ମାତାପିତାଙ୍କୁ ପୂଜା ମାଧ୍ୟମରେ ଭକ୍ତିର ବାର୍ତ୍ତା

ଖଇରା, ୧୭।୨(ଡି.ଏନ.ଏ.)-ପିଲାମାନଙ୍କ ମଧ୍ୟରେ ମା’ବାପାଙ୍କ ପ୍ରତି ଭକ୍ତି ଓ ସମ୍ମାନ ସୃଷ୍ଟି କରିବା ଲକ୍ଷ୍ୟରେ ଖଇରା ବ୍ଲକର ନହଙ୍ଗ ଗ୍ରାମରେ ସୃଷ୍ଟି ହୋଇଥିବା ଶ୍ରବଣ କୁମାର ସଙ୍ଗଠନ ଅଭିନବ ପ୍ରୟାସ କରିଛନ୍ତି। ଶୁକ୍ରବାର ଖଇରା ଦୁର୍ଗାମଣ୍ଡପଠାରେ ମାତା ପିତା ପୂଜନ ସହ ଏକ ସଭା ଆୟୋଜନ କରାଯାଇଥିଲା। ସଙ୍ଗଠନ ସାଧାରଣ ସମ୍ପାଦକ ଗଣେଶ ବିଶ୍ୱାଳ ଓ କୋଷାଧ୍ୟକ୍ଷ ମନୋଜ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୦ଜଣ ମା’ବାପାଙ୍କୁ ସେମାନଙ୍କର ପୁଅ ବୋହୂମାନେ ମଞ୍ଚ ଉପରେ ବସାଇ ଗୋଡ ଧୋଇବା ପରେ ଫୁଲ ଚନ୍ଦନ ଦେଇ ପୂଜା କରିଥିଲେ। ଖଇରା ବଜାରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଏହି କାର୍ଯ୍ୟକୁ ଧୈର୍ଯ୍ୟର ସହ ଦେଖିଥିଲେ ା ପରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ଚିନ୍ତାମଣି ସାହାଣି, ଦେବେନ୍ଦ୍ର ରାଉତ, ସନାତନ ବେହେରା, ବୁଦ୍ଧିରାମ ପାଣିଗ୍ରାହୀ, କୈଳାସ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାତା ପିତା ଜୀବନ୍ତ ଦେବତା। ସେମାନଙ୍କର ଆଶୀର୍ବାଦ ଅସମ୍ଭବକୁ ସମ୍ଭବ କରି ଦେଇପାରିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ବିଶିଷ୍ଟ ପ୍ରବଚକ ସୁଶାନ୍ତ ବେହେରା ନିଜ ବକ୍ତବ୍ୟରେ ବର୍ତ୍ତମାନ ଅବକ୍ଷୟମୁଖୀ ସମାଜରେ ଏଭଳି ମହତ କାର୍ଯ୍ୟରେ ଲିପ୍ତ ଥିବା ଯୁବଗୋଷ୍ଠୀଙ୍କ ଚଲାପଥ କସୁମିତ ହେବ ବୋଲି କହିଥିଲେ। ସଙ୍ଗଠନର ଉପସଭାପତି ମନମୋହନ ସ୍ବାଇଁ, ଉପଦେଷ୍ଟା କିଶୋରୀ ମୋହନ ମହାନ୍ତି, ଭାସ୍କର ମହାପାତ୍ର, ବସନ୍ତ କୁମାର ବେହେରା, ଆଲୋକ ନନ୍ଦୀ, ଶ୍ରୀକାନ୍ତ ସାହୁ, ଅଜୟ ରଥ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇଲେ ଡାକ୍ତର

ମାଲକାନଗିରି,୨୬ା୪: ମାଲକାନଗିରି ଜିଲା ସଦରସ୍ଥିତ କୋଭିଡ୍‌ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ମହିଳା ସୋମବାର ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ମହିଳା ଜଣକ କରୋନା ସଂକ୍ରମିତ...

ରାସ୍ତାରେ ଜମୁଛି ବର୍ଷାପାଣି: ବିଦ୍ୟାର୍ଥୀ ହନ୍ତସନ୍ତ

ଧରାକୋଟ,୧୭ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାସ୍ତାରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ଜମି ରହିଥିବାରୁ ଛାତ୍ରୀଛାତ୍ରମାନଙ୍କ...

ନିଶା ପାଇଁ ଟଙ୍କା ନଦେବାରୁ ଭଉଣୀ ତଣ୍ଟିଚିପି ହତ୍ୟା ଉଦ୍ୟମ

ଫୁଲବାଣୀ ଅଫିସ, ୧୩ା୩: ନିଶା ଖାଲି ମଣିଷକୁ ବିପଥଗାମୀ କରେନାହିଁ, ଆତ୍ମୀୟ ସ୍ବଜନଙ୍କୁ ମଧ୍ୟ ଛାଡେନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଫୁଲବାଣୀ ସହର ପେଞ୍ଜିସାହିରେ ଦେଖିବାକୁ...

ପୁସ୍ତକ ଜୀବନର ଗତିପଥ ବଦଳାଇଥାଏ

ଯାଜପୁର ଟାଉନ, ୨୪ା୧୨ (ଡି.ଏନ.ଏ.): ଅନନ୍ୟା ସାହିତ୍ୟ ସଂସଦ ଏବଂ ଯାଜପୁର ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଦ୍ୱାଦଶ ଯାଜପୁର ରାଜ୍ୟସ୍ତରୀୟ ପୁସ୍ତକମେଳା ଶୁକ୍ରବାର ଉଦ୍‌ଘାଟିତ...

୩ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଟ୍ୟାଗ୍‌

ଢେଙ୍କାନାଳ ଅଫିସ, ୮।୧ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲାର ୩ ଗ୍ରାମକୁ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଟ୍ୟାଗ୍‌ ମିଳିଛି। ଗଁଦିଆ ବ୍ଲକ...

ଭାନୁପ୍ରତାପ ଯୋଷୀ ସ୍ମାରକୀ ଫୁଟବଲ ଟୁନାମେଣ୍ଟ: ବାରିକ ଚ୍ୟାଲେଞ୍ଜର ଉଦ୍ୟାନବନ୍ଧ ବିଜୟୀ

କୋମନା,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ଭେଲାସ୍ଥିତ ହାଇସ୍କୁଲ ମିନି ଷ୍ଟାଡିୟମରେ ଭେଲା ଫୁଟବଲ ଆସୋସିଏଶନ ପକ୍ଷରୁ ଚାଲିଥିବା ପ୍ରଥମ ଭାନୁପ୍ରତାପ ଯୋଷୀ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟର...

ବରଗଡ଼ ଜିଲାରୁ ୧୦ ନୂଆ କରୋନା ପଜିଟିଭ ଚିହ୍ନଟ, ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୮୬

ବରଗଡ଼ ଅଫିସ, ୨୮।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଅତାବିରା ଏନ୍‌ଏସିର କଣ୍ଟେନମେଣ୍ଟ ଅଞ୍ଚଳରୁ...

ମହଙ୍ଗା ପଡ଼ିଲା ଜାଲ ସାର୍ଟିଫିକେଟ: ଚାକିରୀରୁ ବିଦା ହେଲେ ପଞ୍ଚାୟତ ଅଧିକାରୀ

ବରଗଡ଼ ଅଫିସ,୪।୧୦: ବରଗଡ଼ ଜିଲା ବରପାଲି ବ୍ଲକରେ ଅବସ୍ଥାପିତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବାନନ୍ଦ ପଣ୍ଡାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି। ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ...

Advertisement
Archives

Model This Week