ମା’ବାପ୍‌ ଛେଉଁଡ୍‌ ପିରବତୀକୁଁ ଘାରୁଛେ ପଢ଼ା ଚିନ୍‌ତା

କଣ୍ଟାବାଞ୍ଜି, ୩୦।୧ (ଡି.ଏନ୍‌.ଏ)- ସରକାର ‘ସଭେ ପଢ଼ୁନ୍‌ ସଭେ ବଢ଼ୁନ୍‌’ ନାରା ଦେଉଛନ୍‌। ଛାତ୍ରୀଛାତ୍ରକଁର ଲାଗି ବି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ସେନ୍‌ତା ଆଦିବାସୀ ଛାତ୍ରୀଛାତ୍ରକଁର ଲାଗି ଭିନେ ସ୍କୁଲ ଖୁଲି ତାକର ରହିବାର, ଖାଏବାର ସଂଗେ ପାଠ୍‌ପଢ଼ାର ବେବସ୍‌ତା କରୁଛନ୍‌। ହେଲେ ଅନେକ୍‌ ଜାଗାରେ ଗରିବ୍‌ ଦୁଖି ଆଦିବାସୀ ଛାତ୍ରୀଛାତ୍ର ସରକାରକଁର ଇ ମହତ୍‌ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ବଡ଼ଡକଲା ପଁଚେତ୍‌ ସଦର ଗଁାର କମଲାପଡ଼ାରେ।
ସୂଚନା ଅନ୍‌ସାରେ ବଡ଼ଡକଲା ଗଁାର ସ୍ବର୍ଗତ ହୀରାଧର ମାଝି ଆର ତୁଲସୀକଁର ୩ ଝି’ ପ୍ରେମଶିଳା(୧୪), ପିରବତୀ(୧୨) ଆର ଯାଜ୍ଞସେନୀ(୮)। ହୀରାଧର ଅନେକ ଦିନୁ ଆରପାରକେ ଚାଲିଯାଇଥିଲାବେଲେ ତୁଲସୀ ବି ଝି’ମାନକୁ ଛାଡ଼ି କେନ୍‌ଆଡ଼େ ପଲେଇଯାଇଛନ୍‌ ଯେ ଆଏଜ୍‌ତକ ତାକର ଖୋଜଖବର ନଁାଇଁନ। ଏନ୍‌ତାଥି ମା’ବାପ୍‌ ଛେଉଁଡ୍‌ ୩ ବହେନ୍‌ ମାମୁ କୁନୁ ନାଏକକଁର ଘରେ ଆଶ୍‌ରେ ନେଇଛନ୍‌। ହେଲେ ମାମୁ ବି ନିହାତି ଗରିବ୍‌, କୁଲିମଜୁରି କରି ନିଜର କୁଟୁମ୍‌ ପୁଷୁଛନ୍‌। କୁନୁକଁର ପରିବାର କହେଲେ ମାଏକିନା କୁନ୍ତଲା ଆର ୫ ଝି’ପୁଓକୁ ନେଇ ସଁସାର। ହେଲେ କୁନୁ ନିଜର ଛୁଆପିଲାକର ଲେଖେଁ ଭାନ୍‌ଜିମାନକର ଦେଖ୍‌ଭାଲ କୁରୁଥିବାର ପିରବତୀ କହିଛନ୍‌। ପିରବତୀକଁର ଛୁଆବେଲୁ ପାଠ୍‌ପଢ଼ାରେ ରୁଚି ରହିଛେ। ତାକର ପାଠ୍‌ପଢ଼ା ଦେଖି ମାମୁ ବି ତାହାକୁ ଦୁଖ୍‌ସୁଖ କରି ପାଠ୍‌ ପଢ଼ଉଛନ୍‌। ପିରବତୀ ଏହେଦେ ବଡ଼ଡକଲା ଆଶ୍ରମ ସ୍କୁଲରେ ୭ମ ଶ୍ରେଣୀରେ ପଢ଼ୁଛନ୍‌। ସେଠାନେ ସେ ୮ମ ଶ୍ରେଣୀ ତକ୍‌ ପଢ଼ିପାରବେ। ଗଁାରେ କି ତାକର ପଁଚେତ୍‌ରେ ହାଇସ୍କୁଲ ନଁାଇଁନ। ଏନ୍‌ତାଥି ପିରବତୀ ୮ମ ଶ୍ରେଣୀ ଉତାରୁ କେନ୍‌ଠାନେ ପଢ଼ବେ କି ପାଠ୍‌ପଢ଼ାରେ ଗଏଁଠ୍‌ ପଡ଼ବା ସେ ଚିନ୍‌ତାରେ ହରମେଶା ଘାରି ହେଉଛନ୍‌। ଇଆଡ଼େ ମାମୁ ନିଜର ଛୁଆପିଲାକୁ ନେଇଁ ପଢ଼େଇ କରି ମୋର ପଢ଼ବାର ଦେଖି ମୋତେ ପଢ଼ଉଛନ୍‌। ମୋର ମା’ବାପ୍‌ ନଁାଇଁନ। ମାମୁ ମାଇଁ ଆମ୍‌କୁ ୩ ବହେନ୍‌କୁ ଥିରପାଏନ୍‌ ଦେଇ ପଢ଼ଉଛନ୍‌ ବଡ଼କଥା। ତାହାକୁ ମୁଇଁ ଆଗ୍‌କେ ପାଠ୍‌ପଢ଼ମି ବଲି ଯୋର କରି ନାଇଁପାରେଁ। ଯଦି ପରଶାସନ କି କେହେନ୍‌ସି ସହୁରୁଦ୍‌ ଲୋକ୍‌ ମୋର ପାଠ୍‌ପଢ଼ାର ଲାଗି ସାହାଯ୍‌ର ହାତ୍‌ ବଢ଼ାବେ ମୁଇଁ ନିହାତି ଆଗ୍‌କେ ପଢ଼ିପାରମି ବଲି ଥାନୀଅ ଧରିତ୍ରୀ ପରତିନିଧିକୁଁ କହିଥିଲେ। ପିରବତୀ ଲେଖେଁ ଝନେ ମା’ବାପ୍‌ ଛେଉଁଡ୍‌ ଆଦିବାସୀ ଟୁକେଲ ଉପରେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ତାକର ପାଠ୍‌ପଢ଼ାର ସବୁ ବେବସ୍‌ତା କରବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri