ମାଣତ୍ରୀ ବୋଇତ ବନ୍ଦାଣ ମହୋତ୍ସବର ୨ୟ ସନ୍ଧ୍ୟା: ‘ବିକାଶ ପାଇଁ ସମୂହ ସହଯୋଗ ଆବଶ୍ୟକ’

ବଡ଼ସାହି,୧୫ା୧୧(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମାଣତ୍ରୀଠାରେ ବାବା କଖାରୁଆ ବୈଦ୍ୟନାଥ ଯୁବକ ସଂଘ ଆନୁକୂଲ୍ୟରେ ୩ଦିନିଆ ୯ମ ବାର୍ଷିକ ଜିଲାସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବର ୨ୟ ସନ୍ଧ୍ୟା ବୁଧବାର ଅନୁଷ୍ଠିତ ହୋଇଯାଇଛି ା ଅଞ୍ଚଳର ବିକାଶ ପାଇଁ ସମୂହ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ା ଅତୀତର ସାଧବ ପୁଅ ଏକାକୀ ବଣିଜ କରିବାକୁ ନ ଯାଇ ସମୂହ ଭାବେ ଯାଇ ସଫଳତା ପାଉଥିଲେ। ସେହିଭଳି ନିର୍ବାଚିତ ପ୍ରତିନିଧି ବା ସରକାରଙ୍କୁ ସମସ୍ତେ ସହଯୋଗ କରିଲେ ବିକାଶ ଶୀର୍ଷରେ ପହଞ୍ଚତ୍ବ ବୋଲି ସେ କହିଥିଲେ। ଭଞ୍ଜପୁରର ଜଗଦ୍ଧାତ୍ରୀ ମେଳା ଓ ମାଣତ୍ରୀର ବୋଇତ ବନ୍ଦାଣ ମହୋତ୍ସବ ପରି ଅନେକ ଉଚ୍ଚକୋଟୀର ମହୋତ୍ସବକୁ ସରକାରୀ ମାନ୍ୟତା ଦେବାକୁ ସେ ଦାବି ଉପସ୍ଥାପନ କରିବେ ବୋଲି କହିଥିଲେ। ସଂଘର ସଭାପତି ଜ୍ୟୋତିପ୍ରକାଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବଡ଼ସାହିର ଭାରପ୍ରାପ୍ତ ବିଡିଓ ବସନ୍ତ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ଉପସଭାପତି ଲଲାଟେନ୍ଦୁ ବେହେରା, ଯୋଗ ଶିକ୍ଷୟିତ୍ରୀ ବେବି ନାନି ଓ ସରପଞ୍ଚ ମହାଦେବ ସିଂ ଯୋଗଦେଇଥିଲେ ା ସଦସ୍ୟ କିରଣ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ପ୍ରତିଯୋଗୀଙ୍କ ଦ୍ୱାରା ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ ତଥା ଏକକ ନୃତ୍ୟ ପ୍ରତିଯୋଗିତା ସାଙ୍ଗକୁ ରାଜ୍ୟର ଖ୍ୟାତନାମା ବଲାଙ୍ଗୀର ଜିଲାର ସମ୍ବଲପୁରୀ ଢୋଲ୍‌କି ବାଦ୍ୟ ଓ ନୃତ୍ୟ ଦଳ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ା ସଂଘର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଇନ୍ଦିରା ମଇଦାନରେ ପିପିଲି ହାଟ

ପିପିଲି,୨୭ା୩(ସ୍ବ.ପ୍ର/ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ଏଡାଇବା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ପିପିଲି ହାଟକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି। ପିପିଲି ହାଟରେ...

‘ଶହୀଦ ମନୋଜ ଦେଶ ପାଇଁ ଗର୍ବ ଓ ଗୌରବ’

ନିମାପଡ଼ା,୧୫।୨ (ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାର ଲେଥ୍‌ପୋରାରେ ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ମନୋଜ ବେହେରା ଆମ ଦେଶ...

୨ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୮ା୭(ଡି.ଏନ୍‌.ଏ.): ମାଲକାନଗିରି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆସିଥିବା ବେଳେ ଏନେଇ ତେମୁରପାଲିଠାରେ ବିଏସ୍‌ଏଫ୍‌ କ୍ୟାମ୍ପର ମାଓବାଦୀଙ୍କ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ତାଙ୍କ ଗସ୍ତ...

ଦୁଦୁରୁକୋଟରେ ମହାମାୟାଙ୍କ ମହାପାର୍ବଣ: ବୀରତ୍ୱ ଦେଖାଇଲେ ପାଇକ

ସାତମାଇଲ, ୧୦।୧୦(ଡି.ଏନ୍‌.ଏ.) – ସ୍ବାଧୀନତା ସଂଗ୍ରାମରେ ବ୍ରିଟିଶ ବିରୋଧରେ ଲଢ଼େଇ କରି ପରାକ୍ରମ ଦେଖାଇଥିଲେ ବୀର ପାଇକ। ଦେଶମାତୃକା ସେବାରେ ପ୍ରାଣବଳି ଦେଇଥିବା ଏହି ଦୁର୍ଦ୍ଦଶ...

ଏନ୍‌ଏଚ୍‌ କଡ଼ରେ ଚୋରା ଲୁହାପଥର ବ୍ୟବସାୟ

ଚଣ୍ଡିଖୋଲ,୧୭।୪(ଡି.ଏନ.ଏ.): ପାରାଦୀପ ବନ୍ଦରକୁ ଯାଉଥିବା ଲୁହାପଥର ଗୁଡ଼ିକ ରାସ୍ତାରେ ବିକ୍ରି ହୋଇଯାଉଛି। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଲୁହାପଥର ଖଣିରୁ ପରିବହନ କରୁଥିବା ଟ୍ରକ୍‌ଗୁଡ଼ିକ...

ପ୍ରେମବିିବାହ କରାଇଦେବାକୁ ସମଲେଇଙ୍କୁ ଚିଠି

ସମ୍ବଲୁପୁର,୨୭ା୯(ବ୍ୟୁରୋ):ନିଜ ପ୍ରେମକୁ ପାଇବା ପାଇଁ ବର୍ତ୍ତମାନ ସମୟରେ ଯୁବତୀଯୁବକ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। କେହିକେହି ଠାକୁରଙ୍କ ନିକଟରେ ଗୁହାରି ପଡ଼ୁଛନ୍ତି। ନିଜର ମନସ୍କାମନା...

ବାଇକ୍‌ ସହ ଭାସି ଯାଇଥିବା ଯୁବକଙ୍କ ମିଳିଲା ମୃତଦେହ

ଫୁଲବାଣୀ ଅଫିସ, ୨୫ା୮: ଫୁଲବାଣୀ ଡାକପାଲା ଚେକ୍‌ ଡ୍ୟାମ ଉପର ରାସ୍ତାରେ ବୁଧବାର ରାତିରେ ଯିବାବେଳେ ବାଇକ ସହ ଜଣେ ଯୁବକ ଭାସି ଯାଇଥିଲେ। ଗୁରୁବାର...

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ କରୋନା

ଭୁବନେଶ୍ୱର/ଛେଣ୍ଡିପଦା,୨୮।୯ (ବ୍ୟୁରୋ/ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ବିଧାୟକ ସୁଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ପୂର୍ବରୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ...

Advertisement
Archives

Model This Week