Posted inଜାତୀୟ

ମାଡ୍ରାସ୍‌ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହରେ କିନ୍ନରଙ୍କୁ କୁହାଯିବ କନ୍ୟା

ମଦୁରାଈ,୨୪।୪: ହିନ୍ଦୁ ବିବାହ ଆଇନ୍‌ ଅନ୍ତର୍ଗତ ମାଡ୍ରାସ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିବାହ ସମୟରେ କିନ୍ନରଙ୍କୁ କନ୍ୟା ଭାବେ ପରିଗଣିତ କରାଯିବ। ସାଧାରଣ ମହିଳାଙ୍କ ପରି ସେମାନଙ୍କୁ ମଧ୍ୟ ମହିଳା ଭାବେ ବିବେଚନା କରାଯିବ। ବିବାହରେ କେବଳ ମହିଳାଙ୍କ ପାଇଁ କନ୍ୟା ଶବ୍ଦର ପ୍ରୟୋଗ କରାଯିବ ନାହିଁ ବୋଲି ଏକ ସ୍ଥାନୀୟ ଖଣ୍ଡପୀଠ ରାୟ ଦେଇଛନ୍ତି। କିନ୍ନରଙ୍କ ଲାଗି ମଧ୍ୟ ଏହି ଶବ୍ଦର ବ୍ୟବହାର କରାଯିବ। ବିଚାରପତି ଜି.ଆର୍‌. ସ୍ବାମୀନାଥନ୍‌ ଜଣେ ବ୍ୟକ୍ତି ଏବଂ ସେ ବିବାହ କରିଥିବା କିନ୍ନରଙ୍କ ସମ୍ପର୍କିତ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ସେମାନଙ୍କର ବିବାହ ପଞ୍ଜିକରଣ କରିବାକୁ ତୁତିକୋରିନ୍‌ର ଅଧିକାରୀ ମନା କରିଥିଲେ। ଏହାପରେ ବ୍ୟକ୍ତି ଜଣକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ସମ୍ପୃକ୍ତ ଅଧିକାରୀଙ୍କୁ ବିବାହ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ମଦ୍ୟପାନ ପାଇଁ ଦରକାର ପଡିବ ଲାଇସେନ୍ସ, ଲାଇଫ୍‌ଟାଇମ୍‌ ପାଇଁ ଖର୍ଚ୍ଚ କରିବାକୁ ପଡିବ ଏତିକି ଟଙ୍କା

ନୂଆଦିଲ୍ଲୀ,୧୧।୯: ଯେତେବେଳେ ମଦ୍ୟପାନ କରିବାକୁ ଇଛା ହୋଇଥାଏ ଆପଣ ସିଧା ଦୋକାନରୁ ମଦ କିଣିଆଣି କୌଣସି ବାର୍‌ କିମ୍ବା ପବ୍‌ରେ ପିଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି...

କଟିଲା ୪୦ହଜାର ରାସନ କାର୍ଡ, ଆପଣଙ୍କ ନାଁ ନାହିଁ ତ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର । ପ୍ରାୟ ୪୦ ହଜାର କାର୍ଡ଼ ରଦ୍ଦ କଲେ ସରକାର, ଆଉ ମିଳିବନି ମାଗଣା ଡାଲି ଚାଉଳ...

ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ରାଗିଗଲେ ଶାହା, କଂଗ୍ରେସ ନେତାଙ୍କୁ କହିଲେ…

ନୂଆଦିଲ୍ଲୀ,୧୧।୯: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଭାଜପାର ଆକ୍ରମଣ ଜାରି ରହିଛି। ଦଳର ବହୁ ବଡ ନେତା ରାହୁଲଙ୍କ ବୟାନକୁ ସମାଲୋଚନା...

ମୋଦିଙ୍କ ଏହି କାର୍ଯ୍ୟକୁ ବହୁତ ପସନ୍ଦ କରନ୍ତି ରାହୁଲ, ଆମେରିକାରୁ କରିଦେଲେ ମୋଦିଙ୍କ ଏତେ ପ୍ରଶଂସା, ଭାଜପା ତାଜୁବ!

ନୂଆଦିଲ୍ଲୀ,୧୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭାଜପାକୁ ସବୁ ନିର୍ଣ୍ଣୟ କିମ୍ବା ପ୍ରସଙ୍ଗରେ ବିରୋଧ କରନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା

ମୁମ୍ବାଇ,୧୧।୯: ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଦୁଃଖର ପାହାଡ ଛିଡିପଡ଼ିଛି। ଅଭିନେତ୍ରୀଙ୍କ ବାପା ଅନିଲ ଆରୋରା ଏହି ଦୁନିଆରୁ ବିଦାୟ ନେଇଛନ୍ତି। କୁହାଯାଉଛି ଯେ ମଲାଇକାଙ୍କ...

ଆମେରିକାରୁ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ, ମୋଦିଜୀ ମାନସିକ ସ୍ତରରେ…

ନୂଆଦିଲ୍ଲୀ,୧୧।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ତିନି ଦିନିଆ ଆମେରିକା ଗସ୍ତ ସମୟରେ କ୍ରମାଗତ ଭାବରେ ଭାରତୀୟ ମୂଳ ଲୋକଙ୍କୁ ଭେଟିଛନ୍ତି। ଏହି କ୍ରମରେ...

ଆମେରିକାରେ ଏ କେଉଁ ମହିଳାଙ୍କୁ ଭେଟିଲେ ରାହୁଲ, ଭାରତରେ ପଡିଲାଣି ଚହଳ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୧।୯: ଆମେରିକା ଗସ୍ତରେ ଥିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକାର କଂଗ୍ରେସ ସଦସ୍ୟ ଓ ବାଇଡେନ ପ୍ରଶାସନର ଅଧିକାରୀଙ୍କୁ ଭେଟିଛନ୍ତି। ରାହୁଲଙ୍କ ଏହି ବୈଠକ...

ଆମେରିକାରେ ବଡ଼ ଘୋଷଣା କଲେ ରାହୁଲ, କଂଗ୍ରେସ ସରକାର ଆସିଲେ ମିଳିବ…

ନୂଆଦିଲ୍ଲୀ,୧୧।୯: ଆମେରିକୀୟ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂରକ୍ଷଣ ସମ୍ପର୍କ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସେ ସଂରକ୍ଷଣ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri