ମାଣତ୍ରୀ ବୋଇତ ବନ୍ଦାଣ ମହୋତ୍ସବର ୨ୟ ସନ୍ଧ୍ୟା: ‘ବିକାଶ ପାଇଁ ସମୂହ ସହଯୋଗ ଆବଶ୍ୟକ’

ବଡ଼ସାହି,୧୫ା୧୧(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମାଣତ୍ରୀଠାରେ ବାବା କଖାରୁଆ ବୈଦ୍ୟନାଥ ଯୁବକ ସଂଘ ଆନୁକୂଲ୍ୟରେ ୩ଦିନିଆ ୯ମ ବାର୍ଷିକ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବର ୨ୟ ସନ୍ଧ୍ୟା ବୁଧବାର ଅନୁଷ୍ଠିତ ହୋଇଯାଇଛି ା ଅଞ୍ଚଳର ବିକାଶ ପାଇଁ ସମୂହ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ା ଅତୀତର ସାଧବ ପୁଅ ଏକାକୀ ବଣିଜ କରିବାକୁ ନ ଯାଇ ସମୂହ ଭାବେ ଯାଇ ସଫଳତା ପାଉଥିଲେ। ସେହିଭଳି ନିର୍ବାଚିତ ପ୍ରତିନିଧି ବା ସରକାରଙ୍କୁ ସମସ୍ତେ ସହଯୋଗ କରିଲେ ବିକାଶ ଶୀର୍ଷରେ ପହଞ୍ଚତ୍ବ ବୋଲି ସେ କହିଥିଲେ। ଭଞ୍ଜପୁରର ଜଗଦ୍ଧାତ୍ରୀ ମେଳା ଓ ମାଣତ୍ରୀର ବୋଇତ ବନ୍ଦାଣ ମହୋତ୍ସବ ପରି ଅନେକ ଉଚ୍ଚକୋଟୀର ମହୋତ୍ସବକୁ ସରକାରୀ ମାନ୍ୟତା ଦେବାକୁ ସେ ଦାବି ଉପସ୍ଥାପନ କରିବେ ବୋଲି କହିଥିଲେ। ସଂଘର ସଭାପତି ଜ୍ୟୋତିପ୍ରକାଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବଡ଼ସାହିର ଭାରପ୍ରାପ୍ତ ବିଡିଓ ବସନ୍ତ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ଉପସଭାପତି ଲଲାଟେନ୍ଦୁ ବେହେରା, ଯୋଗ ଶିକ୍ଷୟିତ୍ରୀ ବେବି ନାନି ଓ ସରପଞ୍ଚ ମହାଦେବ ସିଂ ଯୋଗଦେଇଥିଲେ ା ସଦସ୍ୟ କିରଣ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ପ୍ରତିଯୋଗୀଙ୍କ ଦ୍ୱାରା ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ ତଥା ଏକକ ନୃତ୍ୟ ପ୍ରତିଯୋଗିତା ସାଙ୍ଗକୁ ରାଜ୍ୟର ଖ୍ୟାତନାମା ବଲାଙ୍ଗୀର ଜିଲାର ସମ୍ବଲପୁରୀ ଢୋଲ୍‌କି ବାଦ୍ୟ ଓ ନୃତ୍ୟ ଦଳ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ା ସଂଘର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ପରୀକ୍ଷାରେ ଚମକିଲେ ୟୁରୋ ସ୍କୁଲ ଛାତ୍ରୀଛାତ୍ର, ପ୍ରଥମ ଶ୍ରେଣୀରେ ୨୭; ୯୦ ପ୍ରତିଶତରୁ ଅଧିକ…

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ‘ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ’ ଛାତ୍ରୀଛାତ୍ରଙ୍କ ଦଶମ ଶ୍ରେଣୀ ପରୀକ୍ଷାରେ ଫଳାଫଳରେ ସଫଳତା ହାସଲ କରିଛନ୍ତି ।…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ସଜେଇ ହେଉଛି ମଦନ ମୋହନ ପୀଠ, ନୌବିହାର ପାଇଁ…

ଗଞ୍ଜାମ,୧୫।୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ ଐତିହାସିକ ଚନ୍ଦନ…

ଗଛରୁ ଡ଼ାଳ ହାଣୁଥିଲେ, ଅସାବଧାନତା ଯୋଗୁ ଖସି ପଡ଼ି ଚାଲିଗଲା…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବନମାଳୀ ଗ୍ରାମରେ ବୁଧବାର ସକାଳେ ଗଛରୁ ଖସି ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି।ମୃତକ…

ସିବିଏସଇ ଦଶମ ପରୀକ୍ଷାଫଳ: ଭଞ୍ଜନଗର କେଭିର ପାସ୍ ହାର ୧୦୦ ପ୍ରତିଶତ; ବ୍ୟୋମକେଶ ୯୭%, ଶ୍ରେୟା ୯୫%…

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ)-ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପୁର୍ବ ବର୍ଷ ଅପେକ୍ଷା ଚଳିତ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri