ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ ଦିଆଯିବ ଗୁରୁତ୍ୱ

ବ୍ରହ୍ମପୁର ଅଫିସ/ ସୋରଡା,୧୦ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମଙ୍ଗଳବାର ସୋରଡ଼ାରେ ଅନୁଷ୍ଠିତ ହେବ। ଏଥିରେ ଦଳର ପ୍ରାୟ ୩ ହଜାର କର୍ମୀ, ନେତା ଓ ଛାମୁଆ ସଂଗଠନ କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାକାର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ଆୟୋଜନର ଦାୟିତ୍ୱ ଦିଆଯାଇଛି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଛତ୍ରପୁର ବିଧାୟକ ତଥା ଦଳର ଜିଲା ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ବେହେରା ସୋରଡ଼ାରେ ରହି ଏହାର ତଦାରଖ କରୁଛନ୍ତି।
୨୦୧୮ ଜୁନ ୨୨ରେ ଗୋପାଳପୁରରେ ଅନୁଷ୍ଠିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକର ୧୫ ମାସ ବିତିବାକୁ ଯାଉଥିବା ବେଳେ ୨୦୧୯ର ବୈଠକ ସୋରଡ଼ାରେ ଆୟୋଜନ କରାଯାଇଛି। ଜିଲା ସଭାପତି ତଥା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିବେ। ୨ ଏମ୍‌ପିଙ୍କ ବ୍ୟତୀତ ୧୧ ବିଧାୟିକା, ବିଧାୟକ ଯୋଗଦେବେ। ଜିଲା ପର୍ଯ୍ୟବେକ୍ଷକ ଓ ଅନ୍ୟମାନେ ଉପସ୍ଥିତ ରହିବେ ।
ମୁଖ୍ୟତଃ ଦଳର ସଂଗଠନକୁ ବିସ୍ତାର କରିବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ୫-ଟି ର ସଫଳ ରୂପାୟନ ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଜିଲା ସାଧାରଣ ସମ୍ପାଦକ ସୁବାସ ସୂଚନା ଦେଇଛନ୍ତି। ନୂଆ ଫର୍ମୁଲାରେ ବିଜେଡି ସଦସ୍ୟା, ସଦସ୍ୟଙ୍କ ସଂଖ୍ୟା ଆଶାନୁରୂପ ବୃଦ୍ଧି ନିମନ୍ତେ ସମବେତ କର୍ମୀ ଓ ନେତାଙ୍କୁ ପରାମର୍ଶ ଦିଆଯିବ। ଏଥିପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟ ଉପସ୍ଥାପିତ କରାଯିବ।
ଗତ ବର୍ଷ ଗୋପାଳପୁର ବୈଠକରେ ଆଗତ ୨୭ ରାଜନୈତିକ ପ୍ରସ୍ତାବରୁ କେତୋଟି କାର୍ଯ୍ୟକାରୀ ହୋଇଛି ସେନେଇ ସମୀକ୍ଷା କରାଯିବ। ଏହି ଗୃହୀତ ପ୍ରସ୍ତାବଗୁଡ଼ିକ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଥିଲା। ତା’ ମଧ୍ୟରେ ଜିଲାର ସବୁ ବ୍ଲକରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ କରି ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା, ଏମ୍‌କେସିଜି ମେଡିକାଲ କଲେଜକୁ ସ୍ବୟଂଶାସିତ ମାନ୍ୟତା ଦିଆଯିବା ଏବଂ ସେଠାରେ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ କରାଯିବା, ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଋଷିକୁଲ୍ୟା ନଦୀ ଯୋଜନାର ଆଧୁନିକୀକରଣ, ଘଟକେଶ୍ୱର ସେଚ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ କରାଯିବା, ମତ୍ସ୍ୟଜୀବୀଙ୍କ ପାଇଁ ମାଛ ଧରା ବନ୍ଦର ନିର୍ମାଣ ଆଦି ଅନ୍ତର୍ଭୁକ୍ତ ଥିଲା। ସେହିପରି ବ୍ରହ୍ମପୁରରେ ରିଂ-ରୋଡ ନିର୍ମାଣ, ଆସିକା ଚିନିଶିଳ୍ପର ଉନ୍ନତୀକରଣ କରାଯିବା ଆଦି ପ୍ରସ୍ତାବ ଗୃହୀତ ହୋଇଥିଲା। ତନ୍ମଧ୍ୟରୁ ଗୋଟିଏ ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବା ବେଳେ ସୋରଡ଼ା ବୈଠକରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହେବ।
ଗୋପାଳପୁର ବୈଠକରେ ଓଡ଼ିଶା ତଥା ଗଞ୍ଜାମ ଜିଲା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ନେଇ ୧୨ ପ୍ରସ୍ତାବ ଗୃହୀତ ହୋଇଥିଲା। ବୈମାତୃକ ମନୋଭାବ ପୋଷଣ ନେଇ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିଲା। ଚଳିତ ବର୍ଷ ସାଧାରଣ ନିର୍ବାଚନ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନୋଭାବରେ ପରିବର୍ତ୍ତନ ଘଟିଛି। ତେଣୁ ସୋରଡ଼ା ବୈଠକରେ କେନ୍ଦ୍ର ଅବହେଳାକୁ ନେଇ କି ପ୍ରକାର ପ୍ରସ୍ତାବ ଆଗତ ହେବ କି ନାହିଁ ସେନେଇ ରାଜନୈତିକ ମହଲରେ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲୋଚନା ପାଇଁ ଆସିଲେନି କର୍ତ୍ତୃପକ୍ଷ

ବ୍ରହ୍ମପୁର ଅଫିସ,୧୯ା୭- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ନେଇ ପ୍ରଶାସନିକ ଭବନ ଆଗରେ ଧାରଣା ଦିଆଯାଇଛି। ୬ ଦଫା ଦାବି ପୂରଣ...

ବାଦପଲ୍ଲୀ ସେବାଶ୍ରମ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୪୬ ସୁରଟ ଫେରନ୍ତା: ସମସ୍ତେ ସୁସ୍ଥ, ଆସନ୍ତା ୨୫ରେ ଘରକୁ ଫେରିବେ

ଗଞ୍ଜାମ,୧୧ା୫(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତଗତିରେ ବଢ଼ିଚାଲିଛି। ବିଶେଷକରି ସୁରଟରୁ ପ୍ରବାସୀ ଓଡ଼ିଆମାନେ ଫେରିବା ପରେ ଏହି ସମସ୍ୟା...

ବାଇକ ଧକ୍କାରେ କୃଷ୍ଣସାର ମୃତ

ବୁଗୁଡା,୫ା୨(ଡି.ଏନ୍‌.ଏ.):ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଜିଲିବା ରାସ୍ତାରେ ମଙ୍ଗଳବାର ରାତି ପ୍ରା ୮ଟାରେ ବାଇକ ଧକ୍କାରେ ଏକ କୃଷ୍ଣସାର ମୃଗର ମୃତ୍ୟୁ ହୋଇଛି। ବାଇକ ଆରୋହୀ ଜଣକ...

୨ ଯୁବକଙ୍କ ନାଁରେ ମାମଲା

ବ୍ରହ୍ମପୁର ଅଫିସ,୨୮ା୨: କନଷ୍ଟେବଲ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ୨ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଥାନାରେ ସୋମବାର ମାମଲା ରୁଜୁ...

ଗଣବଳାତ୍କାର ପରେ, ଅଶ୍ଳୀଳ ଫଟୋ ଭାଇରଲ ମାମଲା: ପୂର୍ବତନ ସରପଞ୍ଚଙ୍କ ସହ ୪ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ସୋରଡ଼ା ଥାନା ଅଞ୍ଚଳରେ ୨୦୧୫ ମସିହାରେ ଜଣେ ମହିଳାଙ୍କୁ ଗଣବଳତ୍କାର ପରେ ଅଶ୍ଳୀଳ ଫଟୋ ଭାଇରଲ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଭଞ୍ଜନଗର ସବ୍‌ଜଜ୍‌...

କ୍ୱାରାଣ୍ଟାଇନ୍‌ରେ ରହିଲେ ୩ ଜଣ

ଆସିକା,୨୨ା୪(ଡି.ଏନ୍‌.ଏ.): ଆସିକା ବ୍ଲକ ଓ ଏନ୍‌ଏସି ଇଲାକାକୁ ମଙ୍ଗଳବାର ବିଭିନ୍ନ ସ୍ଥାନରୁ ଆସିଥିବା ୩ ଜଣଙ୍କୁ ପ୍ରଶାସନ ପକ୍ଷରୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି...

ଗ୍ୟାସ ଟାଙ୍କି ଫାଟି ଘରେ ଲାଗିଲା ନିଆଁ

ଛତ୍ରପୁର,୨୧।୧୧(ଡି.ଏନ.ଏ):ଛତ୍ରପୁର କୋର୍ଟ ଷ୍ଟେଶନ ସାହିର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଘରେ ଗୁରୁବାର ପୂର୍ବାହ୍ନରେ ରନ୍ଧନ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା। ଅପରପକ୍ଷରେ ଏଥିରେ କେହି...

ଏମକେସିଜି କୋଭିଡ ହସ୍ପିଟାଲରୁ କଏଦୀ ଚମ୍ପଟ

ବ୍ରହ୍ମପୁର ଅଫିସ,୭।୮: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କୋଭିଡରେ ଚିକିତ୍ସାଧୀନ ଥିବା ଜଣେ କଏଦୀ ଶନିବାର ଭୋରୁ ଚମ୍ପଟ ମାରିଛନ୍ତି। ଫେରାର କଏଦୀ...

Advertisement
Archives

Model This Week