ମାସେ ହେଲା ୮ ନଳକୂଅ ଅଚଳ

ବାମରା, ୪।୬ (ସ୍ବ.ପ୍ର.)
ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର ପଞ୍ଚାୟତରେ ଗତ ପ୍ରାୟ ୧ମାସ ହେବ ୮ଟି ନଳକୂଅ ଅଚଳ ହୋଇପଡିଥିବାରୁ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ନା ସ୍ଥାନୀୟ ସରପଞ୍ଚ ଗୁରୁତ୍ୱ ଦେଉଛନ୍ତି ନା ବିଡିଓ ଗୁରୁତ୍ୱ ଦେଉଛନ୍ତି । ଉଭୟ ପକ୍ଷରୁ ଦୋଷ ଲଦାଲଦି ଚାଲିଛି।
ଗୋବିନ୍ଦପୁର ପଞ୍ଚାୟତରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକେ ବସବାସ କରୁଛନ୍ତି। ବ୍ୟବସାୟିକ ଓ ଗମନାଗମନ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ହେଲେ ପାନୀୟ ଜଳ ଏକ ମୁଖ୍ୟ ସମସ୍ୟା। ୫ବର୍ଷ ପୂର୍ବେ ଡ୍ରେନ ଓ ରାସ୍ତା ନିର୍ମାଣ ସମୟରେ ପାଣି ପାଇପ୍‌ ଫାଟିଯିବା ପରଠାରୁ ଏ ପର୍ଯ୍ୟନ୍ତ ଗୋବିନ୍ଦପୁର ଅଞ୍ଚଳର ୩ରୁ ୪ଟି ୱାର୍ଡ ଓ ବଡ ଡୁମେରମୁଣ୍ଡାର ୨ଟି ୱାର୍ଡ ସଂପୂର୍ଣ୍ଣ ପ୍ରଭାବିତ ହୋଇ ରହିଛି । ଏ ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ, ବ୍ଲକ ପ୍ରଶାସନ, ପୂର୍ତ୍ତବିଭାଗ ଓ ପଞ୍ଚାୟତକୁ ଦୌଡି ଦୌଡି ଲୋକେ ନିରାଶ ହୋଇ ପଡିଛନ୍ତି । ବର୍ତ୍ତମାନ ପ୍ରାୟ ୧ମାସ ହେବ ପଞ୍ଚାୟତର ଗଣେଶନଗର, ନୂଆଁଟୋଲି (ହରିପଡା), ବଡ ଡୁମେରମୁଣ୍ଡା ଅଙ୍ଗନୱାଡି ପଡା ଓ ତୁରୀପଡା, ପଣ୍ଡରିପଥର, ମୁଣ୍ଡାଢ଼ିପାର ବଗିଚାପଡା, ନୂଆଁଡିହି, ମୁଣ୍ଡାଢ଼ିପା ଛକ ଓ ଷ୍ଟେସନବସ୍ତିରେ ଥିବା ଗୋଟିଏ ଲେଖାଏଁ ନଳକୂଅ ସଂପୂର୍ଣ୍ଣ ଅଚଳ ହୋଇ ପଡି ରହିଛି । ଏ ନେଇ ସରପଞ୍ଚଙ୍କୁ ପଚାରିବାରୁ ବାମରା ବିଡିଓ ଏଥିରେ କୌଣସି ସହଯୋଗ କରୁନାହାନ୍ତି । ନ ହେଲେ ସେ ଏଥିପାଇଁ ସଦାବେଳେ ଚେଷ୍ଟିତ ବୋଲି ସଫେଇ ଦେଇଥିଲେ । ଅପରପକ୍ଷେ, ବିଡିଓ ସୁଶୀଲ କୁଜୁରଙ୍କୁ ପଚାରିବାରୁ ସରପଞ୍ଚ ମିନାକ୍ଷୀ ମାଝୀ ଜାଣିଶୁଣି ଏହିଭଳି କରୁଛନ୍ତି ବୋଲି କହିଥିଲେ । ପଞ୍ଚାୟତ ଫଣ୍ଡରୁ ଟଙ୍କା ଟ୍ରାନ୍ସଫର କଲାପରେ ନଳକୂଅର ବିଭିନ୍ନ ସରଞ୍ଜାମ ଯୋଗାଇବାର ନିୟମ ରହିଛି । ମାତ୍ର ସେ ଏହିଭଳି ନ କରି ଦୋଷାରୋପ କରୁଛନ୍ତି ବୋଲି ପାଲଟା ଅଭିଯୋଗ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri