Posted inଖେଳ

ମିଳିମିଶି କାର୍ଯ୍ୟ କରିବାକୁ ଆଇ-ଲିଗ୍‌ କ୍ଲବ୍‌ଗୁଡିକୁ ଫିଫାର ପରାମର୍ଶ

ନୂଆଦିଲ୍ଲୀ,୮।୮(ପି.ଟି.)- ସବୁ ପ୍ରକାର ସମସ୍ୟାର ସମାଧାନ ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ବିଦ୍ରୋହ କରିଥିବା ଆଇ- ଲିଗ୍‌ କ୍ଲବଗୁଡିକୁ ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ପରାମର୍ଶ ଦେଇଛି। କିଛି ବିବାଦ ପାଇଁ ଫୁଟବଲ ଭାରତରେ ସଂଘର୍ଷ କରୁଛି। ଏପରିସ୍ଥଳେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସହ ବିବେକପୂର୍ଣ୍ଣ ଢ଼ଙ୍ଗ ସହ ଦୂରଦୃଷ୍ଟି ସମ୍ପର୍ନ୍ନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ଆନ୍ଦୋଳନକାରୀ କ୍ଲବଗୁଡକୁ ଫିଫା ନିର୍ଦ୍ଦେଶ ଦେଇଛି।
ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)କୁ ଟପ୍‌ ଲିଗ୍‌ରେ ସ୍ଥାନ ଦେବା ନେଇ ଏଆଇଏଫ୍‌ଏଫ୍‌ର ନିଷ୍ପତ୍ତିକୁ କ୍ଲବଗୁଡିକ ବିରୋଧ କରିଥିଲେ। ଆଇ- ଲିଗ୍‌ ଚାମ୍ପିୟନ ମିନର୍ଭା ପଞ୍ଜାବ ନେତୃତ୍ୱରେ ୬ଟି କ୍ଲବ ଏ ନେଇ ଆପତ୍ତି ଉଠାଇଥିଲେ। ଭାରତୀୟ ଫୁଟବଲ୍‌କୁ ନେଇ ଏଆଇଏଫ୍‌ଏଫ୍‌ ପ୍ରସ୍ତୁତ କରିଥିବା ରୋଡମ୍ୟାପ୍‌କୁ ଫିଫା ଅବଶ୍ୟ ସମର୍ଥନ କରିଛି। ଏ ସଂକ୍ରାନ୍ତରେ ଫିଫା ମିନର୍ଭା ପଞ୍ଜାବ, ଏଆଇଏଫ୍‌ଏଫ୍‌ ଓ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି)କୁ ଚିଠି ଲେଖିଛି। ୨୦୧୮ ବର୍ଷ ନେଇ ହୋଇଥିବା ରିଭ୍ୟୁରେ କେତୋଟି ଜଟିଳ ସମସ୍ୟା ଥିବା କଥା ଫିଫା ସ୍ବୀକାର କରିଛି। ୨୦୧୮ ବର୍ଷ ପାଇଁ ଦିଆଯାଇଥିବା ସୁପାରିସ୍‌ଗୁଡିକୁ ଏପର୍ଯ୍ୟନ୍ତ ବିଚାରକୁ ନିଆଯାଇ ନାହିଁ ବୋଲି ଫିଫାର କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ମାଟ୍ଟିଆସ୍‌ ଗ୍ରାଫଷ୍ଟୋର୍ମ କହିଛନ୍ତି।
ଜଏଣ୍ଟ ରିପୋର୍ଟ ଅନୁସାରେ ଆଗାମୀ ୨୦୧୯- ୨୦ ସେସନରେ ଆଇଏସ୍‌ଏଲ୍‌ରେ ପର୍ଯ୍ୟାୟ କ୍ରମେ ଆମକୁ ଏକାଠି କରିବାକୁ ଆଇ- ଲିଗ୍‌ କ୍ଲବ୍‌ଗୁଡିକ ଏଆଇଏଫ୍‌ଏଫ୍‌କୁ କହିଥିଲେ। ଏଆଇଏଫ୍‌ଏଫ୍‌ ସବୁ ସମସ୍ୟାର ସମାଧାନ କରିପାରିବ ବୋଲି ଫିଫା ବିଶ୍ୱାସ କରୁଛି। ଆବଶ୍ୟକ ପଡିଲେ ଏ ସଂକ୍ରାନ୍ତରେ ଏଆଇଏଫ୍‌ଏଫ୍‌କୁ ଫିଫା ଓ ଏଏଫ୍‌ସି ସହଯୋଗ କରିବ ବୋଲି କୁହାଯାଇଛି। ଫିଫାର ଏଭଳି ସମୟୋଚିତ ପଦକ୍ଷେପ ତଥା ଆଭିମୁଖ୍ୟକୁ ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶଲ ଦାସ ସ୍ବାଗତ କରଛନ୍ତି। ତେବେ ବର୍ତ୍ତମାନ ଆଇଏସ୍‌ଏଲର ଦଳର ସଂଖ୍ୟାକୁ ୧୬କୁ ବୃଦ୍ଧି କରାଯିବା ସମ୍ଭାବନାକୁ ସେ ଏଡାଇ ଦେଇଛନ୍ତି।
ଗତମାସ ଆଗାମୀ ୨-୩ ବର୍ଷ ପାଇଁ ଦୁଇଟି ଲିଗ୍‌ ଚାଲୁ ରଖିବାକୁ ପଟେଲ୍‌ ଏଏଫ୍‌ସିକୁ ପ୍ରସ୍ତାବ ଦେଇଥିବା କଥା ପଟେଲ ଆଇ- ଲିଗ୍‌ କ୍ଲବ୍‌ଗୁଡିକୁ ଅବଗତ କରାଇଥିଲେ। ଏଥିରେ ଅବଶ୍ୟ କ୍ଲବ୍‌ଗୁଡିକ ସନ୍ତୁଷ୍ଟ ହୋଇ ନ ଥିଲେ। ଫିଫା ଓ ଏଏଫ୍‌ସିର ଦ୍ୱାରସ୍ଥ ହେବା ପୂର୍ବରୁ ବିଦ୍ରୋହୀ କ୍ଲବଗୁଡିକ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କ୍ରୀଡ଼ା ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri