ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହେବେ ୧୪ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୭।୧(ଡି.ଏନ.ଏ)- ଗତବର୍ଷ ମାଟ୍ରିକ ରେଜଲ୍ଟ ଖରାପକୁ ନେଇ କନ୍ଧମାଳ ଜିଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଚିନ୍ତାଜନକ ପରିସ୍ଥିତି ଉପୁଜିଥିବାବେଳେ ଚଳିତବର୍ଷ ଚୟନ କରି ଛାତ୍ରୀଛାତ୍ରଙ୍କୁ ବୋର୍ଡ଼ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ୍‌ କରାଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଗୁରୁବାର ଦାରିଙ୍ଗବାଡ଼ି ଥାନା ସୋନପୁର ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷାରୁ ବଞ୍ଚତ୍ତ ୧୪ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କ ଅସନ୍ତୋଷ ବ୍ୟକ୍ତକରି ଜିଲା ପ୍ରଶାସନକୁ ଚିଠି ଲେଖିଛନ୍ତି। ଉକ୍ତ ବିଦ୍ୟାଳୟରେ ମୋଟ ୨୫ ଛାତ୍ରୀଛାତ୍ର ଦଶମରେ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଚଳିତ ବୋର୍ଡ଼ ପରୀକ୍ଷା ପାଇଁ ଫର୍ମ ପୂରଣ କରାଇ ଦିଆଯାଇନାହିଁ। ଏନେଇ ଅଭିଭାବକ ଏବଂ ଛାତ୍ରୀଛାତ୍ର ଜିଲାପାଳ ଡ.ବୃନ୍ଦା ଡିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁଙ୍କୁ ଏଥିପାଇଁ ଦାୟୀ କରିବା ସହ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଶିକ୍ଷକ ଏବଂ ଶିକ୍ଷା ବିଭାଗ ଖେଳୁଥିବା ଅଭିଭାବକ ତାଜୁସା ମଲ୍ଲିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପୁଅଙ୍କ ସମେତ ମୋଟ ୧୪ ଛାତ୍ରୀଛାତ୍ର ଚଳିତ ବର୍ଷ ବୋର୍ଡ଼ ପରୀକ୍ଷାରୁ ବଞ୍ଚତ୍ତ ହେବେ। ଜିଲାପାଳଙ୍କ ସମେତ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତଙ୍କୁ ମଧ୍ୟ ଡାକଯୋଗେ ଚିଠି ପଠାଇଛନ୍ତି। ଏନେଇ ବିଇଓ ବ୍ରହ୍ମାନନ୍ଦ ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ତାଙ୍କ ନିକଟରେ କୌଣସି ଅଭିଯୋଗ ପହଞ୍ଚତ୍ ନାହିଁ, ପାଇଲେ ତଦନ୍ତ କରିବେ। ଏନେଇ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ କହିଛନ୍ତି ଯେ, ୨୫ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧ଙ୍କୁ ବୋର୍ଡ଼ ପରୀକ୍ଷା ପାଇଁ ଚୟନ କରାଯାଇଛି ା ଅନ୍ୟ ୧୪ ଜଣଙ୍କ ମଧ୍ୟରୁ ୩ ଜଣ ବିଦ୍ୟାଳୟକୁ ଆସୁ ନ ଥିବାବେଳେ ଅନ୍ୟମାନେ ନିୟମିତ ବିଦ୍ୟାଳୟକୁ ଆସୁନାହାନ୍ତି। ଗତବର୍ଷ ମାଟ୍ରିକ୍‌ ରେଜଲ୍ଟ ୫୦ ପ୍ରତିଶତରୁ ମଧ୍ୟ କମ୍‌ ହୋଇଥିବାରୁ ଚଳିତବର୍ଷ ଭଲ ନମ୍ବର ରଖି ପାସ୍‌ ସହ ହାର ବୃଦ୍ଧିରେ ଯେପରି ଛାତ୍ରୀଛାତ୍ର ସହାୟକ ହେବେ ସେମାନଙ୍କୁ ଚୟନ କରି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅନୁମତିରେ ଇଟା ପୋଡ଼ା ଚାଲିଛି

ନାଉଗାଁ,୧୪ା୩(ସ୍ବ.ପ୍ର.):ନାଉଗାଁ ତହସିଲ ଅଧୀନରେ ସରକାରୀ ନିୟମକୁ ଖୋଲା ଉଲ୍ଲଂଘନ କରାଯାଇ ଇଟା ପୋଡ଼ା ଚାଲିଛି। ମାତ୍ର ଏନେଇ ପ୍ରଶାସନ ନୀରବଦ୍ରଷ୍ଟ୍ରା ସାଜିଛି। ସରକାରୀ ନିୟମାନୁସାରେ ଇଟା ଭାଟିରେ...

ଲାଞ୍ଚ ନେଇ ଧରାପଡ଼ିଲେ ଏସ୍‌ଡିଏମ୍‌ଓ

ଭୁବନେଶ୍ୱର, ୧।୩(ବ୍ୟୁରୋ): ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ (ଏସ୍‌ଡିଏମ୍‌ଓ)ସୋମବାର ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଡାକ୍ତର ବିପିନ ସାହୁ ।...

୮୪ ପ୍ରତିଶତ ଗାଁ ଗ୍ରୀନ୍‌ ଜୋନରେ, ସହର ପାଇଁ ବଢ଼ିଛି ଚିନ୍ତା: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁ ହାର ରାଜ୍ୟ ସରକାରଙ୍କ...

ଜିଲା ଗସ୍ତ କରିବେ ବରିଷ୍ଠ କୃଷି ଅଧିକାରୀ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ) : ରାଜ୍ୟ ସରକାର ନେଉଥିବା ନିଷ୍ପତ୍ତି ଓ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ଚାଷୀମାନଙ୍କ ନିକଟରେ ପହଞ୍ଚୁଛି କି ନାହିଁ। ଏହାର ଫାଇଦା ସେମାନଙ୍କୁ କେତେ...

ଲକ୍‌ଡାଉନ୍‌: କଳାବଜାର ରୋକିବାକୁ ଦେବଗଡ଼ ଜିଲା ପୋଲିସର ବୈଠକ

ଦେବଗଡ଼,୨୮।୩(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାର ରୋକିବା ପାଇଁ ଦେବଗଡ଼ ଆଦର୍ଶ ଥାନା ପରିସରରେ ଜିଲା ପୋଲିସ ପକ୍ଷରୁ ସ୍ଥାନୀୟ...

ପର୍ଯ୍ୟଟନ କେନ୍ଦ୍ରରେ ଜମା ହୋଇଛି ପଥରଗୁଣ୍ଡ

କେନ୍ଦୁଝର, ୩।୨(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଗୁରୁତ୍ୱପୂର୍ଣ୍ଣ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ା ଫଳରେ ପର୍ଯ୍ୟଟକଙ୍କ ଆଗ୍ରହ...

ଜନତାମୁହାଁ ନେତା

ଛେଣ୍ଡିପଦା,୧୬।୧: ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ। ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ। ତେଣୁ ତରବର ହୋଇ ନେତା ହୋଇଛନ୍ତି ଜନତା...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷକ

ନୂଆପଡ଼ା ଅଫିସ,୨୫।୮: ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବାଦୀ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୁଜନ କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିଜ ସହକର୍ମୀ ଟିଜିଟି...

Advertisement
Archives

Model This Week