Posted inଖେଳ

ମାର୍ଚ୍ଚ ୧ରୁ ଚେପକରେ ଧୋନୀ

ଚେନ୍ନାଇ,୧୬।୨- ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ନେଇ ଅନିଶ୍ଚିତତା ଲାଗି ରହିଛି। ତାଙ୍କ ଅବସର ନେଇ କିଛି ସ୍ପଷ୍ଟ ନ ଥିବାବେଳେ ସେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ଖେଳିବା ନିଶ୍ଚିତ। ମାର୍ଚ୍ଚ ୨୯ ତାରିଖରୁ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏଥିପୂର୍ବରୁ ସେ ଚେନ୍ନାଇର ଚେପକ ଗ୍ରାଉଣ୍ଡରେ ଆସନ୍ତା ୧ ତାରିଖରୁ ଅଭ୍ୟାସ ଆରମ୍ଭ କରିବେ। ସେ ଏଠାରେ ୨ ସପ୍ତାହ ଅଭ୍ୟାସ କରିବେ। ପରେ ୪ରୁ ୫ ଦିନ ପାଇଁ ରାଞ୍ଚି ଚାଲିଯିବେ। ପୁଣି ଆଇପିଏଲ ପୂର୍ବରୁ ଏଠାରେ ଟ୍ରେନିଂ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ କଦାପି ଧୋନୀ ଏତେ ଆଗରୁ ଆସି ଅଭ୍ୟାସ କରି ନାହାନ୍ତି। ଆଗରୁ ସେ ଭାରତୀୟ ଦଳର କାର୍ଯ୍ୟରେ ବ୍ୟସ୍ତ ଥିଲେ। ଲମ୍ବା ବ୍ରେକ ଯୋଗୁ ଧୋନୀ ପୂରା ଫ୍ରେସ ଥିବେ ବୋଲି ଆଶା କରାଯାଉଛି। ତାଙ୍କ ସହ ସୁରେଶ ରାଇନା ଓ ଅମ୍ବାତି ରାୟୁଡୁ ମଧ୍ୟ ଏଠାରେ ଟ୍ରେନିଂ କରିବେ। ଅନ୍ତର୍ଜାତୀୟ ସ୍ତରରେ ଉପଲବ୍ଧ ହେବା ପରେ ଖେଳାଳିମାନେ ଧିରେ ଧିରେ ଟ୍ରେନିଂରେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ଛାଡ଼ି ଦିଅନ୍ତୁ ଦୁଇ ଟେଷ୍ଟ ସ୍ପେଶାଲିଷ୍ଟ

କାନୁପର, ୨୫।୧୧: ଗୁରୁବାର ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ପ୍ରଥମ ଦିନ ସୁଦ୍ଧା ଭାରତ ୪ ଉଇକେଟ ହରାଇ ୨୫୮ ରନ୍‌...

ଲଗାତର ୪ ମ୍ୟାଚ୍‌ ପରାଜୟ ସତ୍ତ୍ୱେ କେମିତି ଫ୍ଲେ-ଅଫ୍‌ରେ ପହଞ୍ଚିଲା ବେଙ୍ଗାଲୁରୁ, ଜାଣନ୍ତୁ ପୂରା ଗଣିତ

ଦୁବାଇ,୩।୧୧:ଆଇପିଏଲ ୨୦୨୦ ରେ ପ୍ଲେ ଅଫ ଯୋଗ୍ୟତା ପାଇଁ ଆଉ ମାତ୍ର ଗୋଟିଏ ଲିଗ୍‌ ମ୍ୟାଚ୍‌ ବାକି ଅଛି। ତେବେ ସୋମବାର ଆବୁଧାବିରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ...

କୋହଲିଙ୍କ ଉଇକେଟକୁ ନେଇ ବିବାଦ

ନୂଆଦିଲ୍ଲୀ,୧୮।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଏକ ବଡ଼ ବିବାଦ ଦେଖାଦେଇଛି। ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କୁ...

ତାଲିବାନ୍‌ ଆଗରେ ସର୍ତ୍ତ ରଖିଲା କ୍ରିକେଟ ଅଷ୍ଟ୍ରେଲିଆ

କାବୁଲ,୯।୯: ଯଦି ଆଫଗାନିସ୍ତାନରେ ମହିଳାଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ନ ମିଳେ, ତେବେ ଆମେ ଐତିହାସିକ ଟେଷ୍ଟ ମ୍ୟାଚ୍‌କୁ ବାତିଲ କରିଦେବୁ। ଏଭଳି ସ୍ବରରେ ତାଲିବାନ୍‌ର...

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌: ଲଢ଼େଇ କରି ହାରିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୩୦।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସିଜନର ୬୯ତମ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୪-୨...

ନିଜ ଗୁରୁଙ୍କୁ ଦାମୀ ଉପହାର ଦେଇଛନ୍ତି ଏହିସବୁ କ୍ରିକେଟର୍‌

ସାରା ଦେଶରେ ଆଜି ଗୁରୁ ଦିବସ ପାଳନ କରାଯାଉଛି। ଏହି ଅବସରରେ ଶିଷ୍ୟମାନେ ଗୁରୁଙ୍କୁ ପୂଜା କରିବା ସହ ବିଭିନ୍ନ ଦାମୀ ଉପହାରମାନ ଦେଉଛନ୍ତି। କ୍ରିକେଟରମାନେ...

ଜଣେ ଇଞ୍ଜିନିୟରରୁ ଭାରତର ସଫଳତମ ବୋଲର୍‌

ଭାରତୀୟ କ୍ରିକେଟ ଦଳରେ ‘ଜମ୍ବୋ’ ନାମରେ ପରିଚିତ ଅନିଲ କୁମ୍ବଲେ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତୀୟ ଦଳର ପୂର୍ବତନ କୋଚ ଥିବା ଅନିଲ...

ଟି୨୦ ବିଶ୍ୱକପ୍‌ ନ୍ୟୁଜିଲାଣ୍ଡରେ ଆୟୋଜନ ହୋଇପାରେ: ଡିନ୍‌ ଜୋନ୍ସ

ସିଡ୍‌ନୀ, ୩।୬: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ନ୍ୟୁଜିଲାଣ୍ଡରେ ଆୟୋଜନ ହୋଇପାରେ ବୋଲି ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ଡିନ୍‌ ଜୋନ୍ସ କହିଛନ୍ତି। ନ୍ୟୁଜିଲାଣ୍ଡରେ କୋଭିଡ୍‌-୧୯...

Advertisement
Archives

Model This Week