ମା’ ଉଗ୍ରତାରା ପିକ୍‌ନିକ୍‌ ସ୍ଥଳରେ ପର୍ଯ୍ୟଟକଙ୍କୁ ମିଳୁନି ସୁବିଧା: ଖୁସିରେ ଆସି ନିରାଶରେ ଫେରୁ୍‌ଛନ୍ତି

ନିରାକାରପୁର,୨୩।୧୨(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସାନ ରାଉତପଡା ପଞ୍ଚାୟତ ହାତୀଆଶୁଣି ପାଦଦେଶର ମୂଳିଝରଠାରେ ଅବସ୍ଥିତ ମା’ ଉଗ୍ରତାରାଙ୍କ ପୀଠ ହେଉଛି ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ। ପୀଠ ନିକଟରେ ଥିବା ପିକ୍‌ନିକ୍‌ ସ୍ଥଳରେ ଭୋଜିଭାତ କରିବାକୁ ପର୍ଯ୍ୟଟକମାନେ ପସନ୍ଦ କରିଥାନ୍ତି। ବର୍ତ୍ତମାନ ପିକ୍‌ନିକ୍‌ ଋତୁ ଚାଲିଥିବା ଯୋଗୁ ଦୈନିକ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ହେଲେ ଏଠାରେ ସାମାନ୍ୟତମ ସୁବିଧା ନାହିଁ। କେବଳ ପର୍ଯ୍ୟଟକଙ୍କଠାରୁ ବିଭିନ୍ନ ପ୍ରକାରର ଫି ଆଦାୟକୁ ଗୁରୁତ୍ୱ ଦିଆଯାଉଛି। ପର୍ଯ୍ୟଟକମାନେ ଖୁସିରେ ଏଠାକୁ ଆସୁଥିବା ବେଳେ ଅବ୍ୟବସ୍ଥା ଦେଖି ନିରାଶରେ ଫେରୁଛନ୍ତି।
ଏବେ ଚାଲିଛି ପିକ୍‌ନିକ୍‌ ଋତୁ। ମା’ଙ୍କ ପୀଠକୁ କେବଳ ଓଡ଼ିଶାର କୋଣ ଅନୁକୋଣରୁ ନୁହଁ, ବରଂ ବାହାରୁ ଦୈନିକ ଶତାଧିକ ଲୋକ ମା’ଙ୍କ ଦର୍ଶନ ସହ ଭୋଜିଭାତ କରିବାକୁ ଆସୁଛନ୍ତି। ହେଲେ ନାନା ଅବ୍ୟବସ୍ଥା ଘେରରେ ବର୍ତ୍ତମାନ ଏହି ସ୍ଥାନଟି ରହିଛି। ମନ୍ଦିରଟି ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନରେ ଅଛି। ଏଣୁ ବିଭାଗ ପକ୍ଷରୁ ଶୌଚାଳୟ ନିର୍ମାଣ କରାଯାଇଛି। ହେଲେ ଶୌଚାଳୟଟି ବନ୍ଦ ରହୁଛି। ଭିତରେ ସାଇକେଲ, ଜାଳେଣି କାଠ ସହ ଅଦରକାରୀ ଜିନିଷ ରଖାଯାଇଥିବା ଦେଖିବାକୁ ମିଳୁଛି। ଶୌଚ କାର୍ଯ୍ୟ ପାଇଁ ମହିଳା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିକ୍‌ନିକ୍‌ ସ୍ଥଳରେ ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ। ଭିଡ ବଢୁଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ପର୍ଯ୍ୟଟକମାନେ ସନ୍ଧ୍ୟା ପୂର୍ବରୁ ଜାଗା ଛାଡିବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷେ ଭୋଜି ରାନ୍ଧିବାକୁ ଜାଗା ରଖିବାକୁ ନେଇ ବହୁ ସମୟରେ ଉତ୍ତେଜନା ଦେଖାଦେଉଛି। ସେଠାରେ ଥିବା ପିଣ୍ଡିଗୁଡିକୁ କେତେଜଣ ବ୍ୟକ୍ତି ପାଲ ପକାଇ ଜଗି ରହୁଛନ୍ତି। ପାନୀୟ ଜଳ ଟ୍ୟାବ୍‌ ସୀମିତ ଥିବାରୁ ପାଣି ନେବାକୁ ଲମ୍ବା ଧାଡ଼ି ଲାଗୁଛି। ପିକ୍‌ନିକ୍‌ ସ୍ଥଳକୁ ସଫା କରାଯାଉନାହିଁ। ବାସି ଖାଦ୍ୟ ଏଣେତେଣେ ପଡ଼ି ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି। ଦୁର୍ଗନ୍ଧ ଯୋଗୁ ଠିଆ ହେବା କଷ୍ଟ ହୋଇପଡୁଛି। ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କରିବା କିମ୍ବା ଖାଇବାକୁ ପର୍ଯ୍ୟଟକମାନେ ପସନ୍ଦ କରୁନାହାନ୍ତି। ଆସୁଥିବା ପର୍ଯ୍ୟଟକମାନଙ୍କଠାରୁ ବିଭିନ୍ନ ପ୍ରକାରର ଫି ଜୋରଜବରଦସ୍ତ ଆଦାୟ କରାଯାଉଛି। ଏହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏମାନେ ଯାହା କୁହନ୍ତି…

ଦେବୋତ୍ତର ବିଭାଗ ମନ୍ଦିରକୁ ନିଜ ଅଧୀନକୁ ନେଇଛି। ପୂର୍ବରୁ ଖୋର୍ଦ୍ଧା ଉପଜିଲାପାଳ ଏହାର ଦାୟିତ୍ୱରେ ଥିଲେ। କିନ୍ତୁ ଏହି ସ୍ଥଳର ବିକାଶ ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ମା’ଙ୍କ ଆକାଉଣ୍ଟରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜମା ରହିଛି। ତାହା କୌଣସି କାମରେ ଆସୁନି। ଯଦି ୧୬ ନମ୍ବର ଜାତୀୟ ରାଜପଥରୁ ମା’ଙ୍କ ପୀଠ ପର୍ଯ୍ୟନ୍ତ ଲାଇଟର ବ୍ୟବସ୍ଥା କରାଯାଇ ପାରନ୍ତା ତେବେ ଭଲ ହୁଅନ୍ତା।
-ଅଶୋକ କୁମାର ପାତ୍ର, ପର୍ଯ୍ୟଟକ
ମା’ ଉଗ୍ରତାରାଙ୍କ ପୀଠକୁ ଆସୁଥିବା ମହିଳାମାନେ ଶୌଚ ଲାଗି ହଇରାଣ ହେଉଛନ୍ତି। ଡଷ୍ଟବିନ୍‌ ସଫା ହେଉନି। ପରିସରରେ ପଡ଼ିଥିବା ଚିକେନ, ମଟନ, ମାଛ, ବାସୀ ଜିନିଷ ଶଢ଼ି ଦୁର୍ଗନ୍ଧ ହେଉଛି। ଏସବୁ ସଫା ନ କରି ଜୋର ଜବରଦସ୍ତ ଫି ଆଦାୟ କରାଯାଉଛି।
-ବିଷ୍ଣୁପ୍ରିୟା ସାହୁ, ପର୍ଯ୍ୟଟକ
ପର୍ଯ୍ୟଟକମାନେ ଶୌଚାଳୟକୁ ଭାଙ୍ଗି ଦେଉଥିବା ଯୋଗୁ ବନ୍ଦ କରି ଦିଆଯାଇଛି। ମନ୍ଦିରରେ ୪ ଜଣ ସଫେଇ କର୍ମଚାରୀ ଅଛନ୍ତି, କିନ୍ତୁ ପିକ୍‌ନିକ୍‌ ସ୍ଥଳରେ କେହିନାହାନ୍ତି। ଆଲୋକୀକରଣ ବ୍ୟବସ୍ଥା ମନ୍ଦିର କର୍ତ୍ତୃପକ୍ଷ କରିନାହାନ୍ତି। ଆମେ କ’ଣ କରିବୁ। -କୁମର ପାତ୍ର, କେୟାରଟେକର
ଆଗରୁ ଫି ନିଆଯାଉ ନ ଥିଲା। ସେମାନେ ନୂତନ ଭାବେ ରିଜୋଲ୍ୟୁଶନ କରିଥିବେ। ମୁଁ ଦେଖିବି। ଅନ୍ୟ ଯେଉଁ ସବୁ ସମସ୍ୟା କଥା କୁହାଯାଉଛି, ମୁଁ ବ୍ୟକ୍ତିଗତ ଭାବେ ବୁଝିବି।
-ସୁନାକର କିଶାନ, ଟାଙ୍ଗି ତହସିଲଦାର ତଥା ମନ୍ଦିର ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?