ମାଛ ମାରିବା ବେଳେ ୫ ଆହତ ଘଟଣା:ରାତିଅଧିଆ ଏସ୍‌ଡିପିଓଙ୍କ ତଦନ୍ତ

ଅନୁଗୋଳ ଅଫିସ, ୧୫।୧୨

ଅନୁଗୋଳ ଥାନା ପଣ୍ଡପୁର ଗ୍ରାମ ନିକଟ ବଉଳୀ ଜୋରକୁ ଶୁକ୍ରବାର ମାଛ ମାରିବାକୁ ଯାଇ ୫ ଜଣ ଆହତ ହେବା ଘଟଣାର ତଦନ୍ତ ଆରମ୍ଭ କରିଛି ଅନୁଗୋଳ ପୋଲିସ। କେଉଁ କାରଣରୁ ଜଣେ ନାବାଳକଙ୍କ ସମେତ ୫ଜଣ ଆହତ ହେଲେ ତାହା ଜାଣିବା ପାଇଁ ଅନୁଗୋଳ ଏସ୍‌ଡିପିଓ ଅଶି୍ବନୀ ସାହୁ ତାଙ୍କ ଟିମ୍‌ ସହ ରାତିରେ ହିଁ ତଦନ୍ତ ଆରମ୍ଭ କରିଥିଲେ। ମେଡିକାଲରେ ପଚରାଉଚରା ସମୟରେ ପ୍ରଥମେ ଆହତମାନେ ହରଡ଼ କିଆରିରେ ମାଙ୍କଡ଼ ଗୋଡ଼ାଇବା ବେଳେ ବାଣ ଫୁଟି ଏପରି ଘଟିଥିବା କହିଥିଲେ। କିନ୍ତୁ ପରେ ଡିନାମାଇଟ୍‌ ଫୁଟାଇ ମାଛ ମାରିବା ବେଳେ ତ୍ରୁଟି ଯୋଗୁ ସେମାନେ ଆହତ ହୋଇଥିବା ସ୍ବୀକାର କରିଛନ୍ତି ବୋଲି ଏସ୍‌ଡିପିଓ ସାହୁ ସୂଚନା ଦେଇଛନ୍ତି। ଏହା ଜାଣିବା ପରେ ଶନିବାର ସକାଳେ ଅନୁଗୋଳ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି। ବିଶେଷକରି ଡିନାମାଇଟ୍‌ ଭଳି ବିସ୍ଫୋରକ ଗ୍ରାମର ଲୋକେ କିପରି ପାଇଲେ ତାହାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହି ବିସ୍ଫୋରଣରେ ଜଣଙ୍କ ପିଠିରେ ଆଘାତ ଲାଗିଥିବା ବେଳେ ଜଣଙ୍କ ହାତ ପାପୁଲି ଛିଣ୍ଡି ଯାଇଛି। ଅନ୍ୟ ଦୁଇଜଣଙ୍କ କାନକୁ କିଛି ଶୁଣାଯାଉ ନ ଥିବା ଜଣାପଡ଼ିଛି। ନାବାଳକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଏଭଳି


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ବେଆଇନ ମଣ୍ଡପ ସିଲ୍‌ ପ୍ରକ୍ରିୟା ଜାରି

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜଧାନୀରେ ବେଆଇନ ମଣ୍ଡପ ସିଲ ପ୍ରକ୍ରିୟା ଦ୍ୱିତୀୟ ଦିନରେ ପହଞ୍ଚିଛି। ମଙ୍ଗଳବାର ପ୍ରଥମେ ଏକାମ୍ର କଲେଜ ପାଖରେ ଥିବା ଗୋଖି ବାବା କଲ୍ୟାଣ ମଣ୍ଡପକୁ...

ମହାପ୍ରଭୁଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ମୋଡ଼ ହେଲା ତିନିରଥ

ରଣପୁର,୧୦ା୭ (ସ୍ବ.ପ୍ର.): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ମଙ୍ଗଳବାର ଷଷ୍ଠ ଦିବସରେ ରଣପୁର ବି.ସି. ହାଇସ୍କୁଲ ଛାତ୍ରମାନେ ରଥଖଳାରେ ଥିବା ତିନିରଥକୁ ଦକ୍ଷିଣ ମୋଡ଼ କରିଛନ୍ତି। ସକାଳ...

ଏସ୍‌ସିବି ମେଡିକାଲରେ ୫-ଟି ସଚିବ: ସୁପର ସ୍ପେଶିଆଲିଟି ବିଲ୍ଡିଂ ନିର୍ମାଣ ନେଇ ଆଲୋଚନା

କଟକ ଅଫିସ, ୭।୧୧: ରାତି ପାହିନି, କଟକ ଏସ୍‌ସିବି ମେଡିକାଲରେ ରାଜ୍ୟର ୩ ଜଣ ଆଇଏଏସ୍‌ ଅଫିସର ପହଞ୍ଚିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନେତୃତ୍ୱରେ...

ବିଦ୍ୟୁତ ଆଘାତରେ ଇଟାଭାଟି ମାଲିକଙ୍କ ସମେତ ୨ ଜଣଙ୍କ ଜୀବନ ଗଲା

ତାଳଚେର,୧୭ା୬(ନି.ପ୍ର.) : ଅନୁଗୋଳ କଣିହାଁ ବ୍ଲକ ହଳଦିଆ କଟା ଥିବା ପାଉଁଶ ଇଟା ଫ୍ୟାକ୍ଟ୍ରିରେ ବିଦ୍ୟୁତ ଆଘାତରେ ମାଲିକଙ୍କ ସମେତ ୨ ଜଣଙ୍କର ଜୀବନ ଯାଇଛି।...

ସ୍ୱାସ୍ଥ୍ୟକେନ୍ଦ୍ରକୁ ବାଟ ଖୋଜୁଛନ୍ତି ରୋଗୀ

ଅନୁଗୋଳ ଅଫିସ, ୨୧।୫ ଅନୁଗୋଳ ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ଜିଲା ଚିକିତ୍ସାଳୟ ଭିତରକୁ ପ୍ରବେଶ କରିବାକୁ ବାଟ ଖୋଜୁଛନ୍ତି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ। କିଏ...

କଳାଧନ ମାମଲା ପାଇଁ ସ୍ବତନ୍ତ୍ର କୋର୍ଟ

କଟକ ଅଫିସ, ୧୯।୬: କଳାଧନ ଗଚ୍ଛିତ ପ୍ରମାଣ ମିଳିବା ପରେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ଅନୁଷ୍ଠାନ ବିରୋଧରେ ମାମଲା ପରିଚାଳନା ପାଇଁ ସ୍ବତନ୍ତ୍ର କୋର୍ଟର ଆବଶ୍ୟକତା...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗଠନ ହେଲା ଗୃହ କମିଟି

ପୁରୀ ଅଫିସ,୩୧।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ପାଇଁ ଗୃହ କମିଟି ଗଠନ କରାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ଗୃହ କମିଟି...

ଜଟିଳ ସ୍ଥିତିରେ ଜୀବିକା

ଭୁବନ, ୨୩।୪(ଡି.ଏନ୍‌.ଏ.) ବଦଳିଯାଉଛି ମଣିଷର ଜୀବନଶୈଳୀ। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଆଗକୁ ବଢୁଛି ଜୀବନ। ଏସବୁ ଭିତରେ ପଛରେ ପଡ଼ିଯାଉଛି ପାରମ୍ପରିକ ହସ୍ତଶିଳ୍ପ। ଆବଶ୍ୟକତା...

Advertisement
Archives

Model This Week