Posted inବରଗଡ଼

ମାନବିକତା ଦେଖାଇଲେ ସରପଞ୍ଚଙ୍କ ସ୍ବାମୀ

ବରଗଡ଼ ଅଫିସ୍‌,୨।୬
ବାଟବଣା ହୋଇ ଫସି ରହିଥିବା ଝାଡ଼ଖଣ୍ଡର ପ୍ରବାସୀ ମା, ପୁଅଙ୍କୁ ସହଯୋଗ କରି ସୋମବାର ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ କାଂସଡ଼ା ପଞ୍ଚାୟତର ସରପଞ୍ଚ ସୁଷମା ସାହୁଙ୍କ ସ୍ବାମୀ ଯୁଧିଷ୍ଠିର ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି । ଝାଡ଼ଖଣ୍ଡ ରାଜ୍ୟ ସିମଡ଼େଗା ଜିଲାର ଜଣେ ମହିଳା ନିଜ ଶିଶୁପୁତ୍ରକୁ ଧରି ଗତ ପ୍ରାୟ ୨ମାସ ତଳେ କାଂସଡ଼ା ଅଞ୍ଚଳରେ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିଲେ । ସେ ନେଇ ଖବର ପାଇବା ପରେ ଯୁଧିଷ୍ଠିର ସେଠାରୁ ମା, ପୁଅଙ୍କୁ ଉଦ୍ଧାର କରି ସ୍ଥାନୀୟ କ୍ବାରାଣ୍ଟାଇନ ସେଣ୍ଟରରେ ରଖିଥିଲେ। କ୍ବାରାଣ୍ଟାଇନ ଅବଧି ସରିବା ପରେ ସେମାନଙ୍କ ରହଣୀ ପାଇଁ ସେ ପୁଣି ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ । ଏକ କୋଠରୀରେ ମା, ପୁଅଙ୍କୁ ଆଶ୍ରୟ ଦେବା ସହିତ ସେମାନଙ୍କ ଖାଦ୍ୟପେୟ, ବସ୍ତ୍ର ଆଦି ଯୋଗାଇ ଦେଇଥିଲେ । ଏହା ସହିତ ଜଣେ ଲେଖାଏ ମହିଳା, ପୁରୁଷଙ୍କୁ ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ରଖିଥିଲେ । ଘଟଣା ସମ୍ପର୍କରେ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମାତ୍ର କିଛି ସୁଫଳ ମିଳି ନ ଥିଲା । ଫଳରେ ଯୁଧିଷ୍ଠିର ନିଜ ଖର୍ଚ୍ଚରେ ଏକ ଗାଡି ଭଡ଼ା କରି ସେହି ମା, ପୁଅଙ୍କୁ ଏଠାରୁ ୪୦୦ କି.ମି ଦୂର ଝାଡ଼ଖଣ୍ଡ ରାଜ୍ୟ ସିମଡ଼େଗା ଜିଲା ସ୍ଥିତ ସେମାନଙ୍କ ଘରେ ଛାଡ଼ି ଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ସୁଧୁରୁନି ରାସ୍ତାର ଅବସ୍ଥା, ଏନ୍‌ଏସିକୁ ଦାବିପତ୍ର ପ୍ରଦାନ କରି…

ପଦ୍ମପୁର,୧୦ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ଏନ୍‌ଏସି ଅନ୍ତର୍ଗତ ଥାନା ସମ୍ମୁଖରୁ ଡା. ବି.ଆର୍‌. ଆମ୍ବେଦକର ଛକ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା ଦୂର କରି ତୁରନ୍ତ ରାସ୍ତା ନିର୍ମାଣ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?