ମାନୁଷୀଙ୍କ ପାଇଁ ସ୍ପେଶାଲ ୧୮ ନଭେମ୍ବର

ମୁମ୍ବାଇ: ବଲିଉଡ୍‌ର ନବଗତା ନାୟିକା ମାନୁଷୀ ଚ୍ଛିଲ୍ଲର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ପାଇଁ ୧୮ ନଭେମ୍ବର ବିଶେଷ ମହତ୍ୱ ରଖେ ବୋଲି ଆଲୋଚନା ହେଉଛି। ଏମିତି କହିବାର କାରଣ ହେଉଛି ୨୦୧୭ ନଭେମ୍ବର ୧୮ରେ ସେ ମିସ୍‌ ଓ୍ବାର୍ଲଡ ମୁକୁଟ ପିନ୍ଧି ଦେଶ ପାଇଁ ଗୌରବ ଆଣି ଦେଇଥିଲେ। ଆଉ ଏହାର ଠିକ୍‌ ୨ ବର୍ଷ ପରେ ଅର୍ଥାତ୍‌ ୨୦୧୯ ନଭେମ୍ବର ୧୮ ତାଙ୍କ ପାଇଁ ଆହୁରି ସ୍ପେଶାଲ ହୋଇଯାଇଛି ବୋଲି କୁହାଯାଉଛି। କାରଣ ଏବେ ମାନୁଷୀ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ପୃଥ୍ବିରାଜ’ରେ ସେ ବଲିଉଡ୍‌ ଏଣ୍ଟ୍ରି କରିବେ। ତେବେ ଏହି ଫିଲ୍ମର ଶୁଟିଂ ନଭେମ୍ବର ୧୮ରେ ହିଁ ଆରମ୍ଭ ହୋଇଛି। ତେଣୁ କୁହଯାଉଛି ନଭେମ୍ବର ୧୮ ମାନୁଷୀଙ୍କ ପାଇଁ ବିଶେଷ ମହତ୍ୱ ରଖେ। ମାନୁଷୀଙ୍କ ବ୍ୟତୀତ ଏହି ଫିଲ୍ମରେ ଖିଲାଡି ବୟ ଅକ୍ଷୟ କୁମାର ଓ ନାୟିକା ରାଣୀ ମୁଖାର୍ଜୀ ମୁଖ୍ୟ ଚରିତ୍ରରେ ନଜର ଆସିବେ। ତେବେ ଫିଲ୍ମର ଶୁଟିଂ ସମୟରେ ମାନୁଷୀ ଖୁବ୍‌ ଖୁସି ଥିବା ଲକ୍ଷ୍ୟ କରାଯାଇଛି। ଏହାସହ ସେ ଶୁଟିଂ ସେଟ୍‌ରେ କହିଛନ୍ତି ନଭେମ୍ବର ୧୮ ମୋ ପାଇଁ ବିଶେଷ ମହତ୍ୱ ରଖେ। କାରଣ ମିସ୍‌ ଓ୍ବାର୍ଲଡ ମୁକୁଟ ମୁଁ ଏହିଦିନ ପିନ୍ଧିଥିଲି ଓ ମୋ ଫିଲ୍ମର ପ୍ରଥମ ସର୍ଟ ମୁଁ ନଭେମ୍ବର ୧୮ ହିଁ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ସୋନମଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନିଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଆଜି ଅର୍ଥାତ୍‌ ଜୁନ୍‌ ୯ରେ ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍‌ଦିନରେ ପିତା ତଥା ଅଭିନେତା...

ନିଜଠୁ ୧୧ ବର୍ଷ ବଡ ଗର୍ଲଫ୍ରେଣ୍ଡ୍‌ଙ୍କ ପାଇଁ ଭାବପ୍ରବଣ ହେଲେ ଏହି ଅଭିନେତା

ବଲିଉଡରରେ ଏବେ ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଖୁଲାସା...

ମହାଭାରତର ଏହି ଭୂମିକା ଲାଗି ଏଗ୍ରିମେଣ୍ଟ କ୍ୟାନ୍‌ସେଲ୍‌ କରି ଦେଇଥିଲେ ଜୁହି, କାରଣ ଜାଣିଲେ…

ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଅଭିନୟ...

‘ଗଡଫାଦର’ ଟିଜର୍‌ ରିଲିଜ, ସଲମାନଙ୍କ ପାଇଁ ଉତ୍ସାହିତ ପ୍ରଂଶସକ

ଦୀର୍ଘ ଦିନ ଧରି ଫିଲ୍ମ ‘ଗଡଫାଦର’କୁ ନେଇ ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ଲଣ୍ଡନ ଯିବେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ। ଏଥିପାଇଁ ବଲିଉଡ୍‌ର ସମସ୍ତ ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ କରି...

ଓସ୍କାର ଦୌଡରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଗତବର୍ଷର ସୁପରହିଟ୍ ମୁଭି ‘ଦ କଶ୍ମୀର ଫାଇଲ୍ସ’ ଓସ୍କାର ଦୌଡରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛି । ନିର୍ଦ୍ଦେଶ ବିବକେ ଅଗ୍ନିହୋତ୍ରୀଙ୍କ ମୁଭି ‘...

‘ୱାର୍‌-୨’ରେ ଜୁନିୟର ଏନ୍‌ଟିଆର୍‌ଙ୍କ ଏଣ୍ଟ୍ରି

ମୁମ୍ବାଇ: ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ୨୦୧୯ରେ ନିର୍ମିତ ଫିଲ୍ମ ‘ୱାର୍‌’ରେ ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଯୋଡିକୁ ସମସ୍ତେ ପସନ୍ଦ କରିଥିଲେ।...

ଜନ୍ମଦିନ ପାର୍ଟି ପୋଷ୍ଟପୋନ୍ କଲେ ଆଲିଆ

ମୁମ୍ବାଇ: ଏଥର ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ତାଙ୍କର ଜନ୍ମଦିନ ପାର୍ଟିକୁ ପୋଷ୍ଟପୋନ୍ କରିଦେଇଥିବା ଜଣାପଡିଛି । ଆଉ ଏହା ପଛର କାରଣ ହେଉଛନ୍ତି...

Advertisement
Archives

Model This Week