ମାଛ, ସୁଜି, ବିଲାତି ଭିତରେ ଆସୁଛି ବ୍ରାଉନସୁଗାର

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଓଡ଼ିଶାରେ ଚାଲିଥିବା ବ୍ରାଉନସୁଗାର ର଼୍ୟାକେଟର ଚେର ବାଂଲାଦେଶକୁ ଲମ୍ବିଛି। କେତେବେଳେ ଭାୟା କଲିକତା ଦେଇ ତ ପୁଣି କେତେବେଳେ ବଙ୍ଗୋପସାଗର ଦେଇ ଓଡ଼ିଶାକୁ ପଶୁଛି ବ୍ରାଉନସୁଗାର। ମାଛ, ସୁଜି, ବିଲାତି ଭିତରେ ଚାଲାଣ ହେଉଛି ଏହି ନିଶାଦ୍ରବ୍ୟ। ତେବେ ବିଗତ କିଛି ମାସ ହେବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପୋଲିସର ଘନଘନ ଚଢ଼ାଉ ପରେ ନିଶା ମାଫିଆମାନେ ବ୍ରାଉନସୁଗାର ଚାଲାଣର ଏପରି ଭିନ୍ନ ତରିକା ଆପଣାଇଛନ୍ତି। ବ୍ରାଉନସୁଗାର କାରବାରର ଗଡ଼ କୁହାଯାଉଥିବାରୁ ବାଲେଶ୍ୱରରୁ ଏସ୍‌ଟିଏଫ୍‌ ଆଉ ଦୁଇଜଣ ଡିଲରଙ୍କୁ ଗିରଫ କରି ପଚରାଉଚରା କରିବା ପରେ ଏଭଳି ତଥ୍ୟ ପାଇଛି। ସେମାନଙ୍କ ନିକଟରୁ ୩୦୧ ଗ୍ରାମର ବ୍ରାଉନସୁଗାର, ୨ଲକ୍ଷ ୨୨ହଜାର ୨୩୦ ଟଙ୍କା ଏବଂ ଗୋଟିଏ ବୁଲେଟ ଜବତ କରିଛି। ଗିରଫ ଦୁଇ ଡିଲର ହେଲେ ସହଦେବଖୁଣ୍ଟା ଅରଦା ବଜାରର ସେକ୍‌ ହାଇଦର ଓ ସହଦେବଖୁଣ୍ଟା ଥାନା ପୋଲିସ ଲେନ୍‌ର ତନ୍ମୟ ଭୂୟଁା ଓରଫ ତନୁ। ସେମାନଙ୍କ ବିରୋଧରେ ଏସ୍‌ଟିଏଫ କେସ୍‌ ନଂ.୯/୨୦ ଦଫା ୨୧(ସି) ଏନ୍‌ଡିପିଏସ୍‌ ଆକ୍ଟ ଲଗାଇ ବାଲେଶ୍ୱର ଜିଲା ଦୌରାଜଜ୍‌ କୋର୍ଟକୁ ଚାଲାଣ କରିଥିବା ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ହାଇଦର ଓ ତନ୍ମୟ ବାଂଲାଦେଶରୁ ଭାୟା କୋଲକାତା ଦେଇ ବାଲେଶ୍ୱରକୁ ବ୍ରାଉନସୁଗାର ଆଣନ୍ତି। ସୀମା ଓ ଜଳପଥରେ ଯାଞ୍ଚ କଡ଼ାକଡ଼ି ହେବା ସମୟରେ ସେମାନେ ବାଂଲାଦେଶ ନ ଯାଇ କୋଲକାତାରେ ଥିବା ଜଣେ ହୋଲ୍‌ସେଲରଙ୍କଠାରୁ ଆଣି ଓଡ଼ିଶାର ବେପାରିଙ୍କୁ ଯୋଗାଇଥାନ୍ତି। ଅନେକ ସମୟରେ ସେମାନେ ଜଳପଥରେ ମାଛ ଓ ଅନ୍ୟ ସାମଗ୍ରୀ ଭିତରେ ବ୍ରାଉନ ସୁଗାର ଆଣୁଥିଲେ। କିଛିଦିନ ପୂର୍ବରୁ ହାଇଦର ଗ୍ୟାଙ୍ଗ ଜଳପଥରେ ମାଛ ଭିତରେ ବ୍ରାଉନସୁଗାର ପୂରାଇ ଆଣୁଥିବା ସମୟରେ ପୋଲିସ ହାତରେ ଧରାପଡିଥିଲା। ଏହାପରେ ହାଇଦର ଓ ତନ୍ମୟ ସେମାନଙ୍କ ବେପାର କମାଇ ଦେଇଥିଲେ। ଉଭୟ ସୋମବାର ବାଲେଶ୍ୱର ଦେଇଯାଇଥିବା ଜାତୀୟ ରାଜପଥ-୧୬ର ହରି ପ୍ଲାଜା ହୋଟେଲ ନିକଟରେ ବ୍ରାଉନସୁଗାର ଧରି ଛୋଟ ଡିଲର ଓ ବେପାରିଙ୍କୁ ଅପେକ୍ଷା କରିଥିଲେ। ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ସେଠାରେ ଚଢାଉ କରି ସେମାନଙ୍କୁ ଧରିଥିଲା। ସେମାନଙ୍କ ପଛରେ ବାଂଲାଦେଶ ଓ କୋଲକାତାର ବଡ ବଡ ବେପାରୀଙ୍କ ଲିଙ୍କ୍‌ ରହିଛି। ଉଭୟଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପାଇଁ ଏସ୍‌ଟିଏଫ୍‌ ଯୋଜନା ରଖିଛି। ଏଥିପାଇଁ ଖୁବ୍‌ଶୀଘ୍ର କୋର୍ଟରେ ଆବେଦନ ହେବ। ଗିରଫ ଦୁଇ ଡିଲରଙ୍କ ଲିଙ୍କ୍‌ରେ ଥିବା ଆନ୍ତଃଦେଶୀୟ ବେପାରୀଙ୍କୁ ଗିରଫ କରିବା ପାଇଁ ଚଢାଉ କରାଯିବ। ଏସ୍‌ଟିଏଫ୍‌ ୨୦ ଦିନରେ ୮୧୮ ଗ୍ରାମ ବ୍ରାଉନସୁଗାର, ୩୨୬.୪୫ ଅଫିମ ଜବତ କରିବା ସହ ୮ ମାମଲା ରୁଜୁ କରି ୧୯ଙ୍କୁ ଗିରଫ କଲାଣି। ଏହାସହ ୧୩ ଲକ୍ଷ୨୦ ହଜାର ଟଙ୍କା, ଗୋଟିଏ କାର, ୮ ବାଇକ ଏବଂ ବ୍ୟାଙ୍କ୍‌ ଆକାଉଣ୍ଟ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ...

ସଡ଼କ ଦୁର୍ଘଟଣାରେ ଲାଗୁନି ବ୍ରେକ୍‌

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ସଡ଼କ ଦୁର୍ଘଟଣାରେ ଚାଲିଯାଉଛି ବହୁମୂଲ୍ୟ ଜୀବନ। ଉଜୁଡ଼ିଯାଉଛି ଘରସଂସାର। ଅନାଥ ହୋଇଯାଉଛନ୍ତି ପରିବାର। ରାଜ୍ୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ...

ଖୋର୍ଦ୍ଧାରେ ହେବ ଏନ୍‌ଏମ୍‌ଆଇଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୯।୧୧(ଅନିଲ ଦାସ): ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନକୁ ଦୃଷ୍ଟିରେ ରଖି ରାଜ୍ୟରେ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ...

୫ ଓଡ଼ିଆ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର,୨୯ା୧୧: ଉତ୍ତରକାଶୀ ସୁଡ଼ଙ୍ଗ ମଧ୍ୟରୁ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼କୁଦରର...

ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ

ନିରାକାରପୁର, ୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି...

ବୈପାରୀଗୁଡା ଆଇଆଇସି ଗିରଫ

ଭୁବନେଶ୍ୱର,୨୮।୧୧: ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ। ବିପୁଳ ଟଙ୍କା ଧରାପଡିବା ନେଇ ଗିରଫ କରିଛି ଭିଜିଲାନ୍ସ। ସୁଶାନ୍ତଙ୍କର ମୋଟ ୩୭ଲକ୍ଷ ଟଙ୍କା ପାଇଲା ଭିଜିଲାନ୍ସ।...

ଭାଇରସ ଏଚ୍‌୯ଏନ୍‌୨ ନୂଆ ନୁହେଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୨୮।୧୧: ଚାଇନାରେ ବ୍ୟାପୁଥିବା ନିମୋନିଆକୁ ନେଇ ରାଜ୍ୟ ସରକାର ସଚେତନ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ...

କ୍ୟାପିଟାଲ ହସ୍ପିଟାଲ ମଡ୍ୟୁଲାର ଓଟିରେ ଅସ୍ତ୍ରୋପଚାର ଆରମ୍ଭ

ଭୁବନେଶ୍ୱର,୨୭ା୧୧: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପିଜିଆଇଏମଆରରେ ମଡ୍ୟୁଲାର ଓଟି କମ୍ପେ୍ଲକ୍ସ ଲାର୍ଯ୍ୟକ୍ଷମ ହୋଇଛି। କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ନିର୍ଦ୍ଦେଶରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri