ମାଲବାହୀ ଟ୍ରକ୍‌ ଚାଳକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଢେଙ୍କାନାଳ ଅଫିସ, ୧୨।୪-କରୋନା ବିପତ୍ତି ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଥିବା ଟ୍ରକ୍‌ ଚାଳକଙ୍କୁ ଢେଙ୍କାନାଳ ଛାତ୍ର ବିଜେଡି ପକ୍ଷରୁ ୫୫ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଏବଂ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ସୁଧୀର ସାମଲଙ୍କ ପରାମର୍ଶକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଲକ୍‌ଡାଉନ ସମୟରେ ବାହାରୁ ଆସୁଥିବା ଭାରିଯାନ ଚାଳକମାନେ ଯେପରି ହଇରାଣ ନ ହେବେ ସେଥିଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ୨୦କିମି ବ୍ୟବଧାନରେ ଢାବା ଖୋଲାଯାଇଛି। ହେଲେ ଉକ୍ତ ଢାବାଗୁଡ଼ିକରେ ଆବଶ୍ୟକ ଖାଦ୍ୟ ମିଳୁନାହିଁ। ଫଳରେ ବିଭିନ୍ନ ସ୍ଥାନରୁ ମାଲ ନେଇ ଆସୁଥିବା ଡ୍ରାଇଭର ଏବଂ ସେମାନଙ୍କ ସହଯୋଗୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରବିବାର ଜିଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ସେମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ନଗର ଛାତ୍ର ବିଜେଡି ସଭାପତି ସୋନୁରାମ ସିଂ, ଆଶୁତୋଷ କର, ରାଜେଶ ବେହେରା, ସୌମ୍ୟରଞ୍ଜନ ମହାନ୍ତି, କୁନା ସାହୁ, ଅଭିଳାଷ ସାହୁ, ପ୍ରଦ୍ୟୁମ୍ନ ଦାସ, ଅଜୟ ବେହେରା, ବିଶ୍ୱରଞ୍ଜନ ସାହୁ, ସୁଶୀଲ ଗୋଚ୍ଛାୟତ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଘଟଣକୁ ଆମନ୍ତ୍ରଣ

ଢେଙ୍କାନାଳ ଅଫିସ, ୧୯।୧୧: ଭାଙ୍ଗିଗଲାଣି ସୁରକ୍ଷା ବାଡ଼। ସ୍ପାନ୍‌ରେ ସ୍ଥାନେ ସ୍ଥାନେ ଦେଖାଦେଲାଣି ଫାଟ। ବର, ଅଶ୍ୱତ୍‌ଥ ଗଛ ଉଠି ମାଡ଼ିଗଲାଣି ଚେର। ମାଲ୍‌ବୋଝେଇ ଭାରିଯାନ...

ଢେଙ୍କାନାଳ ଜିଲା କୋଭିଡ ହେଲ୍‌ଥ୍‌ ସେଣ୍ଟର ପରିଦର୍ଶନ କଲେ ୫ଟି ସଚିବ

ଢୋଙ୍କାନାଳ ଅଫିସ, ୧୭।୪: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରାଯାଉଛି। ଏହି କ୍ରମରେ ଢେଙ୍କାନାଳ...

ଅଜବ ଟ୍ରାଫିକ୍‌ ନିୟମ: ବାବୁଙ୍କୁ କୋହଳ, ଲୋକଙ୍କୁ କଡ଼ା

ଢେଙ୍କାନାଳ ଅଫିସ, ୮।୯ – ସାରା ରାଜ୍ୟରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ରକମର ଜରିମାନା ଆଦାୟ କରାଯାଉଛି।...

ପରିବାର ନିର୍ବାକ୍‌, ଗେଙ୍ଗୁଟିଆ ନିଃଶବ୍ଦ

ଢେଙ୍କାନାଳ ଅଫିସ, ୨୩|୧: ବାଲିଘାଟ ବିବାଦରୁ ଅକାଳରେ ଝଡ଼ିଗଲା ଜୀବନ। ବାପାଙ୍କ ଆଖି ଆଗରେ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ଟ୍ରାକ୍ଟର ଚଢ଼ାଇ ମାରିଦେଲେ ୩୫ ବର୍ଷର...

କୃଷି ବିଭାଗ କୋମାରେ

ସାତମାଇଲ, ୬ା୫ ଅକ୍ଷୟତୃତୀୟାରେ ସରିଛି ଅଖିମୁଠି ଅନୁକୂଳ। ବିହନ ବୁଣି ଚାଷ ପାଇଁ ପାଗ ଭିଡ଼ିଲେଣି ଚାଷୀ। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ହେବ...

ଓଡ଼ିଶା ଜୀବିକା ମିଶନ ଅର୍ଥ ହରିଲୁଟ୍‌

ଢେଙ୍କାନାଳ ଅଫିସ, ୫ା୪: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଓଡ଼ିଶା ଜୀବିକା ମିଶନରେ ବ୍ୟାପକ ଅର୍ଥ ହରିଲୁଟ୍‌ ହୋଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ନବୀନ...

ଡାଇଭର୍ସନ ରାସ୍ତା ଧୋଇଗଲା; ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଢେଙ୍କାନାଳ ଅଫିସ, ୧୯ା୮: ଢେଙ୍କାନାଳ-ବଣସିଂହ ପୂର୍ତ୍ତ ବିଭାଗ ରାସ୍ତାର ଖମାର ନିକଟରେ ପ୍ରବାହିତ ଧୋବଣିଗାଡ଼ିଆ ନାଳ ଉପରେ ନିର୍ମାଣାଧୀନ ପୋଲ ସଂଲଗ୍ନ ଡାଇଭର୍ସନ ରାସ୍ତା ଲଗାଣ ବର୍ଷାରେ...

ଐଶର୍ଯ୍ୟା ହେଲେ ଗ୍ଲୋରୀ କୁଇନ୍‌

ଢେଙ୍କାନାଳ ଅଫିସ,୨୪ା୧୧: ଢେଙ୍କାନାଳ ଶିବାୟ ଡ୍ୟାନ୍ସ ମ୍ୟୁଜିକ୍‌ ଏକାଡେମୀର ୫ମ ବାର୍ଷିକ ଉତ୍ସବରେ ୨ୟ ମହାକାଳେଶ୍ୱର ମହୋତ୍ସବ ଢେଙ୍କାନାଳ ସହରସ୍ଥିତ ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ...

Advertisement
Archives

Model This Week