ମାସେ ହେଲା ୮ ନଳକୂଅ ଅଚଳ

ବାମରା, ୪।୬ (ସ୍ବ.ପ୍ର.)
ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର ପଞ୍ଚାୟତରେ ଗତ ପ୍ରାୟ ୧ମାସ ହେବ ୮ଟି ନଳକୂଅ ଅଚଳ ହୋଇପଡିଥିବାରୁ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ନା ସ୍ଥାନୀୟ ସରପଞ୍ଚ ଗୁରୁତ୍ୱ ଦେଉଛନ୍ତି ନା ବିଡିଓ ଗୁରୁତ୍ୱ ଦେଉଛନ୍ତି । ଉଭୟ ପକ୍ଷରୁ ଦୋଷ ଲଦାଲଦି ଚାଲିଛି।
ଗୋବିନ୍ଦପୁର ପଞ୍ଚାୟତରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକେ ବସବାସ କରୁଛନ୍ତି। ବ୍ୟବସାୟିକ ଓ ଗମନାଗମନ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ହେଲେ ପାନୀୟ ଜଳ ଏକ ମୁଖ୍ୟ ସମସ୍ୟା। ୫ବର୍ଷ ପୂର୍ବେ ଡ୍ରେନ ଓ ରାସ୍ତା ନିର୍ମାଣ ସମୟରେ ପାଣି ପାଇପ୍‌ ଫାଟିଯିବା ପରଠାରୁ ଏ ପର୍ଯ୍ୟନ୍ତ ଗୋବିନ୍ଦପୁର ଅଞ୍ଚଳର ୩ରୁ ୪ଟି ୱାର୍ଡ ଓ ବଡ ଡୁମେରମୁଣ୍ଡାର ୨ଟି ୱାର୍ଡ ସଂପୂର୍ଣ୍ଣ ପ୍ରଭାବିତ ହୋଇ ରହିଛି । ଏ ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ, ବ୍ଲକ ପ୍ରଶାସନ, ପୂର୍ତ୍ତବିଭାଗ ଓ ପଞ୍ଚାୟତକୁ ଦୌଡି ଦୌଡି ଲୋକେ ନିରାଶ ହୋଇ ପଡିଛନ୍ତି । ବର୍ତ୍ତମାନ ପ୍ରାୟ ୧ମାସ ହେବ ପଞ୍ଚାୟତର ଗଣେଶନଗର, ନୂଆଁଟୋଲି (ହରିପଡା), ବଡ ଡୁମେରମୁଣ୍ଡା ଅଙ୍ଗନୱାଡି ପଡା ଓ ତୁରୀପଡା, ପଣ୍ଡରିପଥର, ମୁଣ୍ଡାଢ଼ିପାର ବଗିଚାପଡା, ନୂଆଁଡିହି, ମୁଣ୍ଡାଢ଼ିପା ଛକ ଓ ଷ୍ଟେସନବସ୍ତିରେ ଥିବା ଗୋଟିଏ ଲେଖାଏଁ ନଳକୂଅ ସଂପୂର୍ଣ୍ଣ ଅଚଳ ହୋଇ ପଡି ରହିଛି । ଏ ନେଇ ସରପଞ୍ଚଙ୍କୁ ପଚାରିବାରୁ ବାମରା ବିଡିଓ ଏଥିରେ କୌଣସି ସହଯୋଗ କରୁନାହାନ୍ତି । ନ ହେଲେ ସେ ଏଥିପାଇଁ ସଦାବେଳେ ଚେଷ୍ଟିତ ବୋଲି ସଫେଇ ଦେଇଥିଲେ । ଅପରପକ୍ଷେ, ବିଡିଓ ସୁଶୀଲ କୁଜୁରଙ୍କୁ ପଚାରିବାରୁ ସରପଞ୍ଚ ମିନାକ୍ଷୀ ମାଝୀ ଜାଣିଶୁଣି ଏହିଭଳି କରୁଛନ୍ତି ବୋଲି କହିଥିଲେ । ପଞ୍ଚାୟତ ଫଣ୍ଡରୁ ଟଙ୍କା ଟ୍ରାନ୍ସଫର କଲାପରେ ନଳକୂଅର ବିଭିନ୍ନ ସରଞ୍ଜାମ ଯୋଗାଇବାର ନିୟମ ରହିଛି । ମାତ୍ର ସେ ଏହିଭଳି ନ କରି ଦୋଷାରୋପ କରୁଛନ୍ତି ବୋଲି ପାଲଟା ଅଭିଯୋଗ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକନ୍ୟାଙ୍କୁ ବଳାତ୍କାର: ବାପା ଗିରଫ

କୁଚିଣ୍ଡା,୨୫ା୭(ବିରଞ୍ଚତ୍ ଦର୍କା): ମଦନିଶା କିଭଳି ମଣିଷକୁ ପିଶାଚ କରିଦିଏ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ। ଜଣେ...

ଘାଟିରେ ଟ୍ରଲର-କଣ୍ଟେନର ହେଲେ ମୁହାଁମୁହିଁ : ଚାଲିଗଲା ଜୀବନ

ଜମନକିରା,୨୨।୭:(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅଧୀନ ବଡ଼ରମା ଘାଟିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ମଙ୍ଗଳବାର ଭୋରରେ ଏକ...

ଭାଜପାରେ ଫାଟ: ଜୟନାରାୟଣ ମିଶ୍ରଙ୍କୁ ଜିଲା ସଭାପତିଙ୍କ ଚ୍ୟାଲେଞ୍ଜ

ସମ୍ବଲପୁର,୨୨ା୭(ଭବାନୀ ଶଙ୍କର ଭୋଇ ):ସମ୍ବଲପୁର ଭାଜପା ଜିଲା ସଭାପତି ଗିରୀଶ ପଟେଲଙ୍କ ଜନ୍ମଦିନ ଅବସରରେ ରବିବାର ନୟାପଡାରେ ଉଦ୍‌ଘାଟିତ ହୋଇଛି ଜିଲା ସଭାପତିଙ୍କ ଦଳୀୟ କାର୍ଯ୍ୟାଳୟ।...

ଓଡ଼ିଶାରେ ଚାଲିବ ବୁଲ୍‌ଡୋଜର

ସମ୍ବଲପୁର (ପ୍ରମୋଦ ବହିଦାର)/ ଭୁବନେଶ୍ୱର (ଅନିଲ ଦାସ) ୧୮ା୭: ରାଜ୍ୟରେ ସରକାରୀ ଜମି ଜବରଦଖଲକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଜବରଦଖଲକାରୀ ଯେତେ ପ୍ରଭାବଶାଳୀ ହୁଅନ୍ତୁ...

ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା

ସମ୍ବଲପୁର,୧୦ା୭: ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା ବର୍ଷକ ପରେ ଜିଲା ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି। ସମ୍ବଲପୁର ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲ...

ଆଦିବାସୀ ଯୁବକଙ୍କୁ ପିଟିଲା ପୋଲିସ

ସମ୍ବଲପୁର, ୭ା୭ (ପ୍ରମୋଦ ବହିଦାର)ପୋଲିସ ବର୍ବରତାର ଆଉ ଏକ କାହାଣୀ ଲୋକଲୋଚନକୁ ଆସିଛି। ବ୍ୟାଟେରି ଚୋରି ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ଗାଁ ଲୋକଙ୍କ ଉପସ୍ଥିତିରେ...

ସମ୍ବଲପୁର ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ସମ୍ବଲପୁର,୨୮।୬: ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁକ୍ରବାର ସମ୍ବଲପୁର ଜିଲା ଗସ୍ତରେ ଯାଇଛନ୍ତି। ଏହି ଅବସରରେ ମନ୍ତ୍ରୀ ମହାଲିଙ୍ଗ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ...

ପୁଅର ଠେଙ୍ଗାମାଡ଼ରେ ଚାଲିଗଲା ବାପାଙ୍କ ଜୀବନ

ସମ୍ବଲପୁର/ପଡିଆବାହାଲ,୨୭ା୬(ପ୍ରମୋଦ ବହିଦାର/ରାଧାମୋହନର ଷଢ଼ଙ୍ଗୀ): ସମ୍ବଲପୁର ସଦର ଥାନା ଅଧୀନ ବୁଦେଲଛିଣ୍ଡା ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ପୁଅର ଠେଙ୍ଗାମାଡ଼ରେ ବାପା ରାମ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri