Posted inଖେଳ

ମିକ୍ସଡ ମାର୍ଶାଲ ଆର୍ଟ: ମ୍ୟାକ୍‌ ଗ୍ରେଗରଙ୍କ ତୃତୀୟଥର ପାଇଁ ଅବସର ଘୋଷଣା

ଡବଲିନ୍‌,୭।୬: ଆୟର୍ଲାଣ୍ଡର ମିକ୍ସଡ୍‌ ମାର୍ଶାଲ ଆର୍ଟ (ଏମ୍‌ଏମ୍‌ଏ) ଖେଳାଳି କନୋର ମ୍ୟାକ୍‌ ଗ୍ରେଗର ପୁଣି ଥରେ ଅବସର ଘୋଷଣା କରିଛନ୍ତି। ଗତ ୪ ବର୍ଷ ମଧ୍ୟରେ ସେ ତୃତୀୟଥର ପାଇଁ ଅବସର ଘୋଷଣା କରିଛନ୍ତି। ସେ ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ମା’ଙ୍କ ସହିତ ଏକ ପୁରୁଣା ଫଟୋ ଟୁଇଟ୍‌ କରି ଫାଇଟିଂରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। ଏମ୍‌ଏମ୍‌ଏରେ ସେ ସବୁଠାରୁ ଲୋକପ୍ରିୟ ଖେଳାଳି ବିବେଚିତ ହୋଇଛନ୍ତି। ସେ ୟୁଏଫ୍‌ସିର ଭିନ୍ନ ଭିନ୍ନ ବର୍ଗରେ (ଲାଇଟ୍‌ ଓ ଫିଦରଓ୍ବେଟ)ରେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଗତବର୍ଷ ମାର୍ଚ୍ଚରେ ସେ ଅବସର ଘୋଷଣା କରିଥିଲେ। ତେବେ ସେ ଗତ ଜାନୁୟାରୀରେ ରିଙ୍ଗ୍‌କୁ ପ୍ରତ୍ୟାବର୍ତ୍ତନ କରି ସମସ୍ତଙ୍କୁ ଚକିତ କରିଥିଲେ ଓ ଲସ୍‌ ଭେଗାସ୍‌ରେ ସେ ଆମେରିକୀୟ ଫାଇଟର ଡୋନାଲ୍ଡ ସେରୋନଙ୍କୁ ମାତ୍ର ୪୦ ସେକେଣ୍ଡରେ ନକ୍‌ଆଉଟ୍‌ କରିଥିଲେ।
୨୦୧୬ରେ ସେ ପ୍ରଥମଥର ପାଇଁ ଅବସର ଘୋଷଣା କରି ସବୁ ପ୍ରଶଂସକଙ୍କୁ ଚକିତ କରିଥିଲେ। ଅବସରରୁ କେବଳ ମ୍ୟାକ୍‌ଗ୍ରେଗର ପ୍ରତ୍ୟାବର୍ତ୍ତନ କରିନାହାନ୍ତି। ପୂର୍ବରୁ ମହମ୍ମଦ ଅଲି, ଫ୍ଲଏଡ ମେଓ୍ବେଦର, ଟିଟୋ ଓରଟିଜ୍‌ ଓ ଚକ୍‌ ଲିଡେଲଙ୍କ ଭଳି ତାରକା ବକ୍ସର ଓ ଏମ୍‌ଏମ୍‌ଏ ଚାମ୍ପିୟନ ଅବସରରୁ ପ୍ରତ୍ୟାବର୍ତ୍ତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌: ବ୍ରୋଞ୍ଜ ସହ ଭାରତର ଅଭିଯାନ ଆରମ୍ଭ

କାଇରୋ,୧୩ା୧୦: ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ସହ ଭାରତ ଅଭିଯାନ ଆରମ୍ଭ କରିଛି। ମହିଳା ୨୫ ମିଟର ପିସ୍ତଲ ଜୁନିୟର ଟିମ୍‌ ଇଭେଣ୍ଟରେ ଏହି ପଦକ...

ହର୍ଡଲ୍ସ ତାରକା ସାଲି ପିୟରସନଙ୍କ ଅବସର ଘୋଷଣା

ସିଡନୀ,୬।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା ହର୍ଡଲ୍ସ ବିଶ୍ୱଚାମ୍ପିୟନ ସାଲି ପିୟରସନ ମଙ୍ଗଳବାର ଅବସର ଘୋଷଣା କରିଛନ୍ତି। କ୍ରମାଗତ ଭାବେ ଇଞ୍ଜୁରିର ଶିକାର ହେବା କାରଣରୁ ସେ ସମସ୍ତଙ୍କୁ...

୩୯ ବଲରେ ୯୬ ରନ୍‌ର ବିସ୍ଫୋରକ ଇନିଂସ ଖେଳି ମଧ୍ୟ ଲଜ୍ଜିତ ହେଲେ ଏହି କ୍ରିକେଟର୍‌

ଆବୁଧାବି,୨।୧୨: ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଟମ କୋହଲର କ୍ୟାଡମୋର ଆବୁଧାବିରେ ଖେଳାଯାଉଥିବା ଟି -୧୦ ଲିଗରେ ଇତିହାସ ସୃଷ୍ଟି କରିଛନ୍ତି। ୧୨ ଚୌକା, ୫ ଛକା ଏବଂ...

୨୮ ବଲ୍‌ରୁ ବିସ୍ଫୋରକ ଶତକ ମାରି ଇତିହାସ ରଚିଲେ ଏହି କ୍ରିକେଟର୍‌

କ୍ରିକେଟରେ ପ୍ରାୟତଃ ଅନେକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ୟୁରୋପୀୟ ଟି-୧୦ କ୍ରିକେଟ ଲିଗରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଏଭଳି ଏକ...

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଘାଟିତ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୩୩ତମ ସଂସ୍କରଣ ମଙ୍ଗଳବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ...

ଦିଗହରା ହୋଇଗଲା ଟିମ୍‌ ଇଣ୍ଡିଆ

ପାର୍ଲା,୧୯।୧: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଦିନିକିଆରେ ବର୍ତ୍ତମାନ ଭାରତୀୟ ଦଳ ଖୁବ୍‌ ସଙ୍କଟରେ ପଡ଼ିଛି। ୨୯୭ ରନ୍‌ର ବିଜୟ ଲକ୍ଷ୍ୟ ପିଛା...

୧୪୬ ରନ୍‌ରେ ଅଟକିଲା କୋଲକାତା

ମୁମ୍ବାଇ,୨୮।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍‌...

ଆଶଙ୍କା ବଢାଇଲା ବର୍ଷା

ସାଉଥାମ୍ପଟନ,୨୧।୬: ସ୍ଥାନୀୟ ରୋଜ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ରେ ବର୍ଷା ଖଳନାୟକ ସାଜିଛି।...

Advertisement
Archives

Model This Week