ମିଳୁନି ଆବଶ୍ୟକ କୋଇଲା: ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭ା୯(ନି.ପ୍ର.)

ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଆଗାମୀ ଦିନରେ ଆହୁରି ଅଧିକ ୟୁନିଟ୍‌ ବନ୍ଦ ହେବାର ଆଶଙ୍କା ଥିବାରୁ ଏହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ଏମ୍‌ସିଏଲ୍‌ର ତାଳଚେରସ୍ଥିତ ଜଗନ୍ନାଥ ଖୋଲା ମୁହଁ କୋଇଲା ଖଣି (ଓସିପି)ରୁ ଉପତ୍ାଦନ ହ୍ରାସ ଯୋଗୁ ଟିଟିପିଏସ୍‌ରେ କୋଇଲା ଅଭାବ ଦେଖାଦେଇଥିବା କୁହାଯାଉଛି।
୪୬୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ବିଶିଷ୍ଟ ଟିଟିପିଏସ୍‌ରେ ୬ ଗୋଟି ୟୁନିଟ୍‌ ରହିଛି। ଏହା ଚାଲିବା ପାଇଁ ଦୈନିକ ୯ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ। କିନ୍ତୁ ଏହି ପରିମାଣର କୋଇଲା ଯୋଗାଣ ହେଉ ନ ଥିବାରୁ ରବିବାରଠାରୁ ପ୍ଲାଣ୍ଟର ୧, ୩ ଓ ୫ ନମ୍ବର ୟୁନିଟ୍‌କୁ ବନ୍ଦ ରଖାଯାଇଛି। ଏଠାରୁ ଉତ୍ପାଦିତ ବିଦ୍ୟୁତ୍‌ର ସିଂହଭାଗ ଓଡ଼ିଶାକୁ ମିଳିଥାଏ। ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲା ଖଣିରୁ ଦୈନିକ ୬ ହଜାର ମେଟ୍ରିକ ଟନ୍‌ କୋଇଲା ଟିଟିପିଏସ୍‌କୁ ଯୋଗାଣ ହୋଇଥାଏ। କିନ୍ତୁ ବର୍ତ୍ତମାନ ଜଗନ୍ନାଥ ଓସିପିରେ କୋଇଲା ଖନନ ନିମନ୍ତେ ଆବଶ୍ୟକ ଜାଗା ଉପଲବ୍ଧ ନ ଥିବାରୁ ଦୈନିକ ୩ ହଜାରରୁ ସାଢେ ୩ ହଜାର ମେଟ୍ରିକ ଟନ୍‌ କୋଇଲା ଉପତ୍ାଦନ ହେଉଛି। ଗତ ଶୁକ୍ରବାର ୨୪ଶହ ଟନ୍‌ କୋଇଲା ଉପତ୍ାଦନ ହୋଇଥିଲା। ଷ୍ଟକ୍‌ ୟାର୍ଡରେ କୋଇଲା ନ ଥିବା ବେଳେ ଏବେ ଦିନକୁ ମାତ୍ର ୩ ହଜାର ଟନ୍‌ କୋଇଲା ଟିଟିପିଏସ୍‌କୁ ଯୋଗାଣ ସମ୍ଭବ ହୋଇପାରୁଛି। ଜଗନ୍ନାଥ ଖଣି ପାଇଁ ରାକସ ଗ୍ରାମକୁ ଅଧିଗ୍ରହଣ କରାଯାଇ ସମସ୍ତ କ୍ଷତିପୂରଣ ପ୍ରଦାନ ସହ ନାତିଡ଼ିଠାରେ ଗ୍ରାମବାସୀଙ୍କୁ ଥଇଥାନ ବ୍ୟବସ୍ଥା କରାଯାଇଛି। କିନ୍ତୁ ଗ୍ରାମବାସୀ ନାଲି ପତାକା ମାରି ଜାଗା ଛାଡ଼ୁନାହାନ୍ତି। ଫଳରେ ଖଣି କାର୍ଯ୍ୟ ଆଗେଇପାରୁ ନାହିଁ। ଆବଶ୍ୟକ ପରିମାଣର କୋଇଲା ମିଳୁନାହିଁ ଏବଂ ଷ୍ଟକ୍‌ ୟାର୍ଡରେ କୋଇଲା କମ୍‌ ରହିଥିବାରୁ ୩ ଗୋଟି ୟୁନିଟ୍‌ ବନ୍ଦ କରାଯାଇଛି ବୋଲି ଟିଟିପିଏସ୍‌ର ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଗନ୍ନାଥ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଏସ.କେ. ଚୌଧୁରୀ କହିଛନ୍ତି, ଜମି ଅଭାବରୁ ଏବେ ଦିନକୁ ୩ ହଜାରରୁ ସାଢେ ୩ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ଉତ୍ପାଦନ ହେଉଛି। ଏହାକୁ ଟିଟିପିଏସ୍‌କୁ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୨୩ ଶହ କି.ମି. କେନାଲ ରାସ୍ତା ନିର୍ମାଣ ହେବ: ଖର୍ଚ୍ଚ ହେବ ୯ଶହ କୋଟି

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଆର୍‌ସିଆର୍‌ ପ୍ରୋଜେକ୍ଟ ଅଧୀନରେ ରାଜ୍ୟରେ ୨୩ଶହ କିମି କେନାଲ ରାସ୍ତା ନିର୍ମାଣ ହେବ। ଏଥିପାଇଁ ୯ଶହ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଅନୁମୋଦନ...

କଟକରୁ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୧୯।୮-କଟକ ସହରରୁ ବୁଧବାର ୧୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୨ରୁ ୧୦୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୬୨ ଲୋକାଲ କଣ୍ଟାକ୍ଟ...

ଅଜଣା ଜନ୍ତୁ ପାଦ ଚିହ୍ନ ଠାବ ଘଟଣା: ବନ ବିଭାଗର ତଦନ୍ତ ଆରମ୍ଭ

ମହାକାଳପଡା, ୨୫ା୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରାମନଗର ପଞ୍ଚାୟତସ୍ଥିତ କାଜୁ ଫାର୍ମ ସମ୍ମୁଖ ରାସ୍ତାରେ ଅଜଣା ଜନ୍ତୁର ପାଦ ଚିହ୍ନ...

ଥମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୦ ଜୀବନ

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...

ଭୁବନେଶ୍ୱରରୁ ଆଜି ୩୧ ପଜିଟିଭ ଚିହ୍ନଟ: ଲୋକାଲ କେସ୍‌ ୨୫

ଭୁବନେଶ୍ୱର,୬ା୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୫...

ବଢିଲା ଦ୍ୱାଦଶ ପରୀକ୍ଷା ଫର୍ମ ପୂରଣ ଅବଧି

ଭୁବନେଶ୍ୱର,୧୦।୧:(ବ୍ୟୁରୋ): ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଫର୍ମ ପୂରଣ ଅବଧି ବଢାଇଛନ୍ତି। ଏହି ଅବଧି ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ମଙ୍ଗଳବାର...

ସମ୍‌ରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୪(ବ୍ୟୁରୋ): ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ସମ୍‌ରେ କୋଭିଡ-୧୯ ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ...

ପୋଲିସ-ବିସ୍ଥାପିତ ଧସ୍ତାଧସ୍ତି

ସମ୍ବଲପୁର,୧୪ା୯(ବ୍ୟୁରୋ): ସମ୍ବଲପୁର ସମଲେଇ ଯୋଜନାରେ ବିସ୍ଥାପିତ ଓ ପୋଲିସ ମଙ୍ଗଳବାର ଧସ୍ତାଧସ୍ତି ହୋଇଛନ୍ତି। ସହରର ଘୁନଘୁଟିପଡାରେ ୩ ଘର ଉଚ୍ଛେଦ କରିବା ସମୟରେ ଏଭଳି ସ୍ଥିତି...

Advertisement
Archives

Model This Week