ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦଲାଲଙ୍କ ଉପରେ ନଜର: ଆର୍‌ଟିଓ କାର୍ଯ୍ୟାଳୟରେ ପୋଲିସ ଚଢ଼ାଉ

ଢେଙ୍କାନାଳ ଅଫିସ, ୨୭ା୯-ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଆର୍‌ଟିଓ କାର୍ଯ୍ୟାଳୟକୁ ୧୫ଦିନ ମଧ୍ୟରେ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ପ୍ରକାଶ ପାଇଛି ପ୍ରଶାସନିକ ତତ୍ପରତା। ତଦନୁଯାୟୀ ଗୁରୁବାର ମଧ୍ୟାହ୍ନରେ ଢେଙ୍କାନାଳ ଟାଉନ ଥାନା ପୋଲିସ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ, ଆଞ୍ଚଳିକ ପରିବହନ ଅଧିକାରୀ ଦାୟିତ୍ୱରେ ଥିବା ମୋଟରଯାନ ନିରୀକ୍ଷକ ଶ୍ରୀବତ୍ସ ଦଳେଇ ଅଫିସ୍‌ର ବିଭିନ୍ନ ପ୍ରକୋଷ୍ଠ ଏବଂ କାଉଣ୍ଟରରେ ଯାଞ୍ଚ କରିଥିଲେ। ଯାନବାହନ ପଞ୍ଜୀକରଣ ଲାଗି ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କୁ ଦଲାଲଙ୍କ କବଳରେ ନ ପଡ଼ିବାକୁ ସଚେତନ କରାଯାଇଥିଲା। କାର୍ଯ୍ୟାଳୟରେ ଦଲାଲ ସାଜି ଲୋକଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗାଡ଼ି ମାଲିକଙ୍କୁ ପ୍ରଲୋଭିତ କରି ଅର୍ଥ ଆଦାୟ କରୁଥିବା ଏବଂ ହଇରାଣ ହରକତ କରୁଥିବା ମଧ୍ୟସ୍ଥଙ୍କ ବିଷୟରେ ସୂଚନା ଦେବାକୁ ଥାନାଧିକାରୀ ଆହ୍ବାନ ଦେଇଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ଆରଟିଓ କୁହନ୍ତି, ଦଲାଲ ଏବଂ ମଧ୍ୟସ୍ଥ କାର୍ଯ୍ୟ ରୋକିବାକୁ ଉଦ୍ୟମ କରାଯିବା ପରେ କେତେଜଣ ବ୍ୟକ୍ତି କାର୍ଯ୍ୟାଳୟର କର୍ମଚାରୀଙ୍କୁ ଫୋନ୍‌ରେ ଧମକଚମକ ଦେଉଛନ୍ତି। ଏ ନେଇ ପୋଲିସର ଦୃଷ୍ଟି ଆକର୍ଷଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ପ୍ରଭାବ: ଏସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୩।୨(ବ୍ୟୁରୋ): ଲଘୁଚାପ ପ୍ରଭାବରେ ୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ,...

ହୋମ୍‌ କ୍ୱାରାଣ୍ଟାଇନ୍‌ ସହ ମହାପ୍ରଭୁଙ୍କ ଅଣସରକୁ ତୁଳନା କଲେ ବାଗ୍‌ଚୀ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): ଯେଉଁମାନେ ବିଦେଶରୁ ଆସିଛନ୍ତି ସେମାନେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଏବେ ଅନେକ ବିଦେଶ...

ବାବା ଆଖଣ୍ଡଳମଣିଙ୍କୁ ମକର ପୋଡ଼ପିଠା ସମର୍ପଣ

ଆରଡ଼ି,୧୫।୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବୁଧବାର ମକର ସଂକ୍ରାନ୍ତି ଅବସରରେ ବାବା ଆଖଣ୍ଡଳମଣିଙ୍କୁ ପୋଡ଼ପିଠା ସମର୍ପଣ କରାଯାଇଛି । ଭୋର ୪ଟା ୩୦ମିନିଟ୍‌ରେ...

ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶ୍ୱାସରୋଗୀ ଚିହ୍ନଟ

ଭଣ୍ଡାରିପୋଖରୀ, ୧୩ା୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶ୍ୱାସ ରୋଗୀ ଚିହ୍ନଟ କରାଯାଇ ସ୍ବତନ୍ତ୍ର ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି। ଜାନୁୟାରୀ ୧ତାରିଖଠାରୁ ମାର୍ଚ୍ଚ ୩୧ତାରିଖ ମଧ୍ୟରେ...

୨୮୫୮ କୋଟିର ଋଣ କରିବ ଓଡ଼ିଶା

ନୂଆଦିଲ୍ଲୀ: କରୋନା ପରେ ରାଜସ୍ବ ସଂଗ୍ରହ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ପକ୍ଷରୁ ମିଳୁଥିବା ଜିଏସ୍‌ଟି କ୍ଷତିପୂରଣ ପାଣ୍ଠି ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବିଚାର...

ଅପହରଣ କରି ୫ଲକ୍ଷ ଦାବି

ନିରାକାରପୁର,୧୩।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ମଳିପଡ଼ା ଅଞ୍ଚଳରୁ ଅପହୃତ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ରବିବାର ଅପରାହ୍ନରେ ପୋଲିସ ଜଟଣୀ ଥାନା ହରିରାଜପୁର...

ସଙ୍ଗରୋଧ କେନ୍ଦ୍ରରୁ ଚୋରି ଘଟଣା: ୩ କୋର୍ଟ ଚାଲାଣ, ଚୋରି ସାମଗ୍ରୀ ଉଦ୍ଧାର

ଭଦ୍ରକ ଅଫିସ,୧୭ା୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ତୋରଣପଦା ସଙ୍ଗରୋଧ କେନ୍ଦ୍ରରୁ ଚଳିତ ମାସ ୫ ତାରିଖ ରାତିରେ କବାଟ ଭାଙ୍ଗି ଚୋରି ହୋଇଥିଲା। ସଙ୍ଗରୋଧ...

ଜିଲାସ୍ତରୀୟ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରତାପ ଜେନା

ବାରିପଦା ଅଫିସ,୧୫।୮: ମୟୂରଭଞ୍ଜ ଜିଲା ବାରିପଦା ସହର ପୋଲିସ ରିଜର୍ଭ ପଡ଼ିଆଠାରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ଓ ପଞ୍ଚାୟତିରାଜ...

Advertisement
Archives

Model This Week