ମାହାଙ୍ଗା, ସାଲେପୁର ବିଦ୍ୟୁତ୍‌ ସେବା ସମ୍ପର୍କରେ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ମାହାଙ୍ଗା ଏବଂ ସାଲେପୁର ନିର୍ବାଚନମଣ୍ଡଳୀରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଣ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ମନ୍ତ୍ରୀ ଜେନାଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି ଯେ, ନିରବଚ୍ଛିନ୍ନ ବିଦ୍ୟୁତସେବା ଯୋଗାଣ ନିମନ୍ତେ ଦେଖା ଯାଉଥିବା ବୈଷୟିକ ତ୍ରୁଟିକୁ ସୁଧାର ଆଣିବା ଦିଗରେ ଯୋଜନା କରାଯିବା ଦରକାର। ଏଥିଲାଗି ଅନୁଦାନ ବାଧକ ହେବନାହିଁ। ସାଲେପୁର-ଟାଙ୍ଗୀ ଏବଂ ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଫନୀ ପରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସଂଯୋଗ ଦେବା ପାଇଁ ଅସ୍ଥାୟୀଭାବେ ବିଦ୍ୟୁତ ବ୍ୟବସ୍ଥା କରାଯାଇଥିଲା। ସେହିସବୁ ଅଞ୍ଚଳରେ ୭ଦିନ ମଧ୍ୟରେ ସର୍ଭେକରି ସେଗୁଡିକର ସ୍ଥାୟୀ ବ୍ୟବସ୍ଥା କରିବା ସକାଶେ ଏସ୍‌ଇ, କଟକ ଏବଂ ସେସୁ ମୁଖ୍ୟ କାର୍ଯ୍ୟାଳୟକୁ ଯୋଗାଯୋଗ କରିବା ପାଇଁ ସମସ୍ତ ସେକ୍‌ସନ୍‌ ଅଧିକାରୀଙ୍କୁ ମନ୍ତ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଅସୁରେଶ୍ବର ଏବଂ ଜାପଗୁଡ଼ାର ୩୩/୧୧ କେଭି ପ୍ରାଇମେରୀ ସବ୍‌ଷ୍ଟେଶନ୍‌ ଓଡିଏସ୍‌ଏସପି ଦ୍ବାରା ଆସନ୍ତା ଜାନୁୟାରୀ ୧୦ରେ କାର୍ଯ୍ୟକ୍ଷମ ହେବ। ମଙ୍ଗୁଳି, ବିଶିନାହାକାଣି, ନଗଶପୁର ଅଞ୍ଚଳରେ ୩୩/୧୧ କେଭି ପ୍ରାଇମେରୀ ସବ୍‌ଷ୍ଟେଶନ୍‌ ସ୍ଥାପନ ସକାଶେ ବୈଠକରେ ଆଲୋଚନା ହୋଇଛି। ମାହାଙ୍ଗା ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ଆବଶ୍ୟକ ହୋଇପଡ଼ିଛି। ୩୨/୩୩ କେଭି ଗ୍ରୀଡ଼୍‌ କିମ୍ବା ୨୨୦/୩୩ କେଭି ଗ୍ରୀଡ଼୍‌ ସ୍ଥାପନ ସକାଶେ ଓପିଟିସିଏଲ୍‌କୁ ସର୍ଭେ କାର୍ଯ୍ୟ କରିବା ନିମନ୍ତେ ବୈଠକରେ ସ୍ଥିର କରାଯାଇଥିଲା। ସୌଭାଗ୍ୟ ଯୋଜନାରେ ପ୍ରସ୍ତୁତ ହୋଇଥିବା ତାଲିକା ଯାଞ୍ଚ କରାଯାଇ ଯେଉଁ ପରିବାରର ନାମ ନାହିଁ ସେଗୁଡ଼ିକୁ ସଂଶୋଧନ କରି କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ବୈଠକରେ ସବିଶେଷ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚରୁ ପିଏମ୍‌ଜିଏସ୍‌ଓ୍ବାଇ-୩

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ରାଜ୍ୟ ସରକାର ସମସ୍ତ ସ୍କୁଲ ଓ ଗ୍ରାମାଞ୍ଚଳରେ ଥିବା ହସ୍ପିଟାଲଗୁଡିକୁ ରାସ୍ତା ସଂଯୋଗ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ରାସ୍ତାଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ...

ଆସିଲା ଆଇନଜୀବୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ଆତ୍ମହତ୍ୟା କରିଛନ୍ତି ଦୀପାଳି

ପୁରୁଣା ଭୁବନେଶ୍ୱର, ୨୪।୧୦ (ଡି.ଏନ୍‌.ଏ.): ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ଘଟଣାରେ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ପୋଲିସର ହସ୍ତଗତ ହୋଇଛି। ସେ ଆତ୍ମହତ୍ୟା...

ସୂର୍ଯ୍ୟକିରଣ ଶୋ’ ପାଇଁ ସ୍ଥିତି ପରଖିଲେ କମିଶନର, ଡିସିପି

ଭୁବନେଶ୍ୱର,୧୩ା୯(ବ୍ୟୁରୋ):ଆସନ୍ତା ୧୬ ତାରିଖରେ କୁଆଖାଇ ନଦୀକୂଳ ଜରିପାଟଣା ନିକଟସ୍ଥ ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ସୂର୍ଯ୍ୟକିରଣ ଶୋ’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସୋମବାର...

ଚନ୍ଦ୍ରର ଅତି ନିକଟରେ ଦେଖାଗଲା ଶୁକ୍ର

ଭୁବନେଶ୍ୱର, ୨୪।୫ (ବ୍ୟୁରୋ): ମଙ୍ଗଳବାର ଆକାଶରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ୍‌ ନିକଟତର ହୋଇଥିଲା ଚନ୍ଦ୍ର। ସନ୍ଧ୍ୟା ୬ଟା ୩୦ରୁ ରାତି ୯ଟା ୧୫ ପର୍ଯ୍ୟନ୍ତ...

କମିଟି ସଦସ୍ୟ-ପୋଲିସର ବୈଠକ:ଏଥର ବାଜିବନି ଡିଜେ, ଅଶ୍ଳୀଳ ଗୀତ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଦୁର୍ଗାପୂଜାରେ ଏଥର ବାଜିବନି ଛାତି ଥରାଇଦେଉଥିବା ଡିଜେ ସାଉଣ୍ଡ୍‌। ଡିଜେରେ ପ୍ରତିଯୋଗିତା ବି ଚାଲିବନି। କେବଳ ୪ଟି ଲେଖାଏ ମାଇକ୍‌ ଓ ବକ୍ସ ଲଗାଇବାକୁ ପୂଜା...

ଶ୍ରୀରାମ ନବମୀ ମହୋତ୍ସବ, କଟକଣାରେ ମହାଯଜ୍ଞ

ଭଦ୍ରକ ଅଫିସ,୨୨।୪- କରୋନା ମହାମାରୀ ଯୋଗୁ ଚଳିତବର୍ଷ ମଧ୍ୟ ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଫିକା ପଡ଼ିଛି। ୩ ଦିନର ହୋମଯଜ୍ଞ, ହନୁମାନ ଚାଳିଶା...

ସଫା ହେଉଛି ବ୍ୟାସ ସରୋବର ଜଙ୍ଗଲ

ଯାଜପୁର ଅଫିସ,୯ା୬: ଯାଜପୁର ଜିଲାର ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସସରୋବର ନିକଟସ୍ଥ ମହିମା ମଠକୁ ଲାଗି ରହିଥିବା ଜଙ୍ଗଲ ସଫା ହେବାକୁ ବସିଛି। ଏହି...

ବନ ଅଧିନିୟମ ସଂଶୋଧନକୁ ବିରୋଧ

ବ୍ରହ୍ମପୁର ଅଫିସ,୯ା୯-ଭାରତୀୟ ବନ ଅଧିନିୟମ ୧୯୨୭ ପ୍ରସ୍ତାବିତ ସଂଶୋଧନକୁ ଆଦିବାସୀ ଭାରତ ମହାସଭା ବିରୋଧ କରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି...

Advertisement
Archives

Model This Week