ମାଟି ଅତଡ଼ା ଧସି ଶ୍ରମିକଙ୍କ ମୃତ୍ୟୁ

ପୁରୁଣା ଭୁବନେଶ୍ୱର,୨୪ା୧୨(ଡି.ଏନ୍‌.ଏ.): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଜେମାଦେଇପୁର ସ୍କୁଲ ନିକଟରେ ଖୋଳାଯାଇଥିବା ଗାତରେ ମାଟି ଅତଡ଼ା ଧସି ସୋମବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭଞ୍ଜନଗର ଜଗନ୍ନାଥ ପ୍ରସାଦ ଅଞ୍ଚଳର ନରହରି ପଲେଇ। ନରହରି ଏଠାରେ ବଡ଼ଗଡ଼ ତାରେଣୀ ବସ୍ତିରେ ଘର ଭଡ଼ା ନେଇ ରହୁଥିଲେ। ସୂଚନା ଅନୁଯାୟୀ, ସୋମବାର ଉକ୍ତ ସ୍ଥାନରେ ଜେସିବିରେ ମାଟି ତଡ଼ା ହେଉଥିବା ବେଳେ ନରହରି ଗାତ ଭିତରେ ରହିଯାଇଥିଲେ। ହଠାତ୍‌ ମାଟି ଅତଡ଼ା ଧସିଯିବାରୁ ସେ ଗାତରେ ପୋତି ହୋଇଯାଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଚିକତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାରଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୧୯୩/୧୯)ରୁଜୁକରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବରରୁ ଉତ୍ସବ ମୁଖରିତ ହେବ ମଞ୍ଚ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): କରୋନା ମହାମାରୀ ଥମିଛି। ଦୀର୍ଘଦିନ ଧରି ଜୀବନଜୀବିକାକୁ ନେଇ ସଂଘର୍ଷ କରୁଥିବା କଳାକାରମାନେ ମଞ୍ଚକୁ ଯିବାକୁ ଚାହିଁ ବସିଛନ୍ତି। ଏପଟେ କରୋନାର କୋପ ଭିତରେ...

ଖୋଲା ଛାତ ତଳେ ଗଢ଼ା ହେଉଛି ଶିଶୁଙ୍କ ଭବିଷ୍ୟତ

କୋରେଇ,୧୯।୩(ଡିଏନଏ): କୋରେଇ ଅଞ୍ଚଳର ବହୁ ଅଙ୍ଗନଓ୍ବାଡି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଆବଶ୍ୟକ ଭିତ୍ତିଭୂମି ଅଭାବରୁ କୁନିକୁନି ପିଲା ନିଜ ଅଧିକାରରୁ ବଞ୍ଚିତ୍ତ ହେଉଛନ୍ତି। ୧୫ରୁ...

୧୮ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୦ । ୧୦(ବ୍ୟୁରୋ): ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ। ସ୍ବାଭାବିକ ଭାବେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ଓଡ଼ିଶାରୁ ଅପସରି...

ରେଳପଥରେ ସୁନା ସ୍ମଗ୍‌ଲିଂ : ୧୨.୯ କେଜି ସୁନା ଜବତ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ) : ଓଡ଼ିଶା ଦେଇ ଚାଲିଛି ସୁନା ସ୍ମଗ୍‌ଲିଂ। ବିମାନ ବନ୍ଦରରେ କଷ୍ଟମ ବିଭାଗର କଡ଼ା ଯାଞ୍ଚ ପରେ ଏବେ ସୁନା ମାଫିଆମାନେ ରେଳପଥକୁ ସୁରକ୍ଷିତ...

ଖୋଲିବ ରେଷ୍ଟୁରାଣ୍ଟ, ବାର୍‌

ଭୁବନେଶ୍ୱର(ବ୍ୟୁରୋ),୩ା୯:ଦୀର୍ଘଦିନ ପରେ ପୁଣିଥରେ ରେଷ୍ଟୁରାଣ୍ଟରେ ବସି ଖାଇପାରିବେ ଲୋକେ। ଅନ୍‌ଲକ୍‌ ୪.୦ ଗାଇଲାଇନ୍‌ ଅନୁଯାୟୀ ରାଜ୍ୟରେ ରେଷ୍ଟୁରାଣ୍ଟ ଓ ବାର୍‌କୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଅନୁମତି...

ମଦ୍ରାସା ବୋର୍ଡ ପରୀକ୍ଷା: ପାସ୍‌ ହାର ୮୦.୭୮%

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଓଡ଼ିଶା ମଦ୍ରାସା ବୋର୍ଡ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବୋର୍ଡ ଅଧୀନରେ ହୋଇଥିବା ମୌଲବୀ(ମାଟ୍ରିକ୍‌), ମାହିର(ଯୁକ୍ତ୨), ଅଲିମ୍‌(ଯୁକ୍ତ୩), ଫାଜିଲ(ପିଜି) ସ୍ତରୀୟ ପରୀକ୍ଷାଫଳକୁ ବିଦ୍ୟାଳୟ...

୨୦୨୧ ଅଗଷ୍ଟ ସୁଦ୍ଧା କୋଭିଡ୍‌ରେ ମରିଛନ୍ତି ୮୦୨୮

ଭୁବନେଶ୍ୱର, ୭।୯(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ମୃତ୍ୟୁକୁ ନେଇ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହିଛି। ରାଜ୍ୟ ସରକାର ଦେଉଥିବା ତଥ୍ୟ ଠିକ୍‌ ନୁହେଁ ବୋଲି ବିରୋଧୀ ଅଭିଯୋଗ...

ଲାଠିପଡ଼ା ମଡେଲ ଡିଗ୍ରୀ କଲେଜରେ ଅବ୍ୟବସ୍ଥା: ପ୍ରତିବାଦରେ ଛାତ୍ରମାନଙ୍କ ଧାରଣା

ନୟାଗଡ଼ ଅଫିସ,୨୧ା୯: ନୟାଗଡ଼ ଜିଲା ସଦର ବ୍ଲକ ଲାଠିପଡ଼ାସ୍ଥିତ ଜିଲାର ଏକମାତ୍ର ସରକାରୀ ମଡେଲ ଡିଗ୍ରୀ କଲେଜରେ ଲାଗି ରହିଛି ଅବ୍ୟବସ୍ଥା। ବିଭିନ୍ନ ସମୟରେ ଏ...

Advertisement
Archives

Model This Week