ମାତ୍ର ୧୨ ଦିନରେ ଭାଙ୍ଗିଗଲା ପାମେଲାଙ୍କ ବୈବାହିକ ଜୀବନ

ଓ୍ବାଶିଂଟନ,୨।୨: ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ପାମେଲା ଆଣ୍ଡରସନଙ୍କ ବୈବାହିକ ଜୀବନ ମାତ୍ର ୧୨ ଦିନ ପରେ ଭାଙ୍ଗି ଯାଇଛି। ମୋଗୁଲ ଜନ ପିଟର୍ସଙ୍କ ସହ ଜାନୁୟାରୀ ୨୦ରେ ପାମେଲାଙ୍କର ବିବାହ ହୋଇଥିଲା। କାଲିଫର୍ନିଆର ମାଲିବୁରେ ଏକ ଘରୋଇ ଉତ୍ସବରେ ଏହି ବିବାହ କରାଯାଇଥିଲା। ହଲିଉଡ ରିପୋଟର୍ସର ସୂଚନା ଅନୁଯାୟୀ, ବିବାହର ୧୨ଦିନ ପରେ ଏହି ଯୋଡି ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଫକ୍ସ ନ୍ୟୁଜର ସୂଚନା ଅନୁଯାୟୀ, ପାମେଲା କହିଛନ୍ତି ଜୀବନ ଏକ ଯାତ୍ରା ଓ ଭଲପାଇବା ଏକ ପ୍ରକ୍ରିୟା। ପାମେଲା ଆହୁରି ମଧ୍ୟ କହିଛନ୍ତି ପିଟର୍ସଙ୍କୁ ସେ ବହୁ ପୂର୍ବରୁ ଜାଣନ୍ତି ହେଲେ କେବେ ତାଙ୍କ ସହ ସମୟ କାଟି ନ ଥିଲେ। ତେଣୁ ଏବେ ସେ ଅନୁଭବ କରିଛନ୍ତି କି ତାଙ୍କ ସହ ସମୟ କାଟିବା ଏତେ ସହଜ ନୁହେଁ। ଏବେ ସେ ତାଙ୍କ ପରିବାର ସହ ସମୟ କାଟିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ ସିଂଘମ ହେବାକୁ ଚାହୁଁଛନ୍ତି ଅଜୟ

ମୁମ୍ବାଇ: କରୋନା ଭାଇରସ ସହ ଲଢିବାକୁ ଏବେ ଯୋଦ୍ଧା ହୋଇ ଆଗଧାଡିରେ ଅଛନ୍ତି ଡାକ୍ତର, ନର୍ସ ଓ ପୋଲିସ। ଏହି ଯୁଦ୍ଧରେ ଜିତିବାକୁ ସମସ୍ତେ ଚେଷ୍ଟା...

ଅପରେସନ ନ ହେଲେ କଟା ହେବ ହାତ କହି ସାହାଯ୍ୟ ମାଗିଲେ ଯୁବକ: ସୋନୁ ଦେଲେ ଏମିତି ଉତ୍ତର

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ। ବର୍ତ୍ତମାନ ସୋନୁ ଜଣେ ଯୁବକଙ୍କ ହାତ ଅପରେସନ ପାଇଁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କୁନାଲ ସିଂହ...

ପୂଜାପାଠରୁ ଦିନ ଆରମ୍ଭ କରୁଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବେ ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତି ସବୁବେଳେ ଆମ ସହ ରହିବ। ଏବେ...

ଅମାନିଆ ଦିଲ୍‌

ଦିଲ୍‌ ବା ହୃଦୟ କେତେବେଳେ କାହା ହୃଦୟରେ ବସା ବାନ୍ଧେ ତାହା ପୂର୍ବାନୁମାନ କରିବା ଏତେ ସହଜ ନୁହେଁ। ପୁଣି ଏ ଦିଲ୍‌ ବଡ଼ ଅମାନିଆ।...

ଆଶାରେ ସର୍ବରୀ

ସତରେ, ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ୟଶରାଜ ଫିଲ୍ମସ ପରି ନାମୀ ବ୍ୟାନରରେ ବ୍ରେକ୍‌ ପାଇବା କ’ଣ ସହଜ କଥା।...

ଲକ୍‌ଡାଉନ୍‌ରେ ଗାଁରେ ଫସିଲେ ରତନ: ଚୁଲିରେ କରୁଛନ୍ତି ରୋଷେଇ

ଲକ୍‌ଡାଉନ୍‌ ପାଇଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଅନେକ ଲୋକ ଅଛନ୍ତି ଯୋଉଁମାନେ ନିଜ ଘରଠାରୁ ଦୂରେଇ ଅନ୍ୟ ସ୍ଥାନରେ ଫସି ରହିଛନ୍ତି। ଏମିତି...

ସଲମାନ ସାର୍‌ଙ୍କ ସହ କାମ କରିବେନି ଦିଶା!

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଫିଲ୍ମ ‘ଭାରତ’କୁ ନେଇ ଏବେ ସବୁଠି ଲାଗିଛି ଚର୍ଚ୍ଚା। ଏଥିରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜର...

ଜୁସ୍‌ ଦୋକାନରୁ ପ୍ରେମ, ପରେ ଲିଭଇନ୍‌-ବିବାହ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରତ୍ନା ପାଠକ ଶାହଙ୍କୁ ଗୁରୁବାର ୬୪ ବର୍ଷ ପୂରଣ ହୋଇଛି। ସେ ୧୯୫୭ ମାର୍ଚ୍ଚ ୧୮ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନିଜଠାରୁ...

Advertisement

BGU

Archives

Model This Week

Why Dharitri