Posted inଜାତୀୟ

ମିଳିଲା ଗୁପ୍ତଧନ: ଶହେ ବର୍ଷ ତଳର ମାଟିପାତ୍ରରେ ୨,୫୯୫ ମୁଦ୍ରା

ଥିରୁଭାନନ୍ତପୁରମ୍‌,୭।୧୨: କେରଳର ଥିରୁଭାନନ୍ତପୁରମ୍‌ରେ ମାଟି ତଳୁ ମିଳିଛି ଗୁପ୍ତଧନର ସନ୍ଧାନ। ଶହେ ବର୍ଷ ପୁରୁଣା ମାଟି ପାତ୍ରରେ ୨,୫୯୫ ତମ୍ବା ମୁଦ୍ରା ବନ୍ଦ ଅବସ୍ଥାରେ ମିଳିଛି। ଏସବୁର ଓଜନ ୨୦ କିଲୋ ୪ଶହ ଗ୍ରାମ୍‌। ଏଥିରେ କଳଙ୍କି ଲାଗି ଯାଇଥିବାରୁ ଏସବୁକୁ ସଫା ପାଇଁ ଲ୍ୟାବ୍‌କୁ ପଠାଯାଇଛି। ସ୍ଥାନୀୟ ନିଲିମିନୁର୍‌ ଅଞ୍ଚଳରେ ବାସ କରୁଥିବା ବି. ରତ୍ନାକର ପିଲାଇ ଏକ ଲଟେରୀ କିଣିଥିଲେ। ଏଥିରେ ସେ ୬ କୋଟି ଟଙ୍କାର ପୁରସ୍କାର ଜିଣି ଥିଲେ। ଏହି ଟଙ୍କାରେ ସେ ଏକ ଜମି କିଣି କିଛି ଦିନ ପରେ ଏହାର ଖନନ ବେଳେ ଏହି ଗୁପ୍ତଧନ ମିଳିଥିଲା। ଏସବୁ ମୁଦ୍ରା ତ୍ରାଭାଙ୍କୋରର ଦୁଇ ରାଜାଙ୍କ ଶାସନ ସମୟରେ ୧୮୮୫ରୁ ୧୯୪୯ ମଧ୍ୟରେ ପ୍ରଚଳିତ ହେଉଥିବା କୁହାଯାଉଛି। ୧୮୮୫ରୁ ୧୯୨୪ ପର୍ଯ୍ୟନ୍ତ ଏଠାରେ ରାଜା ମୁଲମ୍‌ ଥିରୁନଲ୍‌ ରାମ ବର୍ମା ଶାସନ କରୁଥିଲେ। ସେହିପରି ୧୯୨୪ରୁ ୧୯୪୯ ପର୍ଯ୍ୟନ୍ତ ଏଠାରେ ଶେଷ ରାଜା ଭାବେ ଚିଥୁରା ଥିରୁନଲ୍‌ ବାଲା ରାମ ବର୍ମା ଶାସନ ଭାର ସମ୍ଭାଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ମୂଳପୋଛ

ଚଣ୍ଡିଗଡ଼, ୧୮ା୨: କେନ୍ଦ୍ରର ୩ କୃଷି ଆଇନ ଭାଜପା ପାଇଁ ମହଙ୍ଗା ପଡ଼ିଛି। ଏହି ବିବାଦୀୟ ଆଇନ ହଟାଇବା ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ...

ଫେଲ ମାରିଲା ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ: ୩ ଅନୁପ୍ରବେଶକାରୀ ନିହତ

ଜମ୍ମୁ,୬ ।୨: ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟରରେ ଅନ୍ତରାଷ୍ଟ୍ରୀୟ ସୀମାରେ ପ୍ରବେଶ ଉଦ୍ୟମ କରୁଥିବା ୩ ଅନୁପ୍ରବେଶକାରୀ ବିଏସଏଫ୍ ଯବାନଙ୍କ ଗୁଳିର ଶିକାର ହୋଇଛନ୍ତି । ମୃତକଙ୍କ...

ହାସ୍ୟ ଅଭିନେତାରୁ ମୁଖ୍ୟମନ୍ତ୍ରୀ…

ଚଣ୍ଡିଗଡ଼, ୧୬।୩ : ଭାଗଓ୍ବନ୍ତ ମାନ୍‌ ହାସ୍ୟ ଅଭିନେତାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ଶେଷ କରିଛନ୍ତି। ବୁଧବାର ସେ ପଞ୍ଜାବର ୧୭ ତମ...

ଭାରତରେ ବଢ଼ୁଛି ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ଲକ୍ଷେ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ,୬ା୬: ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ଏବେ ପରିବେଶକୁ ବିଗାଡ଼ିଦେଲାଣି। ଏଥିଯୋଗୁ ପ୍ରତିବର୍ଷ ଭାରତରେ ୫ ବର୍ଷରୁ କମ୍‌ ବୟସର ପ୍ରାୟ ୧ ଲକ୍ଷ ଶିଶୁ...

ଆଫଗାନିସ୍ତାନରେ ଅଟକି ରହିଛନ୍ତି ୧୬୫୦ ଭାରତୀୟ, ଏୟାର ଲିଫ୍ଟ ପାଇଁ ଯୋଜନା…

ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରଠାରୁ, ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ନେଇ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।...

କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସତ୍ୟପାଲ କହିଲେ ଗୋଟିଏ ମିନିଟରେ ଛାଡିଦେବେ ପଦ

ନୂଆଦିଲ୍ଲୀ,୮ ।୧୧: ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି କୃଷକ ଆନ୍ଦୋଳନର ସମର୍ଥନରେ ସେ ତାଙ୍କ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି...

ଭାରତର ସାମର୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ବିବେକାନନ୍ଦ

ନୂଆଦିଲ୍ଲୀ,୧୨।୧: ଭାରତର ପ୍ରକୃତ ସାମର୍ଥ୍ୟ ସମ୍ପର୍କରେ ସ୍ବାମୀ ବିବେକାନନ୍ଦ ସୂଚନା ଦେଇଥିଲେ। ତାଙ୍କର ଅମର ବାଣୀ ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଦେଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

୧୪ ବର୍ଷ ପରେ ଫେସବୁକ୍‌ରେ ଭାଇକୁ ପାଇଲେ ଭଉଣୀ

ଗାଜିଆବାଦ୍‌, ୧୩।୮: ଫେସବୁକ୍‌ ସହାୟତାରେ ୧୪ବର୍ଷ ପରେ ଭାଇକୁ ଖୋଜି ପାଇଛନ୍ତି ଭଉଣୀ। ଉତ୍ତର ପ୍ରଦେଶର ଗାଜିଆବାଦ୍‌ରେ ଘଟିଛି ଏଭଳି ଘଟଣା। ୨୦୦୫ରେ ଏଠାରେ ଜଣେ...

Advertisement
Archives

Model This Week