ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ କେଉଁଠାରେ ତାହା ଅଧା ପନ୍ତରିଆଭାବେ ପଡ଼ି ରହିଛି। ଅନ୍ୟପଟେ ଦୂରଦୃଷ୍ଟିର ଅଭାବ ତଥା ଯୋଜନାବିହୀନ ଭାବେ ଅନେକ ସ୍ଥାନରେ ରାସ୍ତା ନିର୍ମାଣ କରାଯାଇଛି। କେଉଁଠି ତାହା ଉଚ୍ଚ ହୋଇ ପଡ଼ିଥିବାବେଳେ କେଉଁଠାରେ ନୀଚ ହୋଇ ପଡ଼ିଛି। ଫଳରେ ପୂର୍ବାପେକ୍ଷା ସହରରେ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆସିବା ବଦଳରେ ଏହା ଏଥର ଆହୁରି ସମସା ବହୁଳ ହୋଇ ପଡ଼ିଛି। ପ୍ରଥମ ବର୍ଷାରେ ସହର ତଳି ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ୁଛି। ଘର, ସ୍କୁଲ ସମେତ ବିିଭିନ୍ନ ସରକାରୀ, ବେସରକାରୀ କୋଠାକୁ ମଇଲା, ଆବର୍ଜନା ସହିତ ନର୍ଦ୍ଦମା ପାଣି ପଶୁଛି। ରାସ୍ତାଘାଟ, ବସଷ୍ଟାଣ୍ଡ ଆଦି ସ୍ଥାନରେବ ନ୍ୟାଭଳି ସ୍ଥିତି ଉପୁଜୁଛି। ଫଳରେ ବର୍ଷା ଲାଗି ରହିଲେ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ଜୀବନ ଅତିବାହିତ କରିବା ଦୁର୍ବିସହ ହୋଇ ପଡ଼ୁଛି। ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ହୋଇ ପଡିଛି। ଅନୁରୂପଭାବେ ସହରରୁ ନିଷ୍କାସିତ ନର୍ଦ୍ଦମା ପାଣି ସିଧାସଳଖ ସହର ଉପକଣ୍ଠରେ ରହିଥିବା ଜୀରାନଦୀରେ ମିଶୁଛି। ଜୀରାନଦୀ ପାଣି ପ୍ରଦୂଷିତ ହେଉଛି। ଗୁରୁବାର ରାତିରୁ ଶୁକ୍ରବାର ପଯର୍ୟନ୍ତ ୨ଦିନ ଧରି ବର୍ଷା ଲାଗି ରହିଥିବା ଯୋଗୁ ସହରରେ ଏଭଳି ସ୍ଥିତି ଉପୁଜିଥିଲା। ଶନିବାର ବୃଷ୍ଟିପାତ ସାମାନ୍ୟ ହ୍ରାସ ପାଇବାରୁ ସ୍ଥିତି ସ୍ବାଭାବିକକୁ ଫେରିଥିଲା। ମାତ୍ର ରବିବାର ପୁଣି ଅଧିକରୁ ଅଧିକ ବର୍ଷା ମାଡ଼ି ଆସିବାରୁ ବରଗଡ଼ ସହର ଅବସ୍ଥା ବେହାଲ ହୋଇ ପଡ଼ିଛି ଏବଂ ସହର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେଉଁଠି ଲୁଚିଛନ୍ତି ମୋଜତାବା ଖାମେନେଇ? ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ; ପୂର୍ବତନ ସର୍ବୋଚ୍ଚ ନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ଅନ୍ୟ ତିନି ପୁଅ

ତେହରାନ,୬।୭: ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ଇରାନରେ ଚାଲିଛି। ତାଙ୍କୁ ଜୁଲାଇ ୯ରେ କବର ଦିଆଯିବାର କାର୍ଯ୍ୟକ୍ରମ ରହିଛି, ତାଙ୍କ ଅସ୍ଥିକୁ ସାଧାରଣ…

ରାଇକିଆ ବ୍ଲକରେ ଲଗାଣ ବର୍ଷା; ପାଞ୍ଚ ଦିନ ହେଲା ଶିକ୍ଷାଦାନ ବନ୍ଦ, ବିଦ୍ୟୁତ-ମୋବାଇଲ୍ ସେବା ବାଧାପ୍ରାପ୍ତ

ରାଇକିଆ,୬ା୭(ପ୍ରଦୀପ ବେହେରା): ଗତ ପାଞ୍ଚ ଦିନ ହେଲା କନ୍ଧମାଳ ଜିଲାରେ ଅବିଶ୍ରାନ୍ତ ବର୍ଷା ବେହାଲ କରିଛି । ଏହାର ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି…

ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ ଆମ୍ବଦଳା କୋଡ୍ରିଗୁଡ଼ା ଗାଁରେ ରବିବାର ଲୋକେ ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ଶବ୍ଦ କରି ମାଟି ଧସିବା ସହ…

ଖାମେନେଇଙ୍କ ପାଇଁ ପ୍ରାର୍ଥନାରେ ଯୋଗଦେଲେ ଇରାନର ସବୁ ଶୀର୍ଷ ଅଧିକାରୀ

ତେହରାନ,୬ା୭: ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନା ରବିବାର ରାଜଧାନୀ ତେହରାନ୍‌ରେ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଦେଶର ସମସ୍ତ ଶୀର୍ଷ ଅଧିକାରୀ…

ଶ୍ରୀକ୍ଷେତ୍ରପୁରୀ-ଶାବର ଶ୍ରୀକ୍ଷେତ୍ର ସ୍ପେଶାଲ ଟ୍ରେନ ଚଳାଚଳ ଆଜି, ଉଦଘାଟନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା, ୬।୭,( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ରପୁରୀରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ ନ .୦୮୪୦୯ ଟ୍ରେନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ  (ଡିସିପି) ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି,…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri