ମିକ୍ସଚର ମେସିନ ବୋଝେଇ ଟ୍ରକକୁ ଧକ୍କା ଦେଲା କାର : ୨ ମୃତ, ୨ ଗୁରୁତର

ଛେଣ୍ଡିପଦା,୮।୬(ସ୍ବ.ପ୍ର)-ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ୫୫ ନଂ. ଜାତୀୟ ରାଜପଥର କତଡା ନିକଟରେ ସୋମବାର ଏକ ମିକ୍ସଚର ମେସିନ ବୋଝେଇ ଟ୍ରକ ସହ କାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାର ବସିଥିବା ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି।
ପୋଲିସ କହିଛି, ଭୁବନେଶ୍ୱରରୁ ସୋନପୁର ଅଭିମୁଖେ ଏକ କାରରେ ୩ ଜଣ ଯାଉଥିବାବେଳେ କତଡା ନିକଟରେ ବିପରୀତ ଦିଗରୁ ଆସୁଥିବା ମିକ୍ସଚର ମେସିନ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କାରର ବସିଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଏବଂ ଟ୍ରକର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଖବରପାଇ ସ୍ଥାନୀୟ ଜନସାଧାରଣ ଓ ପୋଲିସ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୃତ୍ୟରେ ମହାଦେବଙ୍କୁ ପ୍ରଣତି ଜଣାଇଲେ ଅନିତା

ଭୁବନେଶ୍ୱର, ୭।୯ (ବ୍ୟୁରୋ): ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଚାଲିଥିବା ୨୭ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ପ୍ରସିଦ୍ଧ...

ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ବନ୍ଦ

ପୁରୁଣା ଭୁବନେଶ୍ୱର, ୨୧ା୪(ଡି.ଏନ.ଏ.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣାରଥ ଯାତ୍ରା ପରେ ଏବେ ଚନ୍ଦନ ଯାତ୍ରା...

ସ୍ବାମୀଙ୍କ ମୃତ୍ୟୁକୁ ସହି ନ ପାରି ଆତ୍ମହତ୍ୟା କଲେ ସ୍ତ୍ରୀ

ଜଗତ୍‌ସିଂହପୁର ଅଫିସ,୨ା୭: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେଶନ୍‌ରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ...

କଲରାପତରିଆର ମୃତ୍ୟୁକୁ ନେଇ ହେବ ତଦନ୍ତ

ବୁଗୁଡା,୨୯ା୧୧: ବୁଗୁଡା ବନାଞ୍ଚଳରେ ଗୁରୁବାର ଫାଶରେ ପଡି ମୃତ୍ୟୁ ଘଟିଥିବା କଲରାପତରିଆ ବାଘର ମୃତଦେହ ଶୁକ୍ରବାର ସମସ୍ତ ଗାଇଡ୍‌ଲାଇନ୍‌ ଅନୁଯାୟୀ ସ୍ଥାନୀୟ ବନ କାର୍ଯ୍ୟାଳୟ ମଧ୍ୟରେ...

ଓ୍ବାର୍ଡର ପରୀକ୍ଷାରେ ପ୍ରବଳ ବିଶୃଙ୍ଖଳା

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ):ରାଜ୍ୟର ୪୦୩ ଜେଲ ଓ୍ବାର୍ଡର ପଦବୀ ଲାଗି ଗୁରୁବାରଠାରୁ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ହେଲେ...

ଭାଙ୍ଗିଲେ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି

ପୁରୀ ଅଫିସ,୨।୭: ଭାଙ୍ଗିଲେ ପୁରୀ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି। ୨୦ରୁ ଅଧିକ ଚୁଲି କୌଣସି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର...

ଓଡ଼ିଶୀ ନୃତ୍ୟରେ ଦର୍ଶକ ବିମୋହିତ

ରାଇକିଆ ୧୧।୨(ଡିଏନଏ)-କନ୍ଧମାଳ ଜିଲା ରାଇକିଆଠାରେ ଚାଲିଥିବା ରାଇକିଆ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲା ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ। ଏଥିସହ ବ୍ରହ୍ମପୁର...

ଦେବଗଡ଼ ବିଧାୟକଙ୍କୁ ଗିରଫ ପ୍ରତିବାଦ: ଶୁକ୍ରବାର ଏସ୍‌ପି ଅଫିସ ଆଗରେ ଧାରଣା ଦେବ ଭାଜପା

ଭୁବନେଶ୍ୱର,୫।୫(ବ୍ୟୁରୋ): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଶୁକ୍ରବାର ରାଜ୍ୟର ସମସ୍ତ ଏସ୍‌ପି ଅଫିସ ଆଗରେ ଭାଜପା ଧାରଣା ଦେବ। ଏନେଇ ଭାଜପାର ରାଜ୍ୟ...

Advertisement
Archives

Model This Week