋଗ୍ୟ ହିତାଧିକାରୀ...

ସନ୍ଦିଗ୍ଧଙ୍କ ରିପୋର୍ଟକୁ ଅପେକ୍ଷା
ଅନୁଗୋଳ ଅଫିସ, ୫।୪- ଅନୁଗୋଳ ଜିଲାରେ ଥିବା କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଭୁବନେଶ୍ୱର ପଠାଯାଇଥିଲା। ବିଶେଷକରି ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରୁ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା...

ଅମାନିଆଙ୍କୁ ଲାଠି
ଅନୁଗୋଳ ଅଫିସ, ୮।୪- ଲକ୍ଡାଉନ ସମୟରେ ବାହାରେ ବୁଲାବୁଲି କରୁଥିବା ଅନୁଗୋଳର କେତେଜଣ ଅମାନିଆଙ୍କୁ ପୋଲିସ ଉତ୍ତମ ମଧ୍ୟମ ଦେଇଛି। ସେହିପରି ବଅଁରପାଳ ଅଞ୍ଚଳରେ କ୍ରିକେଟ...

ଜମିକୁ ନିଅଣ୍ଟ ଜଳ
ଅନୁଗୋଳ ଅଫିସ, ୨୯।୧୨: ‘ଚାଷ ଅଛି ଯାହାର କେତେ ସୁଖ ତାହାର’। ଏହି ପ୍ରଚଳିତ ଆପ୍ତବାକ୍ୟ ଚାଷୀ-ଚାଷ ଭିତରେ ଥିବା ସମ୍ପର୍କ ସହିତ ଫସଲ ଉତ୍ପାଦନର...

‘କୌଶଳ ପ୍ରୟୋଗ କଲେ ସୁରକ୍ଷିତ ରହିବ’
ଛେଣ୍ଡିପଦା,୬।୪(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ କୋଶଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆମତ୍ରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା...
୩ ଦିନ ପରେ ସତ୍କାର କଲେ ସାମାଜିକ କର୍ମୀ
ଅନୁଗୋଳ ଅଫିସ, ୧୮।୬ମାସେ ତଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଅଜଣା ମହିଳା ରୋଗୀଙ୍କୁ ସାମାଜିକ କର୍ମୀମାନେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା...

ବିଦ୍ୟାଳୟ ପରିସର ସଫା କଲେ, ପିଲାଙ୍କୁ ପଢ଼ାଇଲେ: ଖାଦ୍ୟର ମାନ ନେଇ ସରପଞ୍ଚ ଖପ୍ପା
ଅନୁଗୋଳ ଅଫିସ, ୩୦।୮-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଜାମୁନାଳୀ ପଞ୍ଚାୟତ ସରପଞ୍ଚ ପ୍ରମିଳା ନାଏକ ଗୁରୁବାର ଜାମୁନାଳୀ ବିଦ୍ୟାଳୟ ପରିସର ସଫେଇ କରାଇବା ସହ ସେଠାରେ...