ମାତିଲେ ନକଲି ପୋଲିସ: ବର୍ଦ୍ଦି ପିନ୍ଧି ଲୁଟିଲେ ସ୍କୁଟି

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ନକଲି ପୋଲିସ। ଆପଣେଇଛନ୍ତି ନୂଆ ଫର୍ମୁଲା। ଆଇପିଏସ୍‌ ଅଫିସର ଏବଂ ଇନ୍ସପେକ୍ଟର ପରିଚୟ ଦେଇ ଗିରଫ ହୋଇଥିବା ଘଟଣାଭଳି ଅନୁରୂପ ଘଟଣା ଶହୀଦନଗର ଥାନା ଅଞ୍ଚଳରେ ଘଟିଛିି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଜବତ ଆଳରେ ସ୍କୁଟି ଲୁଟ୍‌ କରିନେଇଛନ୍ତି। ଜଣେ ପୋଲିସ ବର୍ଦ୍ଦି ପିନ୍ଧିଥିବାରୁ ଲୋକଙ୍କ ସନ୍ଦେହ ହୋଇନଥିଲା, ଯାହାର ଫାଇଦା ନେଇ ୨ ଲୁଟେରା ସ୍କୁଟି ନେଇ ଫେରାର ହୋଇଯାଇଛନ୍ତି। ଲୁଟର ଶିକାର ହୋଇଥିବା ବିଶ୍ୱନାଥ ଦାଶ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ-୧୯୪/୨୦ ଦଫା ୩୭୯ରେ ମାମଲା ରୁଜୁ କରି ତଦନ୍ତ କରୁଛି।
ଅଭିଯୋଗ ଅନୁଯାୟୀ,ରବିବାର ପୂର୍ବାହ୍ନ ୧୧ଟାରେ ବିଶ୍ୱନାଥ ଏବଂ ତାଙ୍କ ବାପା ପୋଷ୍ଟାଲ କଲୋନୀରେ ଥିବା ଏକ ଓମ୍‌ଫେଡ୍‌ ଦୋକାନକୁ ଯାଇଥିଲେ। କେତେକ ସାମଗ୍ରୀ କିଣିବା ସମୟରେ ୨ ଜଣ ବାଇକରେ ଆସି ପହଞ୍ଚିଥିଲେ। ଜଣେ ବାଇକରୁ ଓହ୍ଲାଇ ସ୍କୁଟିର ତାଲା ଭାଙ୍ଗି ଗଡ଼ାଇ ଗଡ଼ାଇ ନେଉଥିଲେ। ସ୍କୁଟି କଣ ପାଇଁ ନେଉଛ ବୋଲି ପଚାରିବାରୁ ସେମାନେ କହିଥିଲେ, ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ପାଇଁ ଜବତ କରୁଛୁ, ଫାଇନ୍‌ ଦେଇ ଥାନାରୁ ନେଇଆସିବ। ଏହାପରେ ସ୍କୁଟି ନେଇ ଚମ୍ପଟ ମାରିଥିଲେ। ବିଶ୍ୱନାଥ ଥାନାକୁ ଆସି ବୁଝିବାରୁ ଜାଣିଥିଲେ ତାଙ୍କ ସ୍କୁଟିକୁ ଅଭିନବ ଉପାୟରେ ଲୁଟ୍‌ କରାଯାଇଛି। ସେହିଭଳି ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ଏଚ୍‌ବି କଲୋନୀର ବିଷ୍ଣୁପ୍ରସାଦ ତ୍ରିପାଠୀଙ୍କ ବାଇକ୍‌କୁ ମଧ୍ୟ ଲୁଟେରା ରବିବାର ସନ୍ଧ୍ୟାରେ ଲୁଟି ନେଇଛନ୍ତି। ତେବେ କିଏ ଅସଲି କିଏ ନକଲି ତାକୁ ନେଇ ଜନସାଧାରଣ ଚିନ୍ତାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ପାଇଁ ଦରବୃଦ୍ଧି: ଆଳୁ ୨୦ ଟପିଲା

ବାଲିଅନ୍ତା,୨୨ା୫(ଡି.ଏନ.ଏ): ରାଜ୍ୟରେ ଲକଡାଉନ, ଶଟ୍‌ଡାଉନ ଚାଲିଥିବାବେଳେ ଏବେ ପୁଣି ସମ୍ଭାବ୍ୟ ବାତ୍ୟା ଗରିବ ଓ ମଧ୍ୟବିତଙ୍କ ପାଇଁ ଦାଉ ସାଧିଛି। ଖାଇବାତେଲ ଓ ଡାଲି ଦର...

ହେମାନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।...

ରାସ୍ତା ଜାମ୍‌ ଯୋଗୁ ଭିଡରେ ଫସିଲା ଆମ୍ବୁଲାନ୍ସ: ୫ ବର୍ଷର ଶିଶୁପୁତ୍ର ମୃତ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଟ୍ରାଫିକ୍‌ ଜାମ୍‌ ପାଇଁ ଜଣେ ଶିଶୁପୁତ୍ରଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ରାଜଭବନ ଛକରୁ ପଟିଆ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ଭିଡ଼ ରହିଥିବାରୁ ଶିଶୁପୁତ୍ର...

ଉତ୍‌ଖନନ ପରେ ଭୁଲିଗଲେ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):କେବଳ ଉପକୂଳ ନୁହେଁ, ଆଭ୍ୟନ୍ତରୀଣ ଓଡ଼ିଶାରେ ବି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଘଟିଥିଲା। ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଆଦିି ଜିଲାରେ ବୌଦ୍ଧ ଧର୍ମାବଲମ୍ବୀ...

ଧୋଇଗଲା ଆପ୍ରୋଚ ରୋଡ୍‌, ଯୋଗାଯୋଗ ବିଚ୍ଛିନ୍ନ

ଜୁନାଗଡ଼,୧୨ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଓ ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଥିବା ହାଲେର ଜୋରରେ ଆଜି  ପାଣି ବଢ଼ିଛି।ତେବେ ନୂତନ ପୋଲ କାମ ଅଧାପନ୍ତରିଆ ଅବସ୍ଥାରେ...

ମା’ ପଡ଼ିଯିବାରୁ କୂଅକୁ ଡେଇଁଲେ ପୁଅ

ଛତ୍ରପୁର,୩୦।୮(ଡି.ଏନ୍‌.ଏ.): ବୃଦ୍ଧା ମା’ କୂଅରେ ପଡିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରକୁ ଡେଇଁଲେ ପୁଅ। ଏ ଭଳି ଘଟଣା ଘଟିଛି ଗଞ୍ଜାମ ଜିଲା...

୫୦% କୋଭିଡ୍‌ ମୃତକଙ୍କ ବୟସ ୬୦ ଉପରେ

ନୂଆଦିଲ୍ଲୀ,୪ା୬: ଭାରତରେ ବରିଷ୍ଠ ବ୍ୟକ୍ତିଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ହୋଇଥିବାବେଳେ କୋଭିଡ୍‌-୧୯ ମୃତ୍ୟୁରେ ଏମାନଙ୍କ ସଂଖ୍ୟା ୫୦% ଥିବା ସରକାର ସୂଚନା ଦେଇଛନ୍ତି।...

ଭେଣ୍ଟିଲେଟର ଯୋଗାଣ ବିଳମ୍ବରୁ ଚାଇନାରେ ବଢ଼ିଥିଲା ମୃତ୍ୟୁସଂଖ୍ୟା

ବେଜିଂ,୧୨।୪(ପି.ଟି.): ଚାଇନାରେ ଉପଯୁକ୍ତ ସମୟରେ ଯଥେଷ୍ଟ ଭେଣ୍ଟିଲେଟର ଯୋଗାଣ ହୋଇଥିଲେ କରୋନାଜନିତ ମୃତ୍ୟୁସଂଖ୍ୟାକୁ ହ୍ରାସ କରାଯାଇ ପାରିଥାନ୍ତା ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ସେଠାରେ କରୋନାରେ...

Advertisement
Archives

Model This Week