ମାର୍କେଟ ବିଲ୍ଡିଂରେ ଆତଙ୍କ ସୃଷ୍ଟି କରିବା ଘଟଣା: ପୁଣି ୩ ଅଭିଯୁକ୍ତଙ୍କ ନାମରେ ଏନ୍‌ଏସ୍‌ଏ ଲଗାଇଲା କମିଶନରେଟ ପୋଲିସ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଥିବା ଘଟଣାରେ ମଙ୍ଗଳବାର ପୁଣି ୩ ଅଭିଯୁକ୍ତଙ୍କ ନାମରେ କମିଶନରେଟ ପୋଲିସ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ(ଏନ୍‌ଏସ୍‌ଏ) ଲଗାଇଛି। ଅଭିଯୁକ୍ତ ଗୋପୀନାଥ ନାୟକ, ସ୍ମୃତିସାଗର ମହାପାତ୍ର, ସୁରଜ ଶାହାଙ୍କ ନାଁରେ ଆଇନ୍‌ ଶୃଙ୍ଖଳା ଭଙ୍ଗ ଓ ସାମାଜିକ ସ୍ଥିତି ବିଗାଡ଼ିବା ଅଭିଯୋଗରେ ଏନ୍‌ଏସ୍‌ଏ ଲଗାଇଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ମାର୍କେଟ ବିଲ୍ଡିଂ କେଶରୀ ମଲ ଆଗରେ ଧନଞ୍ଜୟ କୁମାରଙ୍କ ଘଣ୍ଟା ଦୋକାନ ରହିଛି। ସେଠାରେ ନୀତିଶ କୁମାର ନାମକ ଜଣେ ଯୁବକ କାର୍ଯ୍ୟ କରନ୍ତି। ଗତ ୯ ତାରିଖ ରାତି ୯ଟାରେ ଜଣେ ଯୁବତୀ ଘଣ୍ଟା ନେବା ପାଇଁ ସେଠାକୁ ଯାଇଥିଲେ। ଘଣ୍ଟାର ଦାମ୍‌କୁ ନେଇ ନୀତିଶଙ୍କ ସହିତ ଯୁବତୀଙ୍କର ବଚସା ହୋଇଥିଲା। ଏହାପରେ ଯୁବତୀ ଜଣକ ତାଙ୍କ ଭାଇକୁ ଫୋନ କରି ଜଣାଇଥିଲେ। ଫଳରେ ଗଣ୍ଡଗୋଳ ହେବା ସହ ଉଭୟ ପକ୍ଷ ଥାନାକୁ ଯାଇଥିଲେ। ପରଦିନ ଅର୍ଥାତ ଗତ ୧୦ ତାରିଖ ଯୁବତୀଙ୍କ ଭାଇ ଚିଣ୍ଟୁଙ୍କ ସହଯୋଗ ନେଇଥିଲେ। ଫଳରେ ଚିଣ୍ଟୁ ଓ ତାଙ୍କର କେତେଜଣ ସହଯୋଗୀ ପ୍ରାୟ ୩୮ ପିଲାଙ୍କୁ ଧରି ଖଣ୍ଡା, ଲୁହାରଡ଼, ବନ୍ଧୁକ ସହ ସନ୍ଧ୍ୟା ୭ଟାରେ ମାର୍କେଟ ବିଲ୍ଡିଂରେ ପହଞ୍ଚିଥିଲେ। ଦେଖୁ ଦେଖୁ ସେମାନେ ପ୍ରାୟ ୪୦ ଉଠା ଦୋକାନରେ ଭଙ୍ଗାରୁଜା କରିବା ସହ ଗ୍ରାହକ, ବ୍ୟବସାୟୀ ଯିଏ ଆଗରେ ପଡ଼ିଲେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଶିବନାଥ ରାୟ, ରାଜେଶ ଦାଶ, ସମେନ୍ଦ୍ର ଶାହା, କୃଷ୍ଣା ରାଉତରାୟ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଦୋକାନୀଙ୍କୁ ହତ୍ୟା: ୩ ଗିରଫ

ଖୁଣ୍ଟୁଣୀ,୪ା୯(ଡି.ଏନ୍‌.ଏ.):ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଚୌଦ୍ୱାର ଥାନା ଅନ୍ତର୍ଗତ ମାହାଳପଡ଼ା ଗ୍ରାମର ଗୋଲକ ପ୍ରଧାନ(୪୯)ଙ୍କୁ ସଂଘବଦ୍ଧଭାବେ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ସ୍ତ୍ରୀ ସରସ୍ବତୀଙ୍କ ଅଭିଯୋଗକ୍ରମେ ଖୁଣ୍ଟୁଣୀ...

ଆଜି ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାରଠାରୁ ସପ୍ତାହବ୍ୟାପୀ ଜାପାନ ଗସ୍ତରେ ଯାଉଛନ୍ତି। ତାଙ୍କର ଏହି ବିଦେଶ ଗସ୍ତକାଳରେ ଏକାଧିକ କାର୍ଯ୍ୟକ୍ରମ ରହିଛି। ଟୋକିଓ, କ୍ୟୁଟୋ ଏବଂ...

ନଭେମ୍ବର ୧ ପୂର୍ବରୁ ଖୋଲିବ ପ୍ରକୃତି ନିବାସ

ପୁରୀ ଅଫିସ, ୫।୬: ପ୍ରକୃତି ନିବାସ। ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ପର୍ଯ୍ୟଟକଙ୍କୁ ପ୍ରକୃତିର ମଜା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା।...

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ବୌଦ୍ଧ,୫ା୩(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବୌଦ୍ଧ ଜିଲା ଦେଇ ୧୧୦ କି.ମି. ପରିବ୍ୟାପ୍ତ ଏହି ରେଳପଥ...

ହାତୀ ନେଲା ଦୁଇ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରେ ବସିଲେ ଲୋକେ

ଅନୁଗୋଳ,୨୪ା୮(ଅମିତ କୁମାର ସାମଲ): ହାତୀ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଛି। ମୃତକ ଦ୍ୱୟ ହେଲେ ଅନୁଗୋଳ ବନଖଣ୍ଡ ପାତେଳି ଗାଁର ଶଙ୍କର ବିଶ୍ୱାଳ ଓ...

ଇଏ କି ଶାଳଗ୍ରାମ

ପୁରୀ ଅଫିସ,୧୬।୬: ସନାତନ ପରମ୍ପରାରେ ଶାଳଗ୍ରାମଙ୍କୁ ସ୍ବୟଂ ବିଷ୍ଣୁଙ୍କ ସ୍ବରୂପ ଭାବେ ଉପାସନା କରାଯାଇଥାଏ। ବର୍ତ୍ତମାନ ପ୍ରକୃତ ଶାଳଗ୍ରାମ ପ୍ରାୟତଃ ଆଉ ମିଳୁନାହିଁ। ଶ୍ରୀମନ୍ଦିରରେ ଚିତ୍ରିତ...

୩ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ

ଭୁବନେଶ୍ୱର,୫ା୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ମାସେ ବିତିବାକୁ ବସିଲାଣି। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ ହାତରେ ସେଭଳି କିଛି ବଳିଷ୍ଠ ସୁରାକ ଲାଗିନାହିଁ। କେବଳ ଜିଆରପିର...

ଅପରାହ୍ନ ୪ଟା ୩୦ ସୁଦ୍ଧା ୭୧.୮୬ ପ୍ରତିଶତ ମତଦାନ

ବରଗଡ ଅଫିସ,୩।୪: ବରଗଡ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ୧୨ୱାର୍ଡ ବିଶିଷ୍ଟ ଏହି ଏନ୍‌ଏସିର ୧୬ଟି ବୁଥ୍‌ରେ ମତଦାନ...

Advertisement
Archives

Model This Week