ମିଲର ନେଲେନି ଧାନ, ମଣ୍ଡିରେ ଉତ୍ତେଜନା

ଢେଙ୍କାନାଳ ଅଫିସ, ୫।୩ – ମିଲରଙ୍କ ମନମୁଖି କାର୍ଯ୍ୟ ପାଇଁ ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ମଣ୍ଡିରୁ ବୁଧବାର ଧାନ ଉଠି ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଚାଷୀମାନେ ଧାନବସ୍ତା ରଖି ଦୀର୍ଘ ସମୟ ଧରି ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା।
ଅଭିଯୋଗ ଅନୁଯାୟୀ, ବୁଧବାର ଗେଙ୍ଗୁଟିଆ ମଣ୍ଡିକୁ ବହୁ ଟୋକନଧାରୀ ଚାଷୀ ଧାନ ବିକ୍ରି କରିବାକୁ ଆସିଥିଲେ। ହେଲେ ମିଲର ପଠାଇଥିବା ଟ୍ରକ୍‌ ଫେରି ଯାଇଥିଲା। ଚାଷୀଙ୍କୁ ଧାନ ଉଠା ନ ଯିବା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲା। ଫଳରେ ଅପରାହ୍ନ ଯାଏ ଚାଷୀମାନେ ବର୍ଷାରେ ହୀନସ୍ତା ହୋଇ ଧାନ ବିକିବା ଆଶାରେ ଅପେକ୍ଷା କରି ରହିଥିଲେ। ମଣ୍ଡିରୁ ଧାନ ଉଠିବ ନାହିଁ ବୋଲି ଜଣାପଡ଼ିବା ପରେ ସେମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଚାଷୀମାନେ ଏକାଠି ହୋଇ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଏଥିସହ ରାସ୍ତାରେ ଧାନବସ୍ତା ରଖି ମିଲରଙ୍କ ମନମାନି ବିରୋଧରେ ନାରାବାଜି କରିଥିଲେ। ସୂଚନା ପାଇ ଯୋଗାଣ ବିଭାଗ ଅଧିକାରୀ ପହଞ୍ଚତ୍ ଚାଷୀଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ଏ ନେଇ ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ କୁହନ୍ତି, ବର୍ଷା ହେବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ଧାନ ଉଠାଇବାକୁ ମିଲର ଗାଡ଼ି ପଠାଇଥିଲେ। ହେଲେ ଲେବରମାନେ ପଳାଇଯିବାରୁ ଧାନ ଉଠିପାରିନି। ଗୁରୁବାର ଚାଷୀଙ୍କ ଧାନ ଉଠାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କ ଜୀବନରେଖା ‘ଦଣ୍ଡାଧର’

କାମାକ୍ଷାନଗର, (ସୁଧୀର କୁମାର ପରିଡ଼ା) ୩।୯: ବର୍ଷା ହେଲେ ପାହାଡ଼ିଆ ପାଣି ସ୍ରୋତ ଭସାଇ ନେଉଥିଲା ଚାଷ। ବର୍ଷା ନ ହେଲେ ଉଜୁଡ଼ି ଯାଉଥିଲା ଫସଲ।...

ସିଆଇଆଇ ଶାଖା ଗଠନ ପ୍ରକ୍ରିୟା ଆରମ୍ଭ: ଯୋଗଦେଲେ ୧୮ ଶିଳ୍ପସଂସ୍ଥାର ଅଧିକାରୀ

ଢେଙ୍କାନାଳ ଅଫିସ, ୧୧।୮ – ଢେଙ୍କାନାଳ-ଅନୁଗୋଳ-ତାଳଚେର ଶିଳ୍ପାଞ୍ଚଳର ବିକାଶ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଆଞ୍ଚଳିକ ଶାଖା ଗଠନ ଲାଗି ଟାଟାଷ୍ଟିଲ ବିଏସ୍‌ଏଲ୍‌ ନେତୃତ୍ୱରେ...

କାମରେ ଆସୁନି ୮୦ ଲକ୍ଷ ଟଙ୍କାର ଛାତ୍ରାବାସ : ଆବେଦନ କରୁଛନ୍ତି, ରହିବାକୁ ଅମଙ୍ଗ

ଭୁବନ, ୧୮।୭ – ଯୋଜନାହୀନ ଭାବେ ଜଙ୍ଗଲିଆ ପରିବେଶରେ ନିର୍ମାଣ କରି ଦିଆଗଲା ଛାତ୍ରାବାସ। ହେଲେ ଜନବସତିଠାରୁ ଦୂରରେ ତିଆରି ହୋଇଥିବା ହଷ୍ଟେଲ କ୍ୟାମ୍ପସରେ ପିଲାମାନେ...

ହାତୀ-ମଣିଷ ସଂଘର୍ଷରେ ଢେଙ୍କାନାଳ ଆଗରେ

ଢେଙ୍କାନାଳ ଅଫିସ,୮ା୧୦: ପ୍ରତିବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ। କିନ୍ତୁ ସ୍ଥାୟୀ ପ୍ରତିକାର ବାହାରିପାରେ ନାହିଁ। ରାଜ୍ୟରେ ଚାଲିଥିବା...

ରୋଡିଂଶପ୍‌ର ପ୍ରସ୍ତୁତି ଆରମ୍ଭ:ଆକର୍ଷଣ ସାଜିବ ଘାସ ତୋରଣ

ବଅଁରପାଳ, ୧୦।୯ (ଡି.ଏନ୍‌.ଏ) ଅନୁଗୋଳ ଜିଲା ନାଲ୍‌କୋ ନଗରରେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜାରେ ଚଳିତ ବର୍ଷ ୨୩ଟି ମଣ୍ଡପରେ ବିରାଜମାନ ହେବେ ଦେବଶିଳ୍ପୀ। ପୂଜାକୁ ଆଡ଼ମ୍ବର...

୨ କାର ମୁହାଁମୁହିଁ ଧକ୍କା: ଚାଲିଗଲା ଉଭଣୀଭାଇଙ୍କ ଜୀବନ

ପରଜଙ୍ଗ, ୨୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ରବିବାର ଅପରାହ୍ନରେ ଦୁଃଖଦ ଦୁର୍ଘଟଣାରେ ୨...

ଫରେଷ୍ଟରଙ୍କୁ କଚାଡ଼ିଦେଲା ଦନ୍ତା

ପରଜଙ୍ଗ, ୨।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମହାବିରୋଡ ଗ୍ରାମ୍ୟ ଜଙ୍ଗଲରେ ପାଟ୍ରୋଲିଂ ଚାଲିଥିବାବେଳେ ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ପଙ୍ଗାତୀରା ଫରେଷ୍ଟର ଶଶିରେଖା ଦିଓ୍ବାନି।...

କାମ ସାରିବାକୁ ୫୨ଦିନ

ରାସୋଳ, ୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତ ଅନ୍ତର୍ଗତ କଦଳୀପାଳ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଉଥିବା ହିତାଧିକାରୀ ଅନୁଦାନ...

Advertisement

BGU

Archives

Model This Week

Why Dharitri